Advertisment

ଭାରତ ପାଇଁ କମାଲ କଲେ ଦୁଇ ମହମ୍ମଦ, ଅଷ୍ଟ୍ରେଲିଆ ୧୮୮ରେ ଅଲଆଉଟ

ଅଷ୍ଟ୍ରେଲିଆ ପକ୍ଷରୁ ଓପନ ମିଚେଲ ମାର୍ଶ ବିସ୍ଫୋରକ ୮୧ ରନ କରିଥିଲେ ହେଁ ପୂରା ଦଳ କିନ୍ତୁ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଛି। ଏବେ ଭାରତକୁ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ମାତ୍ର ୧୮୯ ରନର ଟାର୍ଗେଟ ମିଳିଛି।

BCCI

BCCI

Advertisment

ପବିତ୍ର ଶୁକ୍ରବାରରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଦୁଇ ମହମ୍ମଦ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଜଲୱା ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ ମହମ୍ମଦ ସିରାଜ। ଦୁଇ ମହମ୍ମଦ ଯୋଡ଼ି ଅଷ୍ଟ୍ରେଲିଆର ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଏହି ଘାତକ ବୋଲିଂ ଯୋଗୁ କଙ୍ଗାରୁ ଟିମ ପ୍ରଥମ ଦିନିକିଆରେ କେବଳ ୧୮୮ ରନ କରି ଅଲଆଉଟ ହୋଇଯାଇଛି।

Advertisment

ଏପରି ଦଳ ପୂରା ୫୦ ଓଭର ଖେଳିବାକୁ ମଧ୍ୟ ସକ୍ଷମ ହୋଇନି। ଅଷ୍ଟ୍ରେଲିଆ ପକ୍ଷରୁ ଓପନ ମିଚେଲ ମାର୍ଶ ବିସ୍ଫୋରକ ୮୧ ରନ କରିଥିଲେ ହେଁ ପୂରା ଦଳ କିନ୍ତୁ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଛି। ଏବେ ଭାରତକୁ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ମାତ୍ର ୧୮୯ ରନର ଟାର୍ଗେଟ ମିଳିଛି।

ଟିମ ଇଣ୍ଡିଆର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଠିକ ସାବ୍ୟସ୍ତ କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ଓଭରର ଶେଷ ବଲରେ ସିରାଜ ୫ ରନ କରିଥିବା ଟ୍ରାଭିସ ହେଡ୍‌ଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ।

Advertisment

ତେବେ ମାର୍ଶ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହି ସମୟରେ ମାର୍ଶଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବାରୁ ହିଜେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ଅଷ୍ଟ୍ରେଲିଆର ସ୍କୋର ୭୭ ଥିବା ବେଳେ ସେ ୨୨ ରନ କରିଥିବା ସ୍ମିଥଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ସ୍ମିଥ ଆଉଟ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ମାର୍ଶଙ୍କ ଉପରେ ପଡ଼ି ନଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବାରେ ଲାଗିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୯ ଥିବା ବେଳେ ରବୀନ୍ଦ୍ର ଜାଡେଜା ୮୧ ରନ କରିଥିବା ମାର୍ଶଙ୍କୁ ସିରାଜଙ୍କ ହାତରେ କ୍ୟାଚ କରାଇ କଙ୍ଗାରୁ ଟିମକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଅଷ୍ଟ୍ରେଲିଆର ଜଣଙ୍କ ପରେ ଜଣେ ବ୍ୟାଟର ଆଉଟ ହେବାରେ ଲାଗିଥିଲେ। ଜୋଶ ଇଙ୍ଗଲିଶ ୨୬ ରନ କରି କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା। ତାଙ୍କୁ ମହମ୍ମଦ ଶାମି କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ମାର୍ନସ ଲାବୁଶେନ(୧୫)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିବା ବେଳେ କାମେରନ ଗ୍ରୀନ(୧୫)ଙ୍କୁ ଶାମି, ଗ୍ଲେନ ମ୍ୟାକ୍ସୱେଲ(୮)ଙ୍କୁ ଜାଡେଜା ଓ ମାର୍କସ ଷ୍ଟୋଇନିସ(୫) ଶାମିଙ୍କ ଶିକାର ବନିଥିଲେ। ଶେଷ ଭାଗରେ ସିରାଜ ତାଙ୍କ କମାଲ ଦେଖାଇଥିଲେ। ସେ ପ୍ରଥମେ ସେନ ଆବ୍ବୋଟ୍ଟ(୦) ଓ ଆଡାମ ଜାମ୍ପା(୦)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସକୁ ୧୮୮ ରନରେ ଅଟକାଇ ଦେଇଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜା ୨ଟି, ହାର୍ଦ୍ଦିକ ଓ କୁଲଦୀପ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଶାମି ୬ ଓଭରରେ ମାତ୍ର ୧୭ ରନ ଓ ସିରାଜ ୫.୪ ଓଭରରେ ୨୯ ରନ ଖର୍ଚ୍ଚ କରିଛନ୍ତି।

Indian Cricket Team Cricket India Vs Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe