Advertisment

ଆଇସିସି ରାଙ୍କିଙ୍ଗ: ଆଣ୍ଡରସନଙ୍କୁ ହଟାଇ ଅଶ୍ୱିନ ଟେଷ୍ଟରେ ୧ ନଂ ବୋଲର

ଟିମ ଇଣ୍ଡିଆର ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ସଫଳତା ହାସଲ କରିଛନ୍ତି। ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

R Ashwin

R Ashwin

Advertisment

ଟିମ ଇଣ୍ଡିଆର ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ସଫଳତା ହାସଲ କରିଛନ୍ତି। ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଆଜି ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ଅପଡେଟ କରାଯାଇଥିବା ବେଳେ ଅଶ୍ୱିନ ୨ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚିଛନ୍ତି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ ୬ଟି ୱିକେଟ ନେବା ସହ ଭାରତ ୬ ୱିକେଟରେ ମ୍ୟାଚ୍‌ ଜିତିଥିଲା। ଏହି ସଫଳତା ପରେ ଅଶ୍ୱିନ ରାଙ୍କିଙ୍ଗରେ ଫାଇଦା ହାସଲ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଆଣ୍ଡରସନ ଗତ ସପ୍ତାହରେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ୧ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାରୁ ଆଣ୍ଡରସନଙ୍କ ରାଙ୍କିଙ୍ଗ ମଧ୍ୟ ହ୍ରାସ ପାଇଛି। ଏବେ ସେ ୮୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Advertisment

୩୬ ବର୍ଷୀୟ ଅଶ୍ୱିନ ୮୬୪ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ୨୦୧୫ରେ ପ୍ରଥମଥର ପାଇଁ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ସେ ଉପର ତଳ ହେବାରେ ଲାଗିଥିଲେ। ଏବେ ସେ ପୁଣିଥରେ ୧ନଂ ସ୍ଥାନ ଦଖଲ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ କ୍ରମାଗତ ତୃତୀୟ ସପ୍ତାହରେ ମଧ୍ୟ ବଦଳିଛି। ପ୍ରଥମେ ଅଷ୍ଟ୍ରେଲିଆର ପାଟ କମିନ୍ସ ୧ନଂ ଟେଷ୍ଟ ବୋଲର ରହିଥିଲେ। ହେଲେ ଗତ ସପ୍ତାହରେ ଆଣ୍ଡରସନ ତାଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଥିଲେ। ଏବେ ଅଶ୍ୱିନ ମଧ୍ୟ ଆଣ୍ଡରସନଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଏହି ୩ ଜଣ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଟପ୍‌ ୩ରେ ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୦ଟି ୱିକେଟ ନେଇଥିବା ରବୀନ୍ଦ୍ର ଜାଡେଜା ବୋଲିଂ ରାଙ୍କିଙ୍ଗର ଉପରକୁ ଉଠି ୮ମରେ ପହଞ୍ଚିଛନ୍ତି। ସେହିପରି ଜାଡେଜା ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ଓ ଅଶ୍ୱିନ ୨ନଂରେ ରହିଛନ୍ତି। ବ୍ୟାଟିଂ ପାଇଁ ସବୁବେଳେ ଜଣାଶୁଣା ଇଂଲଣ୍ଡର ଜୋ ରୁଟ ଅଲରାଉଣ୍ଡର ରାଙ୍କିଙ୍ଗରେ ୨ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନ ଦଖଲ କରିଛନ୍ତି।

ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ମଧ୍ୟ ସେ ଟ୍ରାଭିସ ହେଡ୍‌ ଓ ବାବର ଆଜମଙ୍କୁ ପଛରେ ପକାଇ ୩ନଂ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ମାର୍ନସ ଲାବୁଶେନ ଓ ଦ୍ୱିତୀୟରେ ଷ୍ଟିଭ ସ୍ମିଥ ଅଛନ୍ତି।

ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ନୂଆ ମୁହଁ ଭାବେ ନ୍ୟୁଜିଲ୍ୟାଣ୍ଡର ଟମ ବ୍ଲଣ୍ଡେଲ ପ୍ରବେଶ କରିଛନ୍ତି। ସେ ୪ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନ ଦଖଲ କରିଛନ୍ତି। ଇଂଲଣ୍ଡର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ ୧୫ଟି ସ୍ଥାନ ଉପରକୁ ଉଠି ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଏବେ ରାଙ୍କିଙ୍ଗର ୧୬ତମ ସ୍ଥାନରେ ଅଛନ୍ତି।

India Vs Australia Cricket Indian Cricket Team R Ashwin Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe