Advertisment

ଏହି ତାରିଖରୁ ଆରମ୍ଭ ହେବ ଏସିଆ କପ, ୩ ଥର ଲଢ଼େଇ କରିପାରନ୍ତି ଭାରତ-ପାକିସ୍ତାନ

ଭାରତ ସମେତ ମୋଟ ୮ଟି ଟିମ ଏଥିରେ ଭାଗ ନେବେ। ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ହଂକଂ, ୟୁଏଇ ଓ ଓମାନ ଏସିଆ କପ ୨୦୨୫ରେ ନଜର ଆସିବେ।

asia Cup

asia Cup

Advertisment

ଏସିଆ କପ ୨୦୨୫କୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି। କ୍ରିକେଟର ଏହି ମହାକୁମ୍ଭ ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଫାଇନାଲ ସେପ୍ଟେମ୍ବର ୨୮ରେ ଖେଳାଯିବ। ଭାରତ ଏସିଆ କପ ଆୟୋଜନ କରୁଛି। କିନ୍ତୁ ଭାରତ ବଦଳରେ ଏସିଆ କପ ୨୦୨୫ ଟି-୨୦ ଫର୍ମାଟରେ ୟୁଏଇରେ ଖେଳାଯିବ।

Advertisment

ଏସିଆ କପ ଆରମ୍ଭ ତାରିଖକୁ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ମୋହଶିନ ନକଭୀ ଘୋଷଣା କରିଛନ୍ତି। ସେ କହିଛନ୍ତି, “ମୁଁ ୟୁଏଇରେ ହେବାକୁ ଥିବା ଏସିସି ପୁରୁଷ ଏସିଆ କପ ୨୦୨୫ର ତାରିଖ ଘୋଷଣା କରି ବେଶ ଖୁସି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ୨୮ ଯାଏ ଚାଲିବ। ଏ ସମ୍ପର୍କିତ ବିସ୍ତୃତ ସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ।”

ଏସିଆ କପ ୨୦୨୫ର ସମସ୍ତ ମ୍ୟାଚ୍‌ ଦୁବାଇ ଓ ଅବୁଧାବିରେ ଖେଳାଯିବ। ଭାରତ ଯଦିଓ ଏସିଆ କପର ହୋଷ୍ଟ, କିନ୍ତୁ ମ୍ୟାଚ୍‌ ଗୁଡ଼ିକ ବିସିସିଆଇ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବ। ଏସିଆ କପ ଏଥର ଟି-୨୦ ଫର୍ମାଟରେ ଖେଳାଯିବ। ଭାରତ ସମେତ ମୋଟ ୮ଟି ଟିମ ଏଥିରେ ଭାଗ ନେବେ। ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ହଂକଂ, ୟୁଏଇ ଓ ଓମାନ ଏସିଆ କପ ୨୦୨୫ରେ ନଜର ଆସିବେ।

Advertisment

ଭାରତ ଓ ପାକିସ୍ତାନ ସମାନ ଗ୍ରୁପରେ ରହିବେ। ଏହାର ଅର୍ଥ ଦୁଇ ଦଳ ମଧ୍ୟରେ ୩ ଥର ଲଢ଼େଇ ହେବାର ସମ୍ଭାବନା ରହିଛି। ଲିଗ ଷ୍ଟେଜ, ସୁପର ୪ ଓ ଫାଇନାଲରେ ଦୁଇ ଦଳର ଟକ୍କର ଦେଖିବାକୁ ମିଳିପାରେ। କିନ୍ତୁ ସବୁ କିଛି ଯୋଗ୍ୟତା ଅର୍ଜନ ଉପରେ ନିର୍ଭର କରୁଛି।

ଆଜି ଏସିଆ କପ ୨୦୨୫ର ତାରିଖ ଘୋଷଣା ହୋଇଥିବା ବେଳେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଓ ଏସିସି ତଥା ପିସିବି ସଭାପତି ମୋହଶିନ ନକଭୀ ଆଗାମୀ ଦିନରେ ବୈଠକ କରିବେ। ଏହି ସମୟରେ ଏସିଆ କପର ଭେନ୍ୟୁ ଓ ମ୍ୟାଚସୂଚୀ ପ୍ରସ୍ତୁତ ହେବ।

Asia Cup Cricket Asia Cup India Vs Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe