Advertisment

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ୬ ପଏଣ୍ଟ ହରାଇ ବି ଅଶ୍ୱିନ ନମ୍ବର ୧ ଟେଷ୍ଟ ବୋଲର

ସେ ଇଂଲିଶ ଟିମର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି।

Ashwin

Ashwin

Advertisment

ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ୬ ରେଟିଂ ପଏଣ୍ଟ ହରାଇଛନ୍ତି। ତଥାପି ସେ ଇଂଲିଶ ଟିମର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି। ଉଭୟଙ୍କ ପଏଣ୍ଟ ସଂଖ୍ୟା ୮୫୯ ରହିଛି। ଅଶ୍ୱିନ ଗତ ସପ୍ତାହରେ ଆଣ୍ଡରସନଙ୍କୁ ପଛରେ ପକାଇ ରାଙ୍କିଙ୍ଗରେ ୧ନଂ ସ୍ଥାନ ଦଖଲ କରିଥିଲେ। ତେଣୁ ସେ ଏବେ ବି ୧ନଂ ସ୍ଥାନରେ ରହିଛନ୍ତି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଅଶ୍ୱିନ ୨ଟି ଇନିଂସରେ ମାତ୍ର ୪ଟି ୱିକେଟ ଦଖଲ କରିଥିଲେ। ଭାରତ ମଧ୍ୟ ଉକ୍ତ ମ୍ୟାଚ୍‌କୁ ୯ ୱିକେଟରେ ହାରିଥିଲା। ଏହାପରେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଅଶ୍ୱିନଙ୍କ ରେଟିଂ ପଏଣ୍ଟ ହ୍ରାସ ପାଇଛି। ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଖେଳି ନଥିଲେ ମଧ୍ୟ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ପୂର୍ବଭଳି ବୋଲିଂ ରାଙ୍କିଙ୍ଗର ୩ନଂ ସ୍ଥାନରେ ରହିଛନ୍ତି। ତେବେ ତାଙ୍କ ପଏଣ୍ଟ ସଂଖ୍ୟା ୮୪୯କୁ ହ୍ରାସ ପାଇଛି।

ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୩ଟି ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୮୦୭ ରହିଛି। ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ଓ ଦୀର୍ଘଦିନ ହେଲା କ୍ରିକେଟରୁ ଦୂରେଇ ରହିଥିବା ଭାରତର ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ୬ଷ୍ଠରେ ଅଛନ୍ତି। ଇଂଲଣ୍ଡର ଓଲି ରବନିଶନ ୭ମ, ଭାରତର ରବୀନ୍ଦ୍ର ଜାଡେଜା ୮ମ, ଅଷ୍ଟ୍ରେଲିଆର ସ୍ପିନ ତାରକା ନାଥନ ଲାୟନ ୯ମ ଓ କାୟଲ ଜାମେସନ ୧୦ମ ସ୍ଥାନରେ ରହିଛନ୍ତି।

Advertisment

ବ୍ୟାଟିଂ ରାଙ୍କିଙ୍ଗର ଟପ ୧୦ରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି। ଭାରତ ବିପକ୍ଷ ଟେଷ୍ଟରେ ଏଯାଏ ନିଜର ଦମ ଦେଖାଇଥିବା ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ୨ଟି ସ୍ଥାନ ଉପରକୁ ଉଠି ୯ମରେ ପହଞ୍ଚିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ମାର୍ନସ ଲାବୁଶେନ ରହିଥିବା ବେଳେ ୨ନଂରେ ଷ୍ଟିଭ ସ୍ମିଥ ଓ ୩ନଂରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ଟପ୍‌ ୧୦ରେ ଭାରତର ଏକମାତ୍ର ବ୍ୟାଟର ଋଷଭ ପନ୍ତ ୮ମ ସ୍ଥାନରେ ଅଛନ୍ତି।

Ravichandran Ashwin ICC James Anderson
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe