Advertisment

ଏସିଆ କପ୍: 21 ରନରେ ବାଂଲାଦେଶକୁ ହରାଇଲା ଶ୍ରୀଲଙ୍କା

ଚଳିତ ଏସିଆ କପର ସୁପର୍-4 ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ 21 ରନରେ ବାଂଲାଦେଶକୁ ହରାଇଲା ଶ୍ରୀଲଙ୍କା। ବାଂଲାଦେଶର ଫାଇନାଲ ଖେଳିବା ଆଶା ମଉଳିଲା...

SLVSBAN Highlights

SLVSBAN Highlights

Advertisment

ଚଳିତ ଏସିଆ କପର ସୁପର୍-4 ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟୀ। 21 ରନରେ ବାଂଲାଦେଶକୁ ହରାଇ ପୂର୍ଣ୍ଣ 2 ପଏଣ୍ଟ ହାସଲ କରିଛି। ସେପଟେ ଏହି ପରାଜୟ ସହ ବାଂଲାଦେଶ ପଏଣ୍ଟ ଟେବଲ୍ ହ୍ରାସ ପାଇଛି। ପୂର୍ବ ମ୍ୟାଚରେ ଦଳ ପାକିସ୍ତାନଠୁ ହାରିଥିବା ବେଳେ ଏଥର ଶ୍ରୀଲଙ୍କାଠୁ ପରାଜୟ ବରଣ କରିଛି। ଫଳରେ ଦଳର ଫାଇନାଲ୍ ଖେଳିବା ସ୍ୱପ୍ନ ମଉଳି ଯାଇଛି।

Advertisment

ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଏହାପରେ ଶ୍ରୀଲଙ୍କା ପକ୍ଷରୁ ଦିମୁଥ କରୁଣାରତ୍ନେ ଓ ପଥୁମ ନିଶଙ୍କା ଓପନିଂ ଆରମ୍ଭ କରିଥିଲେ। ଦଳୀୟ ସ୍କୋର୍ 34 ବେଳକୁ କରୁଣାରତ୍ନେଙ୍କ ପ୍ରଥମ ୱିକେଟ ହରାଇଥିଲା ଦଳ। ସେ ମାତ୍ର 18 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହା ପରେ କୁଶଲ ମେଣ୍ଡିସ୍ ମଇଦାନକୁ ଓହ୍ଲାଇଥିଲେ।  ସେ ନିଶଙ୍କାଙ୍କ ସହ ଯୋଗଦେଇ ଦଳୀୟ ସ୍କୋରକୁ 108ରେ ପହଞ୍ଚିଆଥିଲେ।

ମାତ୍ର ଏହାପରେ ନିଶଙ୍କା ଓ କୁଶଲଙ୍କ ଯୋଡି ଭାଙ୍ଗି ଯାଇଥିଲେ। ଉଭୟ 40 ଓ 50 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। କିନ୍ତୁ ମଧ୍ୟକ୍ରମରେ ସମରବିକ୍ରମ ବଡ ବଡ ସର୍ଟ ଖେଳି ଦଳକୁ ମଜଭୁତ କରିଥିଲେ। ସେ 8 ଚୌକା 2 ଛକା ବଳରେ 93 ରନ୍ ସଂଗ୍ରହ କରିଥିଲେ। ନିର୍ଦ୍ଧାରିତ 50 ଓଭର ମଧ୍ୟରେ ଦଳ 9 ୱିକେଟ୍ ହରାଇ 257 ରନ୍ ସଂଗ୍ରହ କରିଥିଲା।

Advertisment

258 ରନର ଟାର୍ଗେଟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲେ ଶାକିବ ବାହିନୀ। କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ ମାତ୍ର 84 ରନ୍ ବେଳକୁ ଦଳ 4ଟି ୱିକେଟ୍ ହରାଇ ସାରିଥିଲା। କେବଳ ତୋହ୍ୱିଦ ହ୍ରିଦୋୟ ବଡ ସ୍କୋର୍ ଖେଳି ଥିଲେ। ସେ 82 ରନ୍ କରିଥିବା ବେଳେ ଅନ୍ୟ କେହି ବଡ ସ୍କୋର୍ କରିପାରି ନଥିଲେ। 48.1 ଓଭରରେ ଦଳ ସମସ୍ତ ୱିକେଟ୍ ହରାଇ 236 ରନ୍ ସଂଗ୍ରହ କରିଥିଲା। ଫଳରେ 21 ରନରେ ଶ୍ରୀଲଙ୍କା ଏହି ମ୍ୟାଚକୁ ଜିତି ନେଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମରବିକ୍ରମାଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। 

Cricket Sports Asia Cup SL Beat BAN Sri Lanka Vs Bangladesh Asia Cup Super-4
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe