Advertisment

ପଞ୍ଜାବକୁ ୧୪୭ ରନରେ ରୋକିଲା ରାଜସ୍ଥାନ ରୟାଲ୍ସ

ପଞ୍ଜାବ ୧୪୭ ରନ କରିଥିବାରୁ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନକୁ ଚଳିତ ଆଇପିଏଲରେ ୫ମ ବିଜୟ ପାଇଁ ୧୪୮ ରନର ଟାର୍ଗେଟ ମିଳିଛି।

RR

RR

Advertisment

ରାଜସ୍ଥାନ ରୟାଲ୍ସର ବୋଲରମାନଙ୍କ ଶାଣିତ ବୋଲିଂ। ୟୁଜି ଚହଲଙ୍କ ଠାରୁ ଆରମ୍ଭ କରି କେଶବ ମହାରାଜ ନିଜର ଦମ ଦେଖାଇଛନ୍ତି। ରାଜସ୍ଥାନ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୪୭ ରନ କରିଛି। ଶେଷ ଭାଗରେ ଆଶୁତୋଷ ଶର୍ମା ୧୬ ବଲରେ ୩୧ ରନ କରିବାରୁ ପଞ୍ଜାବ ୧୫୦ ନର ନିକଟବର୍ତ୍ତୀ ହୋଇ ପାରିଛି।

Advertisment

ପଞ୍ଜାବ ୧୪୭ ରନ କରିଥିବାରୁ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନକୁ ଚଳିତ ଆଇପିଏଲରେ ୫ମ ବିଜୟ ପାଇଁ ୧୪୮ ରନର ଟାର୍ଗେଟ ମିଳିଛି। ରାଜସ୍ଥାନ ପକ୍ଷରୁ କେଶବ ମହାରାଜ ୪ ଓଭରରେ ୨୩ ରନ ଦେଇ ୨ଟି, ୟୁଜି ଚହଲ ୪ ଓଭରରେ ୩୧ ରନ ଦେଇ ଗୋଟିଏ ଓ ଆବେଶ ଖାନ ୪ ଓଭରରେ ୩୪ ରନ ଦେଇ ୨ଟି ୱିକେଟ ଦଖଲ କରିଛନ୍ତି। ଟ୍ରେଣ୍ଟ ବୋଲ୍ଟ(୪ ଓଭରରେ ୨୨) ଓ କୁଲଦୀପ ସେନ(୪ ଓଭରେ ୩୫ ରନ)ଙ୍କୁ ମଧ୍ୟ ଗୋଟିଏ ଲେଖାଏ ସଫଳତା ମିଳିଛି। 

ମୁଲ୍ଲାନପୁରରେ ଖେଳା ଯାଉଥିବା ମ୍ୟାଚ୍‌ରେ ପଞ୍ଜାବ ଆଜି ନିୟମିତ ଅଧିନାୟକ ଶିଖର ଧୱନଙ୍କ ସେବାରୁ ବଞ୍ଚିତ ରହିଛି। ଧୱନ ‍ଫିଟ ନଥିବାରୁ ତାଙ୍କ ସ୍ଥାନରେ ସାମ କୁରାନ ପଞ୍ଜାବର କମାଣ ସମ୍ଭାଳିଛନ୍ତି। ସେ ଟସ୍‌ ହାରି ଯିବାକରୁ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳର ଓପନର ଅଥର୍ବ ଟାଇଡେ ୧୫ ରନ ଓ ଜନ୍ନି ବେୟାରଷ୍ଟୋ କେବଳ ୧୫ ରନ କରି ଆଉଟ ହୋଇଥିଲେ।

Advertisment

ପ୍ରବସିମରନ ସିଂହ ୧୦ ଓ ଅଧିନାୟକ ସାମ କୁରାନ କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ। ଜିତେଶ ଶର୍ମା କିଛି ସମୟ ଲଢ଼େଇ କରିଥିଲେ ହେଁ କେବଳ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ପଞ୍ଜାବ ପାଇଁ କ୍ରମାଗତ ୨ଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଶଶାଙ୍କ ସିଂହ ଆଜି କେବଳ ୯ ରନ କରିଛନ୍ତି। ତାଙ୍କୁ ଆଉଟ କରି କୁଳଦୀପ ସେନ ବଡ଼ ଝଟକା ଦେଇଥିଲେ।

ପଞ୍ଜାବ କ୍ରମାଗତ ୱିକେଟ ହରାଇ ଚାଲିଥିବା ବେଳେ ଲିଆମ ଲିଭଙ୍ଗଷ୍ଟୋନ କିଛି ବଡ଼ ଶଟ ଖେଳି ୧୪ ବଲରେ ୨୧ ରନ କରିଥିଲେ। କିନ୍ତୁ ଆଶୁତୋଷ ଶର୍ମାଙ୍କ ସହ ତାଳମେଳ ଅଭାବରୁ ତାଙ୍କୁ ୧୮ତମ ଓଭରରେ ରନ ଆଉଟ ହେବାକୁ ପଡ଼ିଥିଲା। କିନ୍ତୁ ଆଶୁତୋଷ ଶର୍ମା ୧୯ତମ ଓଭର ବୋଲିଂ କରୁଥିବା ଆବେଶ ଖାନଙ୍କ ଓଭରରୁ ୧୮ ରନ ଆଦାୟ କରି ଦଳୀୟ ସ୍କୋରକୁ ୧୪୧ରେ ପହଞ୍ଚାଇ ଦେଇଥିଲେ।

ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଅଭିଜ୍ଞ ଟ୍ରେଣ୍ଟ ବୋଲ୍ଟ। ଇନଫର୍ମ ଆଶୁତୋଷ ପ୍ରଥମ ବଲ ଡଟ୍‌ କରି ଦେଇଥିଲେ। କିନ୍ତୁ ଦ୍ୱିତୀୟ ବଲକୁ ସେ ଚୌକା ମାରିଥିଲେ। ତୃତୀୟ ବଲରେ ସେ ୱାଇଡ ଭାବି ଛାଡ଼ି ଦେଇଥିଲେ ମଧ୍ୟ ଏହା ସଫଳ ହୋଇ ନଥିଲା। ୪ର୍ଥ ବଲରେ ସେ ୧ ରନ ନେଇଥିଲେ।

୫ମ ବଲରେ ହରପ୍ରୀତ ବ୍ରାର ପୁଣି ୧ ରନ ନେଇ ଆଶୁତୋଷଙ୍କୁ ଷ୍ଟ୍ରାଇକ ଦେଇଥିଲେ। କିନ୍ତୁ ଶେଷ ବଲରେ ଆଶୁତୋଷ ଆଉଟ ହୋଇଯିବାରୁ ପଞ୍ଜାବ ୮ ୱିକେଟ ହରାଇ ୧୪୭ ରନରେ ଅଟକି ଯାଇଥିଲା। ଆଶୁତୋଷ ୧୬ ବଲରେ ୩୧ ରନର ଇନିଂସ ଖେଳିଛନ୍ତି।

IPL IPL 2024 Punjab Kings
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe