Advertisment

ଏସିଆ କପ୍ 2023: ବାଂଲାଦେଶର ପ୍ରଥମ ବିଜୟ, 89 ରନରେ ହାରିଲା ଆଫଗାନିସ୍ତାନ

ଚଳିତ ଏସିଆ କପରେ ଖାତା ଖୋଲିଲା ବାଂଲାଦେଶ। ଆଫଗାନିସ୍ତାନକୁ 89 ରନରେ ହରାଇ ସୁପର୍-4 ରାଉଣ୍ଡ ଆଶା ଉଜ୍ଜୀବିତ କରିଛି।

Bangladesh Players

Bangladesh Players

Advertisment

ଚଳିତ ଏସିଆ କପରେ ଖାତା ଖୋଲିଲା ବାଂଲାଦେଶ। ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାଠୁ ପରାଜିତ ହୋଇଥିବା ବାଂଲାଦେଶ ଏଥର ଆଫଗାନିସ୍ତାନକୁ ହରାଇ ସୁପର୍-4 ରାଉଣ୍ଡ ଆଶା ଉଜ୍ଜୀବିତ କରିଛି। ଗତକାଲି ଖେଳା ଯାଇଥିବା ଦ୍ୱିତୀୟ ଗ୍ରୁପ୍-ବି ମ୍ୟାଚରେ ଆଫଗାନିସ୍ତାନକୁ 89 ରନରେ ହରାଇଛି ବାଂଲାଦେଶ।

Advertisment

ଟିମର ଦୁଇ ପ୍ଲେୟରଙ୍କ ଦ୍ୱିଶତକ ଦଳକୁ ଏହି ବିଜୟ ଭେଟି ଦେଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ହାସନ ମିରାଜ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଲାହୋରଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବଂଲାଦେଶ। ଦଳ ପକ୍ଷରୁ ମହମ୍ମଦ ନଇମ୍ ଓ ହାସନ ମିରାଜ ଓପନିଂ ଆରମ୍ଭ କରିଥିଲେ। ନଇମ୍ 28 ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ 3ନଂ ସ୍ଥାନରେ ଆସିଥିରେ ତୌହିଦ ହ୍ରିଦୋଏ। ମାତ୍ର ସେ ଖାତା ଖୋଲି ପାରିନଥିରେ। 

ତୌହିଦ ପାଭିଲିୟନ୍ ଫେରିଯିବା ପରେ ନଜମୁଲ ଶାନ୍ତୋ ମିରାଜଙ୍କ ସାଥ୍ ଦେଇଥିଲେ। ଉଭୟ ବଡ ବଡ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ମିରାଜ 112 ରନ୍ କରିଥିବା ବେଳେ ଶାନ୍ତୋ କରିଥିଲେ 104। ଦଳ ଖେଳ ଶେଷ ସୁଦ୍ଧା 5 ୱିକେଟ୍ ହରାଇ 334 ରନ୍ କରିଥିଲା। ଏହାପରେ ମୈଦାନକୁ ଓହ୍ଲାଇଥିଲେ ଆଫଗାନିସ୍ତାନ ଟିମ୍।

Advertisment

ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ। ଦଳୀୟ ସ୍କୋର୍ ଏକ ରନ୍ ହୋଇଥିବା ବେଳେ ରହମ୍ମୁଲା ଗୁର୍ବାଜଙ୍କ ୱିକେଟ୍ ହରାଇଥିଲା ଟିମ୍। ଇବ୍ରାହିମ୍ ଜାଦ୍ରନ 75 ଓ ହସମତୁହଲ୍ଲା ଶାହିଦି 51 ରନ୍ କରିଥିବା ବେଳେ ଅନ୍ୟ କେହି ବଡ ସ୍କୋର୍ କରିପାରିନଥିରେ। 44 ଓଭର 3 ବଲରେ ଦଳ ସମସ୍ତ ୱିକେଟ୍ ହରାଇ 245 ରନ୍ ସଂଗ୍ରହ କରିଥିଲା। ଫଳରେ 89 ରନରେ ବାଂଲାଦେଶ ଏହି ମ୍ୟାଚକୁ ଜିତି ନେଇଛି। ଆଜି ଦ୍ୱିତୀୟ ମ୍ୟାଚରେ ନେପାଳକୁ ଭେଟିବ ଭାରତ। ଶ୍ରୀଳଙ୍କାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। 

Sports News Cricket BANVsAFG BangladeshVsAfghanistan Match Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe