ମହିଳା ଏସିଆ କପ୍‌ ଫାଇନାଲ: ଶ୍ରୀଲଙ୍କାକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ

ଭାରତୀୟ ମହିଳା ଟିମ ଏସିଆ କପ ଫାଇନାଲରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ କରିଛି।

Smriti Mandhana

ଶଟ ଖେଳୁଛନ୍ତି ସ୍ମୃତି ମନ୍ଧାନା

Hemant Lenka
  • Published: Sunday, 28 July 2024
  • Updated: 28 July 2024, 04:53 PM IST

Sports

Latest News

ସ୍ମୃତି ମନ୍ଧାନାଙ୍କ ୬୦ ଓ ରିଚା ଘୋଷଙ୍କ ୧୪ ବଲରେ ବିସ୍ଫୋରକ ୩୦ ରନ ବଳରେ ଭାରତୀୟ ମହିଳା ଟିମ ଏସିଆ କପ ଫାଇନାଲରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ କରିଛି। ଫଳରେ ଘରୋଇ ଶ୍ରୀଲଙ୍କାକୁ ଫାଇନାଲ ମ୍ୟାଚ୍‌ ଜିତିବାକୁ ୧୬୬ ରନର ଟାର୍ଗେଟ ମିଳିଛି। ଏଥର ଭାରତ ୮ମ ଥର ପାଇଁ ଏସିଆ କପ ଫାଇନାଲ ଜିତିବାକୁ ଲକ୍ଷ୍ୟ ରଖିଛି। ଶ୍ରୀଲଙ୍କା ଏଯାଏ ଭାରତ ସହ ୫ ଥର ଫାଇନାଲ ଖେଳିଥିଲେ ହେଁ ଗୋଟିଏ ଥର ବି ଜିତି ନାହିଁ।

ଡମ୍ବୁଲାରେ ଖେଳା ଯାଉଥିବା ଫାଇନାଲରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା କିଛି ସମୟ ପାଇଁ ଠିକ ସାବ୍ୟସ୍ତ କରିଥିଲେ। ତେବେ ଦଳୀୟ ସ୍କୋର ୪୪ ଥିବା ବେଳେ ଶେଫାଳି ବର୍ମା(୧୬)ଙ୍କୁ ଦିଲହରି ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଉମା ଛେତ୍ରୀ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ଅଧିନାୟକ କୌର ୧୧ ରନ କରି ନିସାନସାଲାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

Also Read

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ମନ୍ଧାନା କାଉଣ୍ଟର ଆଟାକ ଜାରି ରଖିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତାଙ୍କୁ କିଛି ସମୟ ପାଇଁ ଜେମିମା ରୋଡ୍ରିଗସ(୧୬ ବଲରେ ୨୯) ସାଥ ଦେଇଥିଲେ।

କିନ୍ତୁ ଦଳୀୟ ସ୍କୋର ୧୨୮ ଥିବା ବେଳେ ସେ ରନ ଆଉଟ ହୋଇଯାଇଥିଲେ। ବଡ଼ ଶଟ ଖେଳିବାକୁ ଯାଇ ଆଉ ୫ ରନ ପରେ ମନ୍ଧାନା ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ସେ ୪୭ ବଲରେ ୧୦ ଚୌକା ସହ ୬୦ ରନ କରିଛନ୍ତି। ମନ୍ଧାନା ଆଉଟ ହୋଇଯିବାରୁ ଲାଗୁଥିଲା ଭାରତୀୟ ଟିମ ୧୫୦ ଅଙ୍କ ଛୁଇଁ ପାରିବ ନାହିଁ।

କିନ୍ତୁ ୱିକେଟ କିପର ରିଚା ଘୋଷ ନିଜର ଦମ ଦେଖାଇଥିଲେ। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ଇନିଂସ ସରିବାକୁ ଆଉ ୨ଟି ବଲ ବାକି ଥିବା ବେଳେ ରିଚା ୧୪ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରକର ୫ ଓ ଦୀପ୍ତି ଶର୍ମା ୧ ବଲରେ ୧ ରନ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story