Advertisment

ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଶ୍ରୀଲଙ୍କା

ଶାରଜା: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ସୁପର୍-୧୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ରବିବାର ଖେଳାଯାଇଥିବା ମୁକାବିଲାରେ ଚରିତ ଅଶାଲଙ୍କା ଓ ଭାନୁକା ରାଜପାକସାଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ମହମ୍ମଦ ନଇମ ଓ ମୁଶଫିକର ରହିମଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୪ ୱିକେଟରେ ୧୭୧ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୮.୫ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍ କରି […]

ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଶ୍ରୀଲଙ୍କା

srilanka

Advertisment

ଶାରଜା: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ସୁପର୍-୧୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ରବିବାର ଖେଳାଯାଇଥିବା ମୁକାବିଲାରେ ଚରିତ ଅଶାଲଙ୍କା ଓ ଭାନୁକା ରାଜପାକସାଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ମହମ୍ମଦ ନଇମ ଓ ମୁଶଫିକର ରହିମଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୪ ୱିକେଟରେ ୧୭୧ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୮.୫ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍ କରି ମ୍ୟାଚକୁ ଜିତି ନେଇଛି।

Advertisment

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ପ୍ରଥମ ଓଭରରେ ଓପ୍ନର କୁଶଲ ପରେରା (୧)ଙ୍କ ୱିକେଟ୍ ହରାଇଥିଲା। ପଥୁମ ନିଶାଙ୍କ ଓ ଚରିତ ଅଶାଲଙ୍କା ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନର ଭାଗିଦାରୀ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ନିଶାଙ୍କ ୨୪ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ବାଂଲାଦେଶ ଲଗାତର ଦୁଇ ୱିକେଟ୍ ନେଇ ମ୍ୟାଚକୁ କମବ୍ୟାକ୍ କରିଥିଲା। ଅଭିସ୍କା ଫର୍ଣ୍ଣାଣ୍ଡୋ (୦)ଙ୍କୁ ସାକିବ୍ ଅଲ୍ ହାସନ୍ ଓ ୱାନିନ୍ଦୁ ହସରଙ୍ଗା (୬)ଙ୍କୁ ମହମ୍ମଦ ସୈଫୁଦ୍ଦିନ ପ୍ୟାଭିଲିୟନ୍ ପଠାଇଥିଲେ।

୭୯ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଶ୍ରୀଲଙ୍କା ପାଇଁ ଲଢ଼ିଥିଲେ ଅଶାଲଙ୍କା ଓ ରାଜପାକସା। ଦୁହେଁ ବାଂଲା ବୋଲରଙ୍କୁ ନିର୍ଧୁମ ଧୁଲେଇ କରିବା ସହ ପଞ୍ଚମ ୱିକେଟ୍ ପାଇଁ ୮୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଏହି ପାର୍ଟନରଶିପ୍ ଦଳକୁ ଜିତାଇବା ପାଇଁ ଯଥେଷ୍ଟ ଥିଲା। ରାଜପାକସା ୩୧ ବଲରେ ୩ ଚୌକା ଓ ୩ ଛକା ସହ ୫୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଶାଲଙ୍କା ୮୦ (୪୯ ବଲ୍, ୫ ଚୌକା, ୫ ଛକା) ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ନସୁମ୍ ଅହମ୍ମଦ ଓ ସାକିବ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାଇଁ ମହମ୍ମଦ ନଇମ ଓ ରହିମଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ। ନଇମ ୫୨ ବଲରେ ୬୨ ଏବଂ ରହିମ୍ ୩୭ ବଲରେ ୫ ଚୌକା ଓ ୨ ଛକା ସହ ଅପରାଜିତ ୫୭ ରନ୍ କରିଥିଲେ। ଲିଟନ୍ ଦାସ ୧୬, ସାକିବ୍ ୧୦, ଆଫିଫ୍ ହୋସେନ୍ ୭ ଓ କ୍ୟାପଟେନ୍ ମହମଦୁଲ୍ଲା ଅପରାଜିତ ୧୦ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe