Advertisment

ଏସିଆ କପ୍‌ର ହାଇବ୍ରିଡ୍ ମଡେଲକୁ ମଞ୍ଜୁରୀ, ବିଶ୍ୱକପ୍‌ ଖେଳିବାକୁ ଭାରତ ଆସିବ ପାକିସ୍ତାନ

ପାକିସ୍ତାନ ପାଇଁ ପୁଣି ନୂଆ ଆଶାର ସଞ୍ଚାର ହୋଇଛି। ସୂଚନା ମୁତାବକ ବିସିସିଆଇ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ(ମିଶ୍ରିତ ସ୍ଥାନରେ ମ୍ୟାଚ୍)କୁ ମଞ୍ଜୁରୀ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
India and Pakistan Team

India and Pakistan Team

ପାକିସ୍ତାନ ପାଇଁ ପୁଣି ନୂଆ ଆଶାର ସଞ୍ଚାର ହୋଇଛି। ସୂଚନା ମୁତାବକ ବିସିସିଆଇ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ(ମିଶ୍ରିତ ସ୍ଥାନରେ ମ୍ୟାଚ୍)କୁ ମଞ୍ଜୁରୀ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତେଣୁ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନରେ ଖେଳିବାକୁ ଥିବା ମ୍ୟାଚ୍‌ଗୁଡ଼ିକ ଅନ୍ୟ ଦେଶରେ ଖେଳିବ। ଏହି ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାର ଗାଁଲ ଏବଂ ପଲ୍ଲେକେଲରେ ଖେଳା ଯିବ। ଏସିଆ କପ୍‌ର ଆୟୋଜନ ଡିସେମ୍ୱରରେ ହେବ। ଏନେଇ ଏସିସି(ଏସିଆନ କ୍ରିକେଟ କାଉନସିଲର) ମଙ୍ଗଳବାର କାର୍ଯ୍ୟସୂଚି ଘୋଷଣା କରିପାରେ। ଏଠାରେ ଏସିସି ହାଇବ୍ରିଡ୍‌ ମଡେଲକୁ ସବୁଜ ପତାକା ଦେଖାଇବା ସହ ପାକିସ୍ତାନ ଚଳିତ ବର୍ଷ ଭାରତ ଆସି ବିଶ୍ୱକପ୍‌ ଖେଳିବା ରାସ୍ତା ମୁକ୍ତ ହେବ। ଏହି ମେଗା ଇଭେଣ୍ଟ ଅୟୋଜନ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବ। ଯେତେବେଳେ କି ପାକିସ୍ତାନକୁ ଅହମଦାବାଦ୍‌ରେ ଖାଳିବାରେ କୌଣସି ସଦସ୍ୟା ହେବନି। ବିଶ୍ୱକପ୍‌ର ଖେଳ ସୂଚି ଆସନ୍ତା ସପ୍ତାହରେ ଜାରି ହୋଇପାରେ।

Advertisment

ହାଇବ୍ରିଡ୍ ମଡେଲ ଖେଳିବାକୁ ଅଧିକତର ଦେଶ ପସନ୍ଦ କରନ୍ତିନାହିଁ। କାରଣ ଏଥିଯୋଗୁ ଖେଳାଳିଙ୍କୁ ଭ୍ରମଣ ଜନିତ ବାଧା ସାଙ୍ଗକୁ ଆହତ ଜନିତ ସମସ୍ୟା ଉପୁଜିପାରେ। ମାତ୍ର ଏବେ ଏଭଳି ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଓ ବାଲାଂଦେଶ ରାଜି ହୋଇଯାଇଛନ୍ତି। ପାକିସ୍ତାନ ବନାମ ନେପାଳ, ବାଲାଂଦେଶ ବନାମ ଆଫଗାନିସ୍ତାନ, ଆଫଗାନିସ୍ତାନ ବନାମ ଶ୍ରୀଲଙ୍ଗା ଏବଂ ଶ୍ରୀଲଙ୍କା ବନାମ ବାଂଲାଦେଶ ମୁକାବିଲା ଲାହୋରରେ ଖେଳାଯିବ।

ଏସିଆ କପ୍‌ରେ ଭାରତ ଭାଗନେବା ସୁନିଶ୍ଚିତ ହୋଇପାରିଥିବାରୁ ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ ଭାରତ ଆସିବାରେ କୌଣସି ସର୍ତ୍ତ ରହିବନି। ଏସିସି ଓ ବିସିସିଆ ସହ ମିଶି ଏହି ରାସ୍ତା ବାହାର କରିଛନ୍ତି। କାରଣ ପାକିସ୍ତାନ ଯଦି ଏସିଆ କପ୍ ଖେଳିବନି ତେବେ ତାକୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଏବାବଦରେ ପାକିସ୍ତାନକୁ ମ୍ୟାଚ୍ ପ୍ରସାରଣର ଅଧା ଖର୍ଚ୍ଚ ବ୍ରୋଡକାଷ୍ଟରକୁ ଫେରାଇବାକୁ ପଡ଼ିବ।

Advertisment

ସୂଚନା ଥାଉକି, ପାକିସ୍ତାନ ଏସିଆ କପ୍ ଆୟୋଜନର ଦାୟିତ୍ୱ ପାଇଛି। ତେବେ ପାକିସ୍ତାନରେ ଏସିଆ କପ ଖେଳିବାକୁ ଭାରତ ମନା କରିବା ପରେ ପୂରା ବିବାଦ ସୃଷ୍ଟି ହୋଇଥିଲା।

India Vs Pakistan Asia Cup Cricket