Advertisment

ଏସିଆ କପ୍ 2023: ନେପାଳ ବିପକ୍ଷରେ ଭାରତର ଫିଲ୍ଡିଂ ନିଷ୍ପତ୍ତି

ନେପାଳ ବିପକ୍ଷ ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଭାରତ।

ଅଦ୍ୟତନ ହୋଇଛି
Hardik Pandya And Virat kohli

Hardik Pandya And Virat kohli

Advertisment

ନେପାଳ ବିପକ୍ଷ ମ୍ୟାଚରେ ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି। ଶ୍ରୀଲଙ୍କାର ପଲ୍ଲେକେଲେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଚଳିତ ଏସିଆ କପରେ ଆଜି ଭାରତର ଦ୍ୱିତୀୟ ମ୍ୟାଚ୍। ପୂର୍ବ ମ୍ୟାଚକୁ ବର୍ଷା ଧୋଇ ଦେଇଥିବା ବେଳେ ପଏଣ୍ଟ ବୃଦ୍ଧି ପାଇଁ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। 

Advertisment

ସେପଟେ ନେପାଳ ପ୍ରଥମ କରି ଇଣ୍ଟରନ୍ଯାସନାଲ୍ ମ୍ୟାଚ୍ ଖେଳୁଛି। ଏ ଦୃଷ୍ଟିରେ ଦଳ କଡା ମୁକାବିଲା କରିବାକୁ ଚେଷ୍ଟା କରିବ। ବ୍ୟକ୍ତିଗତ କାରଣରୁ ଭାରତ ଫେରିଆସିଛନ୍ତି ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା। ତାଙ୍କ ସ୍ଥାନରେ ମହମ୍ମଦ ସାମି ସାମିଲ୍ ହୋଇଛନ୍ତି।

Advertisment

ଭାରତୀୟ ଟିମ୍: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ଇଶାନ କିଶାନ(ୱିକେଟ କିପର, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୂଳଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ଶିରାଜ।

ନେପାଳ ଟିମ୍: କେ ଭୁର୍ତେଲ, ଏ ସୈଖ(ୱିକେଟ କିପର), ଆର ପୌଦେଲ(କ୍ୟାପ୍ଟେନ), ଏସ କାମି, ଜିକେ ଝା, ବି ଶାର୍କି, ଡିଏସ ଐରି, କେ ମଲ୍ଲା, ଏସ ଲାମିଚ୍ଛାନେ, କରଣ କେସି, ଏଲଏନ ରାଜବଂଶୀ।   

IndVsNepal Sports News India Nepal Match Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe