ଏସିଆ କପ୍ କ୍ରିକେଟ୍ ପାଇଁ ସ୍କ୍ୱାର୍ଡ ଘୋଷଣା କଲା ବିସିସିଆଇ। ଆଜି 17 ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି।
Here's the Rohit Sharma-led team for the upcoming #AsiaCup2023 🙌#TeamIndia pic.twitter.com/TdSyyChB0b
— BCCI (@BCCI) August 21, 2023
17 ଜଣିଆ ଟିମକୁ ଫେରିଛନ୍ତି କେ.ଏଲ ରାହୁଲ ଓ ଶ୍ରେୟାସ୍ ଆୟର୍। ସେହିପରି ତିଳକ ବର୍ମା ନୂଆ ଚେହେରା ଭାବେ ଦଳରେ ସାମିଲ୍ ହୋଇଛନ୍ତି। ସେପଟେ ଯୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡିଥିବା ବେଳେ କୁଳଦୀପ ଯାଦବଙ୍କୁ ସାମିଲ କରାଯାଇଛି। ଅଗଷ୍ଟ 30ରୁ ଏସିଆ କପ୍ ଆରମ୍ଭ ହେବ। ପାକିସ୍ତାନ-ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତ ସେପ୍ଟେମ୍ବର 2ରେ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ। ସେପ୍ଟେମ୍ୱର 17ରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍।
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କେ.ଏଲ ରାହୁଲ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରଶିଦ୍ଧ କ୍ରିଷ୍ଣା।