Advertisment

ବାବରଙ୍କ କୀର୍ତ୍ତିମାନ, ଏସିଆ କପ୍ ଉଦଘାଟନୀ ମ୍ୟାଚରେ ପାକିସ୍ତାନର ବିଶାଳ ବିଜୟ

ବିଜୟରୁ ଯାତ୍ରା ଆରମ୍ଭ କଲା ପାକିସ୍ତାନ। ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ହରାଇ ଶୁଭ ଆରମ୍ଭ କରିଛି ଆୟୋଜକ ଟିମ୍।

author-image
Debibandita Barick
Asia Cup Highlights

Asia Cup Highlights

ବିଜୟରୁ ଯାତ୍ରା ଆରମ୍ଭ କଲା ପାକିସ୍ତାନ। ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ହରାଇ ଶୁଭ ଆରମ୍ଭ କରିଛି ଆୟୋଜକ ଟିମ୍। ଘରୋଇ ମାଟିରେ ଖେଳାଯାଉଥିବା ଏହି ମ୍ୟାଚରେ 238 ରନରେ ନେପାଳକୁ ହରାଇ ବିଶାଳ ବିଜୟ ହାସଲ କରିଛି ପାକିସ୍ତାନ।

Advertisment

ମୁଲତାନରେ ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କ୍ୟାପ୍ଟେନ ବାବର ଆଜାମ୍। ପ୍ରାରମ୍ଭରେ ନେପାଳର ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା। ଦଳୀୟ ସ୍କୋର୍ 25 ବେଳକୁ ପାକିସ୍ତାନର ଦୁଇ ଓପନର୍ ଫଖାର ଜମାନ ଓ ଇମାମ ଉଲ୍-ହକଙ୍କୁ ପାଭିଲିଅନ୍ ପଠାଇ ଦେଇଥିଲେ। କିନ୍ତୁ ଏହାପରେ ବାବର ଆଜାମ ଓ ମହମ୍ମଦ ରିଜୱାନଙ୍କ ଦମଦାର୍ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦଳୀୟ ସ୍କୋର୍ 111 ବେଳେ ରିଜୱାନ୍ ବ୍ୟକ୍ତିଗତ 44 ରନ୍ କରି ଆଉଟ୍ ହୋଇ ଯାଇଥିଲେ।

ରିଜୱାନଙ୍କ ପରେ ଆଘା ସମଲାନ୍ 5 ରନ୍ କରି ଆଉଟ୍ ହୋଇ ଯାଇଥିଲେ ମଧ୍ୟ ଦଳକୁ କୌଣସି ପ୍ରଭାବ ପଡିନଥିଲା। କାରଣ ବାବର ଗୋଟିଏ ପାଖ ସମ୍ଭାଳି ଦେଇଥିଲେ। ଏଥିରେ ତାଙ୍କ ସାଥ୍ ଦେଇଥିଲେ ଇଫତିଖର ଅହମ୍ମଦ। ଉଭୟ ବଡ ବଡ ସର୍ଟ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇ ଚାଲିଥିଲେ। ପଡିଆରେ ଦୀର୍ଘ ସମୟ ରହି 131 ବଲରେ 151 ରନ୍ ସଂଗ୍ରହ କରିଥିଲେ ବାବର। ଦଳୀୟ ସ୍କୋର 338 ବେଳକୁ ବାବରଙ୍କୁ ଆଉଟ୍ କରିଥିଲେ ସୋମପାଲ କାମି। ନିର୍ଦ୍ଧରିତ ଓଭର୍ ମଧ୍ୟରେ 342 ରନ୍ ସଂଗ୍ରହ କରିଥିଲା ପାକିସ୍ତାନ।

Advertisment

ଏହାପରେ 343 ରନର ପିଛା କରି ମୈଦାନକୁ ଓହ୍ଲାଇଥିବା ନେପାଳ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା। କୌଣସି ଜଣେ ବି ବ୍ୟାଟର୍ ପଡିଆରେ ଦୀର୍ଘ ସମୟ ତିଷ୍ଟି ପାରିନଥିଲେ। ସୋମପାଲ କାମି, ରାଜବଂଶୀ, ଲାମିଚ୍ଛାନେ ମାତ୍ର 10 ରନ୍ ଲେଖାଏଁ ସଂଗ୍ରହ କରି ଆଉଟ୍ ହୋଇଯାଇ ଥିବାବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। ଫଳରେ ଉଦଘାଟନୀ ମ୍ୟାଚକୁ 238 ରନରେ ଜିତି ନେଇଛି ପାକସ୍ତାନ।

ଆଜି ଅପରାହ୍ଣ 3ଟାରେ ଦ୍ୱିତୀୟ ଦିନରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ବାଂଲାଦେଶ। 

Cricket Babar Azam Sports News Asia Cup 2023 Pak-Nepal Match