Advertisment

ବୁମ୍ରା ଝଡ଼; ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ

ପ୍ରଥମ ଇନିଂସରେ ଭାରତ ୩୬୯ ରନ୍‌ କରିଛି।

ଅଦ୍ୟତନ ହୋଇଛି
Bumra

Bumra

Advertisment

ମେଲବର୍ଣ୍ଣରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଛି। ଆଜି ଏହି ଟେଷ୍ଟର ଚତୁର୍ଥ ଦିନ ହୋଇଥିବା ବେଳେ ଭାରତର ପ୍ରଥମ ଇନିଂସ ଶେଷ ହୋଇଯାଇଛି। ପ୍ରଥମ ଇନିଂସରେ ଭାରତ ୩୬୯ ରନ୍‌ କରିଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ୧୦୫ ରନ୍‌ର ଅଗ୍ରଣୀ ଲାଭ କରି ଦ୍ୱିତୀୟ ଇନିଂସ ଖେଳୁଥିବା ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦଳ ୯୩ ରନ୍‌ରେ ୬ଟି ୱିକେଟ୍ ହରାଇ ସାରିଲାଣି।

Advertisment

ଗତକାଲି ବର୍ଷା ଯୋଗୁ ମ୍ୟାଚ୍‌ର ତୃତୀୟ ଦିବସକୁ ଆଗୁଆ ବନ୍ଦ କରିବାକୁ ପଡ଼ିଥିଲା। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୯ ୱିକେଟ୍ ହରାଇ ୩୫୮ ରନ୍ କରିଥିଲା। ନୀତୀଶ କୁମାର ରେଡ୍ଡୀ ୧୦୫ ରନ୍ ଓ ମହମ୍ମଦ ସିରାଜ ୨ ରନ୍ କରି ଅପରାଜିତ ରହିଥିଲେ। ଆଜି ଏହି ଦୁଇ ଜଣ ପୁଣି ଭାରତୀୟ ଟିମ୍‌ର ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ସେମାନେ ଲମ୍ବା ସମୟ ପାଇଁ ଖେଳି ପାରି ନଥିଲେ। ଆଜି ଆଉ ୯ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଯାଇଥିଲେ ଭାରତର ପ୍ରଥମ ଇନିଂଶର ହିରୋ ନୀତୀଶ କୁମାର ରେଡ୍ଡୀ। ସେ ୧୮୯ଟି ବଲ୍‌ରୁ ୧୧ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୪ ରନ୍ କରି ଥିଲେ। ନାଥନ ଲିୟନଙ୍କ ବଲ୍‌ରେ ସେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଯଶପ୍ରୀତ ବୁମ୍ରା ୪ ରନ୍ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ, ସ୍କଟ ବୋଲାଣ୍ଡ ଓ ନାଥନ ଲିୟନ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଭାରତ ଅଲ୍‌ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଖେଳୁଛି। ଖବର ଲେଖାଯିବା ସୁଦ୍ଧା ଦଳ ୯୩ ରନ୍‌ରେ ୬ଟି ୱିକେଟ୍‌ ହରାଇ ସାରିଲାଣି। ଓପନର ସାମ କୋନଷ୍ଟାସ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଉସମାନ ଖୱାଜା ୨୧, ଷ୍ଟିଭ୍ ସ୍ମିଥ ୧୩, ଟ୍ରାଭିସ ହେଡ୍ ୧, ମିଚେଲ ମାର୍ଶ ଶୂନ ଓ ଆଲେକ୍ସ କେରୀ ୨ ରନ୍‌ରେ ଆଉଟ୍ ହୋଇଛନ୍ତି।

Advertisment

ଯଶପ୍ରୀତ ବୁମ୍ରା ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇଛନ୍ତି। ସାମ କୋନଷ୍ଟାସ ଓ ଉସମାନ ଖୱାଜା ଯଥାକ୍ରମେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ମହମ୍ମଦ ସିରାଜଙ୍କ ବଲ୍‌ରେ ଷ୍ଟିଭ୍‌ ସ୍ମିଥ୍ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ବୁମ୍ରାଙ୍କ ବଲ୍‌ରେ ଟ୍ରାଭିସ ହେଡ୍ ଓ ମିଚେଲ ମାର୍ଶ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଲେକ୍ସ କେରୀଙ୍କୁ ଯଶପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ୍ କରିଥିବା ବେଳେ ଭାରତ ୩୬୯ ରନ୍ କରିଥିଲା। ଫଳରେ ଅଷ୍ଟ୍ରେଲିଆ ୧୦୫ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୯୧ ରନ୍ କରିଥିବା ବେଳେ ଭାରତଠାରୁ ୧୯୬ ରନ୍‌ରେ ଆଗୁଆ ରହିଛି। ମାର୍ନସ ଲାବୁଶେନ ଓ ପାଟ କମିନ୍ସ କ୍ରିଜ୍‌ରେ ଅଛନ୍ତି। 

Jasprit Bumrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe