Advertisment

ଅଶ୍ୱିନ ବିଶ୍ୱର ୧ନଂ ଟେଷ୍ଟ ବୋଲର, ବିରାଟ ଉପରକୁ ଉଠିଲେ

ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ୨୫ଟି ୱିକେଟ ଦଖଲ କରିଥିବା ଅଶ୍ୱିନଙ୍କ ପଏଣ୍ଟ ସଂଖ୍ୟା ଏବେ ୮୬୯ ହୋଇଯାଇଛି।

Virat

Virat

Advertisment

ଭାରତର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ନିଜକୁ ସୁଦୃଢ଼ କରି ନେଇଛନ୍ତି। ଗତ ସପ୍ତାହରେ ଅଶ୍ୱିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଆଜି ଜାରି ହୋଇଥିବା ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଆଣ୍ଡରନସନଙ୍କୁ ପଛରେ ପକାଇ ଅଶ୍ୱିନ ଏକାକୀ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

Advertisment

ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ୨୫ଟି ୱିକେଟ ଦଖଲ କରିଥିବା ଅଶ୍ୱିନଙ୍କ ପଏଣ୍ଟ ସଂଖ୍ୟା ଏବେ ୮୬୯ ହୋଇଯାଇଛି। ଆଣ୍ଡରସନ ତାଙ୍କ ଠାରୁ ୧୦ ପଏଣ୍ଟ କମ ଅର୍ଥାତ ୮୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।  ପାଟ କମିନ୍ସ ପୂର୍ବଭଳି ବୋଲିଂ ରାଙ୍କିଙ୍ଗର ୩ନଂ ସ୍ଥାନରେ ରହିଛନ୍ତି।

 ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୪ର୍ଥ, ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୫ମ, ଇଂଲଣ୍ଡର ଓଲି ରବନିଶନ ୬ଷ୍ଠ, ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ୭ମ, ଅଷ୍ଟ୍ରେଲିଆର ସ୍ପିନ ତାରକା ନାଥନ ଲାୟନ ୮ମ, ଭାରତର ରବୀନ୍ଦ୍ର ଜାଡେଜା ୯ମ ଓ ନ୍ୟୁଜିଲ୍ୟାଣ୍ଡର କାୟଲ ଜାମେସନ ୧୦ମ ସ୍ଥାନରେ ରହିଛନ୍ତି।

Advertisment

ଦୀର୍ଘ ସାଢ଼େ ୩ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିବା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ବ୍ୟାଟିଂ ରାଙ୍କିରେ ଭଲ ଫାଇଦା ମିଳିଛି। ସେ ୭ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୩ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ୪ଟି ଯାକ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେହିପରି କୋହଲି ୪ର୍ଥ ଟେଷ୍ଟରେ ୧୮୬ ରନର ବଡ଼ ଇନିଂସ ଖେଳିଥିଲେ। ଦୀର୍ଘ ୧୨୦୫ ଦିନ ପରେ କୋହଲିଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ଶତକ ଦେଖିବାକୁ ମିଳିଥିଲା। ଏବେ କୋହଲି ଉକ୍ତ ଶତକ ଯୋଗୁ ରାଙ୍କିଙ୍ଗର ୧୩ତମ ସ୍ଥାନ ଦଖଲ କରିଛନ୍ତି। ଋଷଭ ପନ୍ତ ରାଙ୍କିଙ୍ଗର ୯ନଂ ସ୍ଥାନରେ ଓ ଅଧିନାୟକ ରୋହିତ ଶର୍ମା ୧୦ମ ସ୍ଥାନରେ ରହିଛନ୍ତି।

ଅକ୍ଷର ପଟେଲ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ବ୍ୟାଟିଂ କରିଥିଲେ। ଏଥିପାଇଁ ସେ ବ୍ୟାଟିଂ ରାଙ୍କିଙ୍ଗରେ ୮ଟି ସ୍ଥାନ ଉପରକୁ ଉଠି ୪୪ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡ ରାଙ୍କିଙ୍ଗରେ ମଧ୍ୟ ସେ ଦୁଇଟି ସ୍ଥାନ ଉପରକୁ ଉଠି ଟପ୍‌ ୪ରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂରେ ରବୀନ୍ଦ୍ର ଜାଡେଜା ଓ ଦୁଇ ନମ୍ବରରେ ରବି ଅଶ୍ୱିନ ପୂର୍ବଭଳି ରହିଛନ୍ତି। ତୃତୀୟ ସ୍ଥାନରେ ସାକିବ ଅଲ ହାସନ ଅଛନ୍ତି।

ଅନ୍ୟପକ୍ଷରେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟରେ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ବ୍ୟାଟିଂ ରାଙ୍କିଙ୍ଗରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ୭ମ ସ୍ଥାନରେ ରହିଛନ୍ତି। ପୂର୍ବଭଳି ଏହି ତାଲିକାର ୧ନଂରେ ମାର୍ନସ ଲାବୁଶେନ, ଦ୍ୱିତୀୟରେ ଷ୍ଟିଭ ସ୍ମିଥ ଓ ତୃତୀୟ ସ୍ଥାନରେ ଜୋ ରୁଟ ରହିଛନ୍ତି।

Indian Cricket Team Virat Kohli Ravichandran Ashwin ICC World Test Championship Finale
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe