ଚର୍ଚ୍ଚାରେ ଅଶ୍ୱିନଙ୍କ ଡୁପ୍ଲିକେଟ୍‌, ଭାରତ ସିରିଜ ପାଇଁ ଭଡ଼ାରେ ଆଣିଛି ଅଷ୍ଟ୍ରେଲିଆ

ଅଶ୍ୱିନଙ୍କ ଦକ୍ଷତାକୁ ମଧ୍ୟ ଅଷ୍ଟ୍ରେଲିଆ ବେଶ ଭଲ ଭାବେ ଜାଣିଛି। ଖାସ୍‌ ଏହି କାରଣ ପାଇଁ ଅଶ୍ୱିନଙ୍କ ଭଳି ବୋଲିଂ କରୁଥିବା ଜଣେ ୨୧ ବର୍ଷୀୟ ବୋଲରଙ୍କୁ ଭଡ଼ାରେ ଆଣିଛି ଅଷ୍ଟ୍ରେଲିଆ।

Ashwin duplicate PhotoTwitter

ବୋଲିଂ କରୁଛନ୍ତି ମହେଶ

Hemant Lenka
  • Published: Saturday, 04 February 2023
  • Updated: 04 February 2023, 04:36 PM IST

Sports

Latest News

ଆସନ୍ତା ୯ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ୪ ଟିକିଆ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଦୃଷ୍ଟିରୁ ଦୁଇ ଦେଶ ପାଇଁ ଏହି ସିରିଜ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ସ୍ପିନରଙ୍କୁ ପିଚ୍‌ ସୁହାଇବ। ଏପରି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି।

ଅଶ୍ୱିନଙ୍କ ଦକ୍ଷତାକୁ ମଧ୍ୟ ଅଷ୍ଟ୍ରେଲିଆ ବେଶ ଭଲ ଭାବେ ଜାଣିଛି। ଖାସ୍‌ ଏହି କାରଣ ପାଇଁ ଅଶ୍ୱିନଙ୍କ ଭଳି ବୋଲିଂ କରୁଥିବା ଜଣେ ୨୧ ବର୍ଷୀୟ ବୋଲରଙ୍କୁ ଭଡ଼ାରେ ଆଣିଛି ଅଷ୍ଟ୍ରେଲିଆ। ପୂର୍ବରୁ ଅଶ୍ୱିନ ଅନେକ ଥର ଷ୍ଟିଭ୍‌ ସ୍ମିଥଙ୍କୁ ଆଉଟ କରିଛନ୍ତି। ତେଣୁ ଭଡ଼ାରେ ଆସିଥିବା ଡୁପ୍ଲେକଟ ଅଶ୍ୱିନ ଅଧିକ ବୋଲିଂ ସ୍ମିଥଙ୍କୁ କରିଛନ୍ତି।

ଅଶ୍ୱିନଙ୍କ ଭଳି ବୋଲିଂ କରୁଥିବା ଯୁବ କ୍ରିକେଟର ଜଣଙ୍କ ହେଲେ ମହେଶ ପିଥିୟା। ଅଷ୍ଟ୍ରେଲିଆ ଟିମ୍‌ ଏବେ କର୍ଣ୍ଣାଟକାର ଅଲୁରରେ ଗୁପ୍ତ ଟ୍ରେନିଂ ସେସନ୍ସ ଓ ନେଟ୍ସ କରୁଥିବା ବେଳେ ମହେଶଙ୍କୁ ବରୋଦାରୁ ସେଠାକୁ ବିମାନ ଯୋଗେ ଭଡ଼ାରେ ନେଇଛି। ମହେଶ ଗତ ଡିସେମ୍ବରରେ ବରୋଦା ପାଇଁ ଘରୋଇ କ୍ରିକେଟରେ ଡେବ୍ୟୁ କରିଛନ୍ତି। ଅଶ୍ୱିନଙ୍କୁ ନିଜର ଆଦର୍ଶମାନୁଥିବା ମହେଶ ଏକଦା ବୁଲି ବୁଲି ଚା’ ବିକୁ ଥିଲେ। ହେଲେ ଏବେ ତାଙ୍କ ଭାଗ୍ୟ ବଦଳିଛି। ଅଷ୍ଟ୍ରେଲିଆ ନେଟ୍ସରେ ସେ ବୋଲିଂ କରି ଚର୍ଚ୍ଚା ଆସିଛନ୍ତି।

Also Read

କେବଳ ବୋଲିଂ ନୁହେଁ, ତାଙ୍କ କ୍ରିକେଟ ଯାତ୍ରା ମଧ୍ୟ ବେଶ ଅନୁପ୍ରାଣିତ କରିବା ଭଳି ରହିଛି। ଗୁଜରାଟର ଜୁନାଗଡ଼ରେ ଶ୍ରମିକ ଭାବେ ଚାଷ କାମ କରୁଥିବା ପରିବାରରେ ମହେଶଙ୍କ ଜନ୍ମ ହୋଇଥିଲା। ପିଲାଟି ବେଳକୁ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ରହିଥିଲା। ହେଲେ ଆର୍ଥିକ ସଙ୍କଟ ଯୋଗୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସେ ବୋଲିଂ କରିବା ପାଇଁ ଉପଯୁକ୍ତ ଜୋତା ମଧ୍ୟ କିଣି ପାରୁ ନଥିଲେ। କେବଳ ଜୋତା କାହିଁକି ଖାଇବା ପାଇଁ ମଧ୍ୟ ଏହି ବରୋଦା ସ୍ପିନର ଜଣଙ୍କ ଟଙ୍କା ଧାର କରୁଥିଲେ। ନିଜର ଆର୍ଥିକ ଅଭାବକୁ ଦୂର କରିବା ପାଇଁ ସେ ଗୋଟିଏ ସମୟରେ ଚା’ ଦୋକାନ ମଧ୍ୟ ଖୋଲିଥିଲେ। ଚା’ ବିକ୍ରି କରି ମଧ୍ୟ ସେ କ୍ରିକେଟକୁ ଭୁଲି ନଥିଲେ। ଶେଷରେ ତାଙ୍କ ସଂଘର୍ଷର ଚମକ ଦେଖିବାକୁ ମିଳିଥିଲା। ସୌଭାଗ୍ୟବଶତଃ ସେ ଡିସେମ୍ବର ମାସରେ ବରୋଦା ପାଇଁ ଡେବ୍ୟୁ କରିଥିଲେ।

ସେ ଜୀବନରେ ଅନେକ ସଂଘର୍ଷ କରିଥିବା ବେଳେ ଏବେ ତାଙ୍କ ଭାଗ୍ୟ ବଦଳିଛି। ଗତ କିଛି ଦିନ ହେଲା ସେ ବେଙ୍ଗାଲୁରୁର ୫ ଷ୍ଟାର ହୋଟେଲରେ ରହୁଛନ୍ତି। ତାଙ୍କ ସହ ଅଷ୍ଟ୍ରେଲିଆ କ୍ରିକେଟରମାନେ ସେଠାରେ ରହିଛନ୍ତି। ସେ ସବୁଆଡ଼େ ଡୁପ୍ଲିକେଟ ଅଶ୍ୱିନ ଭାବେ ପରିଚିତ। ସେ ଅଶ୍ୱିନଙ୍କ ଭଳି ଅପସ୍ପିନ ଠାରୁ ଆରମ୍ଭ କରି କ୍ୟାରମ ବଲ ପକାଇବାରେ ମାହିର। ତେଣୁ ଅଶ୍ୱିନଙ୍କୁ ଟେଷ୍ଟ ସିରିଜରେ ଚକମା ଦେବା ପାଇଁ ଅଷ୍ଟ୍ରେଲିଆ ମହେଶଙ୍କୁ ଭଡ଼ାରେ ନେଇ ଅଭ୍ୟାସ କରୁଛି।

ସବୁଠାରୁ କୌତୁହଳର ବିଷୟ ହେଲା, ମହେଶ ୧୧ ବର୍ଷ ବୟସରେ ପାଦ ଦେବା ଯାଏ କେବେ ହେଲେ ଅଶ୍ୱିନଙ୍କ ବୋଲିଂ ଆକ୍ସନକୁ ଦେଖି ନଥିଲେ। ୨୦୧୩ ମସିହାରେ ମହେଶଙ୍କୁ ୧୧ ବର୍ଷ ବୟସ ହୋଇଥିବା ବେଳେ ସେ ଅଶ୍ୱିନଙ୍କ ବୋଲିଂ ଆକ୍ସନକୁ ପ୍ରଥମଥର ଦେଖିଥିଲେ। ଏବେ ମହେଶ କହିଛନ୍ତି, “ଆର୍ଥିକ ଅଭାବ ଯୋଗୁ ଆମ ଘରେ ଟିଭି ନଥିଲା। ମୁଁ ପ୍ରଥମେ ଅଶ୍ୱିନ ସାର୍‌ଙ୍କ ବୋଲିଂ ଆକ୍ସନ ଆମ ସହରରେ ଥିବା ଗୋଟିଏ ପାନ ଦୋକାନରେ ଲାଗିଥିବା ଟିଭିରୁ ଦେଖିଥିଲି। ଭାରତ ଓ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ରେ ସେ ବୋଲିଂ କରୁଥିଲେ।”

ଜଣେ ସ୍ଥାନୀୟ କୋଚ୍‌ ପ୍ରଥମେ ମହେଶଙ୍କୁ ପୋରବନ୍ଦର କ୍ୟାମ୍ପରେ ଦେଖିଥିଲେ। ତାଙ୍କ ବୋଲିଂ ଦକ୍ଷତା ଦେଖି ସେ ତାଙ୍କୁ ଅଧିକ କିଛି ଶିଖିବା ପାଇଁ ବରୋଦରା ଆସିବାକୁ କହିଥିଲେ। ଏହି ପରାମର୍ଶ ପରେ ମହେଶ ୨୦୧୪ରେ ବରୋଦରାରେ ଥିବା ମୋତିବାଗ କ୍ରିକେଟ କ୍ଲବରେ ଯୋଗ ଦେଇଥିଲେ। ସେ ପ୍ରାଥମିକ ଭାବେ ଅଫିସିଆଲ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ ହେଁ ଆର୍ଥିକ ଅଭାବ ସବୁବେଳେ ତାଙ୍କ ଆଗରେ ସମସ୍ୟା ହୋଇ ଛିଡ଼ା ହେଉଥିଲା। ଏବେ ସେ କରିଥିବା ସଂଘର୍ଷର ଫଳ ମିଳିଥିବାରୁ ତାଙ୍କ ଘରର ଲୋକଙ୍କ ମୁହଁରେ ହସ ଫୁଟିଛି। 

ମହେଶ କହିଛନ୍ତି, “ପ୍ରାୟ ଗୋଟିଏ ବର୍ଷ ଧରି ମୁଁ ଫତେଗଞ୍ଜ ଅଞ୍ଚଳରେ ଚା’ ବିକ୍ରି କରିଛି। ମୋ କ୍ଲବ ମୋତେ ନୂଆ ଜୋତା ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦେଇଥିଲା। ଦିନ ବେଳା କ୍ରିକେଟ ଖେଳିବା ଓ ସନ୍ଧ୍ୟାରେ କାମ କରିବା ବେଶ କଷ୍ଟ ଦାୟକ ଥିଲା। କିନ୍ତୁ ସଂଘର୍ଷର ମୂଲ୍ୟ ଥାଏ। ଏବେ ଏହାର ମୂଲ୍ୟ ମୁଁ ପାଇଛି।”

ମହେଶଙ୍କ ଭାଗ୍ୟ ରେଖା ସେତେବେଳେ ବଦଳି ଥିଲା ଯେତେବେଳେ ସେ ଅଣ୍ଡର ୧୯ ଟିମ୍‌ରେ ଚୟନ ହୋଇଥିଲେ ଓ ତାଙ୍କୁ ମ୍ୟାଚ୍‌ ଫି’ ମିଳିଥିଲା। ମହେଶଙ୍କୁ ସମର୍ଥନ କରି ବରୋଦା ସ୍ଥାନାନ୍ତର ହୋଇଥିବା ତାଙ୍କ ବଡ଼ ଭାଇ ଦୀନେଶ ମଧ୍ୟ ଗୋଟିଏ ଛୋଟିଆ ବ୍ୟବସାୟ ସହରରେ ଆରମ୍ଭ କରିଛନ୍ତି। ନିକଟରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ମହେଶ ୪ଟି ମ୍ୟାଚରେ ୮ ୱିକେଟ ନେଇଛନ୍ତି।

ସେ ଆହୁରି କହିଛନ୍ତି, “ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଥ୍ରୋଡାଉନ ସ୍ପେଶାଲିଷ୍ଟ ପ୍ରୀତେଶ ଯୋଶୀ ମୋ ବୋଲିଂ ଭିଡିଓକୁ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟକୁ ପଠାଇଥିଲେ। ସେମାନେ ଏହାକୁ ଦେଖି ମୋତେ ନେଟ୍ସ ବୋଲର ଭାବେ ବାଛିଛନ୍ତି। ମୁଁ ଅଶ୍ୱିନ ସାର୍‌ଙ୍କ ଭଳି ବୋଲିଂ କରୁଛି। ଗତ ଦୁଇ ଦିନ ହେଲା ମୁଁ ଅଧିକାଂଶ ବୋଲିଂ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ପକାଇଛି।

ସେ ମୋ ବୋଲିଂ ଷ୍ଟାଇଲକୁ ପସନ୍ଦ କରୁଥିବା କହିଛନ୍ତି। ମୁଁ ଅଶ୍ୱିନ ସାରଙ୍କ ବୋଲିଂରୁ ବହୁତ କିଛି ଶିଖିଛି।” ଯଦି ମହେଶ ଏମିତି ପ୍ରଦର୍ଶନ କରିବେ, ତା’ହେଲେ ତାଙ୍କୁ ଅଶ୍ୱିନ ନିଶ୍ଚିତ କିଛି ଟିପ୍ସ ଦେବେ ବୋଲି ଅନେକ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story