Advertisment

ଏସିଆ କପ୍‌ ପାଇଁ ଘୋଷଣା ହେଲା ତାରିଖ, ପାକିସ୍ତାନରେ ଖେଳାଯିବ ୪ ମ୍ୟାଚ୍‌

ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ଚଳିତ ବର୍ଷ ଏସିଆ କପରେ ୨ଟି ଗ୍ରୁପ ରହିବ। ପ୍ରତି ଗ୍ରୁପରୁ ଟପ୍‌ ୨ଟି ଟିମ ସୁପର ୪ ପର୍ଯ୍ୟାୟକୁ ଯିବେ। ଏହାପରେ ସେମାନଙ୍କ ମଧ୍ୟରୁ ୨ଟି ଟିମ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ପାକିସ୍ତାନରେ ୪ଟି ମ୍ୟାଚ୍‌ ଓ ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ।

Asia Cup

Asia Cup

Advertisment

ବହୁ ପ୍ରତିକ୍ଷୀତ ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏ ଏସିଆ କପ ମ୍ୟାଚ୍‌ ଖେଳାଯିବ। ଆଜି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ତାରିଖ ଘୋଷଣା କରାଯିବ ସହ ପାକିସ୍ତାନରେ ମଧ୍ୟ ଏସିଆ କପର କିଛି ମ୍ୟାଚ୍‌ ଖେଳାଯିବ ବୋଲି ସୂଚନା ଦେଇଛି।

Advertisment

ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳକୁ ନେଇ ଏସିଆ କପ ଖେଳାଯିବ। ଦିନିକିଆ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ। ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ। ଏହାପରେ ବାକି ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ।

ପାକିସ୍ତାନ ଆରମ୍ଭରୁ ହିଁ ଏସିଆ କପ ଆୟୋଜନର ହକ ପାଇଥିଲା। ତେବେ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବହୁ ବାଦ ବିବାଦ ପରେ ହାଇବ୍ରିଡ ମଡେଲକୁ ଅନୁମତି ମିଳିଛି। ଏଥିସହ ପାକିସ୍ତାନ ଦୀର୍ଘ ୧୫ ବର୍ଷ ପରେ ଏସିଆ କପର କୌଣସି ମ୍ୟାଚ୍‌ ଆୟୋଜନ କରିବାର ସୌଭାଗ୍ୟ ପାଇଛି।

Advertisment

ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ଚଳିତ ବର୍ଷ ଏସିଆ କପରେ ୨ଟି ଗ୍ରୁପ ରହିବ। ପ୍ରତି ଗ୍ରୁପରୁ ଟପ୍‌ ୨ଟି ଟିମ ସୁପର ୪ ପର୍ଯ୍ୟାୟକୁ ଯିବେ। ଏହାପରେ ସେମାନଙ୍କ ମଧ୍ୟରୁ ୨ଟି ଟିମ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ପାକିସ୍ତାନରେ ୪ଟି ମ୍ୟାଚ୍‌ ଓ ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ।

ଭାରତ, ପାକିସ୍ତାନ ଓ ନେପାଳ ଗୋଟିଏ ଗ୍ରୁପରେ ଥିବା ବେଳେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି।

Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe