Advertisment

ବିସିସିଆଇର ଅଫର୍‌କୁ ଗ୍ରହଣ କଲେନି ଆଶିଷ ନେହରା

ଆଶିଷ ନେହରା ଏବେ ଆଇପିଏଲ୍ ଟିମ୍ ଗୁଜରାଟ ଟାଇଟନ୍ସର କୋଚ୍ ଅଛନ୍ତି।

Ashis Nehra

Ashis Nehra

Advertisment

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ଓ ସପୋର୍ଟ ଷ୍ଟାଫଙ୍କ ଚୁକ୍ତିକୁ ବୃଦ୍ଧି କରିଛି ବିସିସିଆଇ। ବିଶ୍ୱକପ୍‌ କ୍ରିକେଟ ୨୦୨୩ର ସମାପ୍ତି ସହିତ ସେମାନଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଯାଇଥିଲା। ରାହୁଲ ଡ୍ରାଭିଡ୍ ଆଉ ମୁଖ୍ୟ କୋଚ୍ ଦାୟିତ୍ୱରେ ରହିବାକୁ ଆଗ୍ରହୀ ନଥିବା ତଥା ବିସିସିଆଇ ନୂଆ କୋଚ୍ ଖୋଜୁଥିବା ଖବର ଆସିଥିଲା। ତେବେ ରାହୁଲ ଡ୍ରାଭିଡ୍ ଓ ସପୋର୍ଟ ଷ୍ଟାଫ୍‌ଙ୍କ ଚୁକ୍ତି ବୃଦ୍ଧି ନେଇ ଗତକାଲି ଘୋଷଣା କରିଥିଲା ବିସିସିଆଇ। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏହି ଚୁକ୍ତିକୁ ବୃଦ୍ଧି କରାଯାଇଛି, ତାହା ଜଣାପଡ଼ିନାହିଁ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଟିଟ୍ୱେଣ୍ଟି ବିଶ୍ୱ କପ୍ ୨୦୨୪ ଶେଷ ହେବା ପର୍ଯ୍ୟନ୍ତ ରାହୁଲ ଡ୍ରାଭିଡ୍ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ରହିବେ। ତା’ପରେ ସେ ପୁଣି ଉକ୍ତ ପଦରେ ରହିବେ ନା ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହେବେ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଡ୍ରାଭିଡ୍‌ଙ୍କ ଚୁକ୍ତିକୁ ବୃଦ୍ଧି କରିବା ପୂର୍ବରୁ ବିସିସିଆଇ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ଟିଟ୍ୱେଣ୍ଟି ଫର୍ମାଟ୍ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ନେହରା ମନା କରି ଦେଇଥିଲେ।

Advertisment

ଆଶିଷ ନେହରା ଏବେ ଆଇପିଏଲ୍ ଟିମ୍ ଗୁଜରାଟ ଟାଇଟନ୍ସର କୋଚ୍ ଅଛନ୍ତି। ଏଥିପାଇଁ ସେ ୨୦୨୫ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି। ଏହି ଚୁକ୍ତିକୁ ସେ ସମ୍ମାନ ଦେବାକୁ ଚାହାନ୍ତି। ତେଣୁ ଏହି ଚୁକ୍ତି ଶେଷ ହେବା ପୂର୍ବରୁ ସେ ଅନ୍ୟ କୌଣସି ଦାୟିତ୍ୱ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଏବେ ସେ ଅଧିକରୁ ଅଧିକ ସମୟ ତାଙ୍କ ପରିବାରକୁ ଦେବାକୁ ଚାହୁଁଛନ୍ତି। ଗୁଜରାଟ ଟାଇଟନ୍ସର କୋଚ୍ ଭାବେ ତାଙ୍କୁ ଦୁଇ ଅଢ଼େଇ ମାସ ପରିଶ୍ରମ କରିବାକୁ ପଡ଼େ। କିନ୍ତୁ ଟିମ୍ ଇଣ୍ଡିଆର କୋଚ୍ ହେଲେ ସେ ଘର ପାଇଁ ଅଧିକ ସମୟ ଦେଇ ପାରିବେ ନାହିଁ। ତାଙ୍କୁ ଅଧିକ ସମୟ ଟିମ୍‌ ସହିତ ରହିବାକୁ ପଡ଼ିବ ଓ ମ୍ୟାଚ୍ ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରିବାକୁ ପଡ଼ିବ। ତେବେ ଭବିଷ୍ୟତରେ ସୁଯୋଗ ମିଳିଲେ ସେ ଟିମ୍ ଇଣ୍ଡିଆର କୋଚ୍ ହେବା କଥା ଚିନ୍ତା କରିବେ ବୋଲି ଜଣାପଡ଼ିଛି।

Bcci Ashish Nehra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe