Advertisment

'ଯୁଗ ଯୁଗର ଲଢ଼େଇ', ଅଷ୍ଟ୍ରେଲିଆ ଖବରକାଗଜରେ କୋହଲି ଝଡ଼

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟର ୧୦ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ମିଡିଆରେ ଦେଖିବାକୁ ମିଳିଛି କୋହଲି କ୍ରେଜ୍‌।

Virat Kohli

Virat Kohli

Advertisment

ଅଷ୍ଟ୍ରେଲିଆରେ କୋହଲି ଝଡ଼। ପ୍ରଣ୍ଟ ପେଜ୍‌ରେ ବିରାଟ କୋହଲି। ବିଦେଶ ଖବରକାଗଜର ହେଡଲାଇନ୍‌ ପାଲଟିଲେ ଭାରତୀୟ କ୍ରିକେଟର୍‌। ତା'ପୁଣି ପ୍ରଥମ ପୃଷ୍ଠାର ପ୍ରଥମ ହେଡ୍‌ଲାଇନ୍‌ରେ। କେବଳ କୋହଲି ନୁହନ୍ତି ତାଙ୍କ ସହ ଅନେକ ଖେଳାଳିଙ୍କୁ ଏହି ଫ୍ରଣ୍ଟ ପେଜ୍‌ରେ ମିଳିଛି ସ୍ଥାନ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟର ୧୦ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ମିଡିଆରେ ଦେଖିବାକୁ ମିଳିଛି କୋହଲି କ୍ରେଜ୍‌। ଭାରତୀୟ କ୍ରିକେଟର ଲୋକପ୍ରିୟ ଚେହେରା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପର୍ଥରେ ପହଞ୍ଚିବା ପରେ ତାଙ୍କୁ ଭିନ୍ନ ଢ଼ଙ୍ଗରେ ସ୍ୱାଗତ କରାଯାଇଛି। ଅଷ୍ଟ୍ରେଲିଆ ଖବରକାଗଜର ଏକ ଗ୍ରୁପ୍‌ ତାଙ୍କ ଫଟୋକୁ ‘ଫ୍ରଣ୍ଟ୍‌ ପେଜ୍‌’ରେ ଛାପିଛି। ଆଉ ଏହାର ହେଡ୍‌ଲାଇନ୍‌ ରହିଛି 'ଯୁଗ ଯୁଗର ଲଢ଼େଇ'। ଏଥିରୁ ଜଣାପଡୁଛି ଭାରତୀୟ କ୍ରିକେଟରଙ୍କ କ୍ରେଜ୍‌ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରହିଛି।

ପ୍ରଶଂସକମାନଙ୍କୁ ଖୁସି କରାଇବା ପାଇଁ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଭାବେ ଖବରକାଗଜ ସଂସ୍ଥା ବିରାଟଙ୍କ ଫଟୋ ଦେଇ ହିନ୍ଦୀ ଏବଂ ପଞ୍ଜାବୀ ଭାଷା ବ୍ୟବହାର କରି ହେଡଲାଇନ୍ ଛାପିଥିବା ଦେଖାଯାଇଛି। ଯାହା ତାଙ୍କର ଅପାର ଲୋକପ୍ରିୟତାକୁ ଦର୍ଶାଇଛି।

Advertisment

ଫ୍ରଣ୍ଟ ପେଜ୍‌ରେ କେବଳ ବିରାଟ କୋହଲି ନୁହେଁ, ଯଶସ୍ୱୀ ଜୈସୱାଲ୍‌ ଏବଂ ଋଷଭ ପନ୍ତଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରଥମ ପୃଷ୍ଠାରେ ବିରାଟଙ୍କ ଫଟୋ ସହିତ ବୋଲ୍‌ଡ ଅକ୍ଷରରେ ଲେଖାଯାଇଥିଲା ‘ୟୁଗୋଁ କି ଲଢ଼ାଇ ବା ଯୁଗ ଯୁଗର ଲଢ଼େଇ’। ଅଷ୍ଟ୍ରେଲିଆ ମିଡିଆ ଏଭଳି ଭାବେ କୋହଲିଙ୍କର ସ୍ୱତନ୍ତ୍ର ଫଟୋ ଛାପିବା କଥା ସମସ୍ତଙ୍କୁ ଚକିତ କରିଦେଇଛି।

ଆସନ୍ତା ୨୨ ତାରିଖରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲା ଆରମ୍ଭ ହେବ। ଏହା ୨୬ ଯାଏଁ ଚାଲିବ। ଅପ୍ଟସ୍ ଷ୍ଟାଡିୟମରେ ଭାରତର ସିରିଜ୍ ଓପନର୍ ହେବାର ଦୁଇ ସପ୍ତାହ ପୂର୍ବରୁ କୋହଲି ରବିବାର ସନ୍ଧ୍ୟାରେ ପର୍ଥରେ ପହଞ୍ଚିଥିଲେ।

India Vs Australia Virat Kohli Border-Gavaskar Trophy Australian Media Australian Papers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe