Advertisment

ଇତିହାସ ରଚିଲେ ଅଶ୍ୱିନ୍, ପଛରେ ପଡ଼ିଗଲେ କୁମ୍ବଲେ ଓ ୱାର୍ଣ୍ଣ

ଅହମ୍ମଦାବାଦ: ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି। ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ୍‌ ପୂରଣ କରିଛନ୍ତି। ଏଥିସହ ଅଶ୍ୱିନ ୪୦୦ ୱିକେଟ୍ ନେବାରେ ଦୁନିଆର ଦ୍ୱିତୀୟ ଦ୍ରୁତ ବୋଲର ଆଖ୍ୟା ଅର୍ଜନ କରିଛନ୍ତି। ଅଶ୍ୱିନ୍ ୭୭ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି। କିନ୍ତୁ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ମାତ୍ର ୭୨ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ୍ ନେଇ ଏକ ନମ୍ବର ସ୍ଥାନରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଇତିହାସ ରଚିଲେ ଅଶ୍ୱିନ୍, ପଛରେ ପଡ଼ିଗଲେ କୁମ୍ବଲେ ଓ ୱାର୍ଣ୍ଣ

ASHWIN

ଅହମ୍ମଦାବାଦ: ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି। ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ୍‌ ପୂରଣ କରିଛନ୍ତି। ଏଥିସହ ଅଶ୍ୱିନ ୪୦୦ ୱିକେଟ୍ ନେବାରେ ଦୁନିଆର ଦ୍ୱିତୀୟ ଦ୍ରୁତ ବୋଲର ଆଖ୍ୟା ଅର୍ଜନ କରିଛନ୍ତି। ଅଶ୍ୱିନ୍ ୭୭ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି। କିନ୍ତୁ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ମାତ୍ର ୭୨ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ୍ ନେଇ ଏକ ନମ୍ବର ସ୍ଥାନରେ ଅଛନ୍ତି।

Advertisment

ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଅଶ୍ୱିନଙ୍କ ନାଁରେ ୭୬ ଟେଷ୍ଟରେ ୩୯୪ ୱିକେଟ୍‌ ଥିଲା। ସେ ଆଜି ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରି ୪୦୦ ୱିକେଟ୍ ପୂରଣ କରିଛନ୍ତି। ସେ ମଧ୍ୟ ଭାରତର ଦ୍ରୁତ ବୋଲର ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହା ପୂର୍ବରୁ ଅନୀଲ କୁମ୍ବଲେ ୮୫ ଟେଷ୍ଟରେ ଏହି କାରନାମା କରିଥିଲେ।

https://twitter.com/BCCI/status/1364936705321570314?s=20

୪୦୦ ୱିକେଟ୍ ନେବାରେ ଅଶ୍ୱିନ୍ ଏବେ ବିଶ୍ୱର ୧୬ଶ ଏବଂ ଭାରତର ଚତୁର୍ଥ ବୋଲର ହୋଇଛନ୍ତି। ଭାରତ ପକ୍ଷରୁ ଅନୀଲ କୁମ୍ବଲେ ସର୍ବାଧିକ ୬୧୯ ୱିକେଟ୍‌ ନେଇ ଥିବା ବେଳେ କପିଲ୍ ଦେବ ୪୩୪ ଏବଂ ହରଭଜନ ସିଂହ ୪୧୭ ୱିକେଟ୍ ନେଇଛନ୍ତି। ତେବେ ଅଶ୍ୱିନ୍ ଦୁନିଆର ଷଷ୍ଠ ସ୍ପିନର୍ ଭାବେ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ୍‌ ନେଇଛନ୍ତି। ବିଶ୍ୱ ସ୍ତରରେ ଅଶ୍ୱିନଙ୍କ ପୂର୍ବରୁ ମୁଥିଆ ମୁରଲୀଧରନ (୮୦୦), ଶେନ୍ ୱାର୍ଣ୍ଣ (୭୦୮), ଓ ରଙ୍ଗନା ହେରାଥ (୪୩୩) ଏହି କାରନାମା କରିସାରିଛନ୍ତି।

Advertisment