Advertisment

ସାଂଘାତିକ ଅଭିଯୋଗ ଆଣିଲେ ଅଶ୍ୱିନଙ୍କ ବାପା, କହିଲେ- ପୁଅକୁ କରାଯାଉଥିଲା ଅପମାନିତ

ବୁଧବାର ସମସ୍ତଙ୍କୁ ଚକିତ କରି ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଅଧାରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ। ଆଜି ଅଶ୍ୱିନ ନିଜ ଘର ଚେନ୍ନାଇକୁ ଫେରିଛନ୍ତି।

ashwin

ashwin

Advertisment

ଟିମ ଇଣ୍ତିଆର ଭେଟରାନ ସ୍ପିନର ରବି ଅଶ୍ୱିନଙ୍କ ବାପା ରବିଚନ୍ଦ୍ରନ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବୁଧବାର ସମସ୍ତଙ୍କୁ ଚକିତ କରି ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଅଧାରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ। ଆଜି ଅଶ୍ୱିନ ନିଜ ଘର ଚେନ୍ନାଇକୁ ଫେରିଛନ୍ତି।

Advertisment

ହେଲେ ହଠାତ୍ ଇସ୍ତଫାକୁ ନେଇ ତାଙ୍କ ବାପା ରବିଚନ୍ଦ୍ରନ ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି। ଅଶ୍ୱିନଙ୍କ ଅପ୍ରତ୍ୟାଶିତ ଅବସର ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ପୁଅ ଭାରତ ପାଇଁ ଖେଳୁ ବୋଲି ରବିଚନ୍ଦ୍ରନ ଚାହୁଁଥିଲ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ବାରମ୍ବାର ଅପମାନିତ ହୋଇଆସୁଥିଲେ। ସମ୍ଭବତଃ ଏହି କାରଣ ପାଇଁ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ଥାଇପାରନ୍ତି ବୋଲି ରବିଚନ୍ଦ୍ରନ ମତ ରଖିଛନ୍ତି।

ରବିଚନ୍ଦ୍ରନ ନିର୍ଦ୍ଦିଷ୍ଟ ଭାବେ ସେ ଆଣିଥିବା ଅପମାନ ଅଭିଯୋଗ ସମ୍ପର୍କରେ କିଛି ବି କହିନାହାନ୍ତି। କିନ୍ତୁ ବିଦେଶ ମାଟିରେ ଅଶ୍ୱିନଙ୍କୁ ନିୟମିତ ସୁଯୋଗ ନ ମିଳିବା ପ୍ରସଙ୍ଗ ହିଁ ରବିଚନ୍ଦ୍ରନ ଏଠାରେ କହିବାକୁ ଚେଷ୍ଟା କରିଛନ୍ତି।

Advertisment

ଗୋଟିଏ ଗଣମାଧ୍ୟମକୁ ଅଶ୍ୱିନଙ୍କ ବାପା ରବିଚନ୍ଦ୍ରନ କହିଛନ୍ତି, “ଶେଷ ମୁହୂର୍ତ୍ତରେ ମୁଁ ମଧ୍ୟ ଅବସର ସମ୍ପର୍କରେ ଜାଣିବାକୁ ପାଇଥିଲି। ତା’ ଇଚ୍ଛା ଓ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମୁଁ ଏଥିରେ ହସ୍ତକ୍ଷେପ କରିନାହିଁ। କିନ୍ତୁ ସେ ଯେଉଁଭଳି ଭାବେ ଅବସର ଘୋଷଣା କଲା, ତା’ ପଛରେ ସମ୍ଭବତଃ ଅନେକ କାରଣ ରହିଥାଇ ପାରେ। କେବଳ ଅଶ୍ୱିନ ସେକଥା ଜାଣିଛି। ସମ୍ଭବତଃ ସେ ଅପମାନିତ ବୋଧ ପ୍ରକାଶ କରିଛି।”

ବୁଧବାର ହଠାତ୍‌ ଅଶ୍ୱିନ ଅବସର ଘୋଷଣା କରିବା କଥା ଶୁଣି ପରିବାର ଲୋକ ଭାବବିହ୍ୱଳ ହୋଇଯାଇଥିଲେ କି ପ୍ରଶ୍ନରେ ରବିଚନ୍ଦ୍ରନ କହିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ସେ ପଡ଼ିଆରେ ୧୪ରୁ ୧୫ ବର୍ଷ ହେଲା ରହିଥିଲା। ହଠାତ ପରିବର୍ତ୍ତନ ଓ ଅବସର ନିଶ୍ଚିତ ଭାବେ ଆମକୁ ଝଟକା ଦେଇଛି।

ସମାନ ସମୟରେ ଆମେ ଏସବୁ ପଛରେ ସେ ସାମ୍ନା କରୁଥିବା ଅପମାନ ମଧ୍ୟ ଗୋଟିଏ କାରଣ ରହିଥାଇ ପାରେ ବୋଲି ଆଶଙ୍କା କରିଛୁ। ସେ କେତେ ଦିନ ଯାଏ ଏସବୁ ସହ୍ୟ କରି ରହିଥାଆନ୍ତା? ସମ୍ଭବତଃ ସେ ନିଜେ ସବୁ କିଛି ଭାବି ନିଷ୍ପତ୍ତି ନେଇଛି।”

ଅଶ୍ୱିନଙ୍କ ବାପା ଆହୁରି କହିଛନ୍ତି, “ ତା’ ମୁଣ୍ଡରେ କ’ଣ ସବୁ ଚାଲିଥିଲା ମୁଁ ଜାଣିନାହିଁ। ସେ କେବଳ ଅବସର ଘୋଷଣା କରିଛି। ମୁଁ ମଧ୍ୟ ଏହାକୁ ଉତ୍ସାହର ସହ ଗ୍ରହଣ କରିଛି। ଏନେଇ ମୋର କୌଣସି ପ୍ରକାରର ଦୁଇ ମତ ନାହିଁ। କିନ୍ତୁ ସେ ଯେଉଁଭଳି ଭାବେ ଅବସର ଘୋଷଣା କଲା, ଗୋଟିଏ ପଟେ ମୁଁ ବହୁତ ଖୁସି ହୋଇଥିବା ବେଳେ ଅନ୍ୟପଟେ ମୁଁ ଚାହୁଁଥିଲି ଯେ ସେ ଜାତୀୟ ଦଳ ପାଇଁ ଖେଳିବା ଜାରି ରଖୁ।”

Ravichandran Ashwin Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe