Advertisment

ଶେନ ୱାର୍ଣ୍ଣଙ୍କ ସମକକ୍ଷ ହେଲେ ଅଶ୍ୱିନ

ଆଜି ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟ ବଲ୍ ଓ ବ୍ୟାଟରେ ଚମତ୍କାର ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ।

Ravichandran Ashwin

Ravichandran Ashwin

Advertisment

ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ୨୮୦ ରନ୍‌ରେ ବାଂଲାଦେଶଙ୍କୁ ପରାସ୍ତ କରିଥିବା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାଁରେ ଏକ ରେକର୍ଡ ଯୋଡ଼ିଛନ୍ତି। ଟେଷ୍ଟରେ ୩୭ ଥର ପାଇଁ ଗୋଟିଏ ଇନିଂସରେ ୫ଟି ୱିକେଟ ନେଇ ସେ ଅନ୍ୟତମ ପ୍ରସିଦ୍ଧ ସ୍ପିନର ସ୍ୱର୍ଗତ ଶେନ ୱାର୍ଣ୍ଣଙ୍କ ସମକକ୍ଷ ହୋଇଛନ୍ତି।

Advertisment

ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ଟେଷ୍ଟରେ ସର୍ବାଧିକ ୬୭ ଥର ଗୋଟିଏ ଇନିଂସରେ ୫ଟି ୱିକେଟ ନେଇଛନ୍ତି। ତାଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ ଶେନ ୱାର୍ଣ୍ଣ। ସେ ତାଙ୍କ କ୍ୟାରିୟରରେ ୩୭ ଥର ଗୋଟିଏ ଇନିଂସରେ ୫ଟି ୱିକେଟ ନେଇଥିଲେ। ଏବେ ଅଶ୍ୱିନ ତାଙ୍କ ସହିତ ସେହି ସ୍ଥାନରେ ଯୋଡ଼ି ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଶେନ ୱାର୍ଣ୍ଣ ରେକର୍ଡକୁ ଭଙ୍ଗ କରିବାର ସୁଯୋଗ ଅଶ୍ୱିନଙ୍କ ପାଖରେ ରହିଛି।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଶ୍ୱିନ ୱିକେଟ ନେବାରେ ବିଫଳ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ସେ ୬ଟି ୱିକେଟ୍ ନେଇଥିଲେ। ଆଉ ଏହା ସହିତ ସେ ଶେନ ୱାର୍ଣ୍ଣଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଭାରତର ପ୍ରଥମ ଇନିଂସରେ ପ୍ରଶଂସନୀୟ ଶତକୀୟ ପାଳି (୧୧୩ ରନ୍ କରିଥିଲେ) ଖେଳିଥିଲେ ଅଶ୍ୱିନ। ଫଳରେ ଭାରତର ସ୍କୋର ପ୍ରଥମ ଇନିଂସରେ ୩୭୬ରେ ପହଞ୍ଚିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିବା ଅଶ୍ୱିନଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment

ଅଶ୍ୱିନଙ୍କ ନାଁରେ ଆହୁରି ଅନେକ ରେକର୍ଡ ରହିଛି। ଟେଷ୍ଟରେ ସେ ହେଉଛନ୍ତି ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ ନେଇଥିବା ବୋଲର। ୧୦୧ଟି ଟେଷ୍ଟରୁ ସେ ୫୨୨ଟି ୱିକେଟ ନେଇଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଅନୀଲ କୁମ୍ବଲେ। ସେ ୧୩୨ଟି ମ୍ୟାଚ୍‌ରୁ ୬୧୯ଟି ୱିକେଟ ନେଇଛନ୍ତି।

ଭାରତୀୟ ବୋଲର ଭାବେ ସେ ଟେଷ୍ଟରେ ଗୋଟିଏ ଇନିଂସରେ ସର୍ବାଧିକ ୩୭ ଥର ୫ଟି ୱିକେଟ ନେଇଛନ୍ତି। ଟେଷ୍ଟରେ ଗୋଟିଏ ମ୍ୟାଚ୍‌ରେ ୧୦ଟି ୱିକେଟ ନେବାରେ ସେ ଅନୀଲ କୁମ୍ବଲେ ସହିତ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି। ଉଭୟ ୮ ଥର ଲେଖାଏଁ ୧୦ଟି ୱିକେଟ ନେଇଛନ୍ତି। ସାରା ବିଶ୍ୱରେ ଟେଷ୍ଟରେ ଦ୍ରୁତ ୨୫୦, ୩୦୦ ଓ ୩୫୦ ୱିକେଟ ନେବାର ଗୌରବ ହାସଲ କରିଛନ୍ତି ଅଶ୍ୱିନ।

ଟେଷ୍ଟ କ୍ରିକେଟରେ ନମ୍ବର ୮ ବା ତା’ ତଳ ନମ୍ବରଗୁଡ଼ିକରେ ବ୍ୟାଟିଂ କରିବାକୁ ଆସି ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଶ୍ୱିନ। ସେ ଏହି ସ୍ଥାନରେ ବ୍ୟାଟିଂ କରି ୪ ଥର ଶତକ ହାସଲ କରିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭେଟୋରୀ। ସେ ଏହି ସ୍ଥାନରେ ବ୍ୟାଟିଂ କରି ୫ଟି ଶତକ ହାସଲ କରିଛନ୍ତି।

Ravichandran Ashwin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe