Advertisment

ଘୋଷଣା ହେଲା ଏସିଆ କପ୍‌ ମ୍ୟାଚ୍‌ ସୂଚୀ, ସେପ୍ଟେମ୍ବର ୨ରେ ଭାରତ-ପାକ୍‌ ଲଢ଼େଇ

ମ୍ୟାଚ୍‌ ସୂଚୀ ଅନୁସାରେ ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ। ପାକିସ୍ତାନର ମୁଲତାନରେ ଖେଳା ଯିବାକୁ ଥିବା ଉଦଘାଟନୀ ମ୍ୟାଚ୍‌ରେ ଘରୋଇ ଦଳ ନେପାଳକୁ ଭେଟିବ।

author-image
Hemant Lenka
Rohit

Rohit

ବହୁ ପ୍ରତିକ୍ଷୀତ ଦିନିକିଆ ଏସିଆ କପ୍‌ ୨୦୨୩ର ମ୍ୟାଚ୍‌ ସୂଚୀ ଆଜି ଘୋଷଣା କରାଯାଇଛି। ବିସିସିଆଇ ସାମ୍ପାଦକ ତଥା ଏସିସି ସଭାପତି ଜୟ ଶାହ ଟ୍ୱିଟ କରି କେଉଁ ଦଳ କେବେ କାହା ସହ ମ୍ୟାଚ୍‌ ଖେଳିବ, ତା’ର ସୂଚନା ଦେଇଛନ୍ତି।

Advertisment

ମ୍ୟାଚ୍‌ ସୂଚୀ ଅନୁସାରେ ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ। ପାକିସ୍ତାନର ମୁଲତାନରେ ଖେଳା ଯିବାକୁ ଥିବା ଉଦଘାଟନୀ ମ୍ୟାଚ୍‌ରେ ଘରୋଇ ଦଳ ନେପାଳକୁ ଭେଟିବ।

ସେହିପରି ଏସିଆ କପର ସବୁଠାରୁ ବଡ଼ ମ୍ୟାଚ ସେପ୍ଟେମ୍ବର ୨ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ଟି ବିସିସିଆଇର ଦାବି ଅନୁଯାୟୀ ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳାଯିବ।

Advertisment

ଅଗଷ୍ଟ ୩୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସେହିପରି ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ତା’ର ଦ୍ୱିତୀୟ ମ୍ୟାଚ୍‌ ନେପାଳ ସହ ସେପ୍ଟେମ୍ବର ୪ରେ ଖେଳିବ।

ସେପ୍ଟେମ୍ବର ୩ରେ ବାଂଲାଦେଶ ଓ ଆଫଗାନିସ୍ତାନ ଲାହୋର ଷ୍ଟାଡିୟମରେ ପରସ୍ପରକୁ ଭେଟିବେ। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ବି ପାକିସ୍ତାନରେ ଖେଳାଯିବ। ଏହି ମ୍ୟାଚ୍‌ଟି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। 

ଗ୍ରୁପ୍‌ ପର୍ଯ୍ୟାୟର ପରେ ସୁପର ୪ ମୁକାବିଲା ସେପ୍ଟେମ୍ବର ୬ରୁ ଆରମ୍ଭ ହେବ। ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ସୁପର ୪ ମ୍ୟାଚ୍‌କୁ ଯିବେ। ସେଠାରେ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବ। ଶେଷରେ ଟପ୍‌ ୨ଟି ଦଳ ସେପ୍ଟେମ୍ବର ୧୭ରେ ଫାଇନାଲ ମ୍ୟାଚ ଖେଳିବେ। ଫାଇନାଲ ମ୍ୟାଚ୍‌ଟି ମଧ୍ୟ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ।

ଗତବର୍ଷ ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। ଏଥର କିନ୍ତୁ ଏସିଆ କପ୍‌ ୫୦ ଓଭର ଫର୍ମାଟରେ ଖେଳାଯିବ।

ପାକିସ୍ତାନ ଏହାର ଆୟୋଜନ ଦାୟିତ୍ୱ ପାଇଥିଲେ ହେଁ ଭାରତ ଇସଲାମାବାଦ ଯିବାକୁ ମନା କରିଥିଲା। ଶେଷରେ ଭାରତର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ‌ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ଏସିଆ କପରେ ଭାଗ ନେବାକୁ ଥିବା ୬ଟି ଦଳ ଦୁଇ ଗ୍ରୁପ୍‌ରେ ରହିଛନ୍ତି। ଭାରତ ଗ୍ରୁପରେ ପାକିସ୍ତାନ ଓ ନେପାଳ ରହିଛନ୍ତି। ସେହିପରି ଅନ୍ୟ ଗ୍ରୁପ୍‌ରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଅଛନ୍ତି।

Pakistan Rohit Sharma Asia Cup Cricket