Advertisment

ଭାରତର ବୃହତ ବିଜୟ, ଇନିଂସ ଓ ୧୪୧ ରନ୍‌ରେ ୱେଷ୍ଟଇଣ୍ଡିଜ ପରାସ୍ତ

ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୧୫୦ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ୪୨୧ ରନରେ ପାଳି ଘୋଷଣା କରିଥିଲା।

ଅଦ୍ୟତନ ହୋଇଛି
Match

Match

Advertisment

ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଆଗରେ ଚିତପଟାଙ୍ଗ ୱେଷ୍ଟଇଣ୍ଡିଜ୍। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ। ଇନିଂସ  ଓ ୧୪୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଭାରତ। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରିଥିବା ବେଳେ ଭାରତ ୫ ୱିକେଟ ହରାଇ ୪୨୧ ରନ୍ କରି ପାଳି ଘୋଷଣା କରିଥିଲା। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୩୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।    

Advertisment

ଗତକାଲି ଭାରତୀୟ ଟିମ୍ ୩୧୨ ରନ୍‌ରୁ ତା’ର ପ୍ରଥମ ଇନିଂସକୁ ଆଗକୁ ବଢ଼ାଇଥିଲା। ଯଥାକ୍ରମେ ୧୪୩ ଓ ୩୬ ରନ୍ କରି ଅପରାଜିତ ଥିବା ଯଶସ୍ୱୀ ଜୈସ୍ୱାଲ ଓ ବିରାଟ କୋହଲି ସ୍କୋରକୁ ଆଗକୁ ନେଇଥିଲେ। ଗତକାଲି ଆଉ ୨୮ ରନ୍ କରିବା ପରେ ଆଉଟ୍ ହୋଇଥିଲେ ଯଶସ୍ୱୀ। ସେ ୧୭୧ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ବିରାଟ କୋହଲି ୧୮୨ଟି ବଲ୍‌ରୁ ୭୬ ରନ୍ କରି ଆଉଟ୍ ହୋଇଥିଲେ। ଆଜିଙ୍କ୍ୟ ରାହାଣେ ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୩୭ ଓ ଈଶାନ କିଷନ ୧ ରନ୍ କରି ଅପରାଜିତ ଥିବା ବେଳେ ଦଳ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା। ସେତେବେଳକୁ ଦଳ ୫ ୱିକେଟ ହରାଇ ୪୨୧ ରନ୍ କରିଥିଲା ଓ ୱେଷ୍ଟଇଣ୍ଡିଜ ଠାରୁ ୨୭୧ ରନ୍‌ରେ ଆଗୁଆ ଥିଲା। 

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କିମର ରୋଚ୍, ଅଲଜାରୀ ଯୋଶେଫ, ରାହକିମ କର୍ଣ୍ଣୱାଲ, ଜୋମେଲ ୱାରିକାନ ଓ ଆଲିକ ଆଥାଞ୍ଜି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

Advertisment

ୱେଷ୍ଟଇଣ୍ଡିଜର ଦ୍ୱିତୀୟ ପାଳି ୧୩୦ ରନ୍‌ରେ ସୀମିତ ରହିଥିଲା। ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ ନେଇଥିଲେ। ୱେଷ୍ଟଇଣ୍ଡିଜର ଜଣେ ବ୍ୟାଟର ଖାତା ଖୋଲି ପାରି ନଥିବା ବେଳେ ଆଉ ୪ ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଆଲିକ ଆଥାଞ୍ଜି ସର୍ବାଧିକ ୨୮ ରନ୍ କରିଥିଲେ।

ପ୍ରଥମେ ଆଉଟ୍ ହୋଇଥିଲେ ଓପନିଂ କରିବାକୁ ଆସିଥିବା ତେଜନାରାୟଣ ଚନ୍ଦରପଲ। ସେ ୭ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ଅନ୍ୟତମ ଓପନର କ୍ରେଗ ବ୍ରାଥୱେଟଙ୍କ ୱିକେଟ ନେଇଥିଲେ ଅଶ୍ୱିନ। ବ୍ରାଥୱେଟ ମଧ୍ୟ ୭ ରନ୍ କରି ଆଉଟ୍ ହୋଇଥିଲେ। ରେମନ ରିଫର ଓ ଜର୍ମେନ ବ୍ଲାକଉଡ୍ ବି ଅଧିକ ସମୟ ରହିପାରି ନଥିଲେ। ସେମାନେ ଯଥାକ୍ରମେ ୧୧ ଓ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। 

ମାତ୍ର ୩୦ ରନ୍‌ରେ ଘରୋଇ ଦଳ ୪ଟି ୱିକେଟ ହରାଇବା ପରେ ଆଲିକ ଆଥାଞ୍ଜି ଓ ଜୋଶୁଆ ଡା ସିଲ୍‌ଭା କ୍ରିଜ୍‌ରେ ରହିବାକୁ ପ୍ରୟାସ କରିଥିଲେ। ତେବେ ମହମ୍ମଦ ସିରାଜ ସେମାନଙ୍କୁ ପାର୍ଟନରଶିପ କରିବାକୁ ଦେଇ ନଥିଲେ। ଜୋଶୁଆ ୧୩ ରନ୍ କରିଥିବା ବେଳେ ସିରାଜଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। 

ଜାଶନ ହୋଲଡର ୫୦ ବଲରୁ ୨୦ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ, କିନ୍ତୁ ଅନ୍ୟପଟେ ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଥିଲା। ଆଲିକ ଆଥାଞ୍ଜି ଓ ଅଲଜାରୀ ଜୋଶେଫଙ୍କୁ ଅଶ୍ୱିନ ଆଉଟ୍ କରିଥିଲେ। ଉଭୟ କ୍ୟାଚ୍ ଆଉଟ ହୋଇଥିଲେ। ରହକିମ କର୍ଣ୍ଣୱାଲ ୪ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲ୍‌ରେ ଶୁବମନ ଗିଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। କିମାର ରୋଚ୍ ଖାତା ଖୋଲି ପାରି ନଥିଲେ। ଅଶ୍ୱିନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଜୋମେଲ ୱାରିକାନ ୧୮ଟି ବଲ୍‌ରୁ ୧୮ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ଦ୍ୱାରା ଏଲ୍‌ବଡବ୍ଳ୍ୟୁ ହୋଇଥିଲେ।   

ଅଶ୍ୱିନ ଏହି ଟେଷ୍ଟରେ ଅଷ୍ଟମ ଥର ପାଇଁ ୧୦ ବା ତା’ଠୁ ଅଧିକ ୱିକେଟ୍‌ ହାସଲ କରିବାର ସଫଳତା ଅର୍ଜନ କରିଛନ୍ତି। ପଦାର୍ପଣରେ ଶତକ ମାରିଥିବା ଯଶସ୍ୱୀ ଜୈସ୍ୱାଲଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। 

India VS WestIndies Test Match India Vs West Indies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe