Advertisment

ପିଙ୍କ ବଲ ଟେଷ୍ଟରେ ଟ୍ରାଭିସ ହେଡ୍‌ଙ୍କ ଶତକ, ଅଷ୍ଟ୍ରେଲିଆକୁ ୧୫୭ ରନର ଲିଡ୍‌

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ୪ଟି ଲେଖାଏ ୱିକେଟ ନେଇଥିଲେ ହେଁ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲିବାକୁ ସକ୍ଷମ ହୋଇନାହାନ୍ତି।

ଅଦ୍ୟତନ ହୋଇଛି
Head

Head

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପିଙ୍କ ବଲ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦମ ଦେଖାଇଛି। ପ୍ରଥମ ଇନିଂସରେ ଭାରତକୁ ୧୮୦ ରନରେ ଅଲଆଉଟ କରିଥିବା ଅଷ୍ଟ୍ରେଲିଆ ଏବେ ୧୫୭ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିନେଇଛି।

Advertisment

ଭାରତ ୧୮୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବ୍ୟାଟିଂରେ ନିଜର ଜଲୱା ଦେଖାଇଛି। ଟ୍ରାଭିସ ହେଡଙ୍କ ଦମଦାର ୧୪୦ ଓ ମାନର୍ସ ଲାବୁଶେନଙ୍କ ୬୪ ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ କରି ଅଲଆଉଟ ହୋଇଯାଇଛି। ହେଲେ ଦଳକୁ ଆଡିଲେଡରେ ୧୫୭ ରନର ଲିଡ ମିଳିଛି।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ୪ଟି ଲେଖାଏ ୱିକେଟ ନେଇଥିଲେ ହେଁ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲିବାକୁ ସକ୍ଷମ ହୋଇନାହାନ୍ତି। ନବାଗତ ନୀତୀଶ କୁମାର ରେଡ୍ଡୀ ଓ ଭେଟରାନ ରବି ‌ଅଶ୍ୱିନଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।

Advertisment

ଆଡିଲେଡରେ ଖେଳା ଯାଉଥିବା ପିଙ୍କ ବଲ ଟେଷ୍ଟର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଭାରତ ଆହୁରି ପ୍ରାୟ ୩୦ ଓଭର ବ୍ୟାଟିଂ କରିବ। ତେଣୁ ମ୍ୟାଚ୍‌ ବଞ୍ଚାଇବା ପାଇଁ ଭାରତକୁ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସ ଭଳି ବ୍ୟାଟିଂ କରିବାକୁ ପଡ଼ିବ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୮୬/୧ କରିଥିଲା। ଆଜି ପ୍ରଥମ ୧ ଘଣ୍ଟାର ଖେଳ ମଧ୍ୟରେ ବୁମ୍ରା ପ୍ରଥମେ ନାଥନ ମ୍ୟାକସ୍ୱିନୀ ୩୯ ଓ ପରେ ଷ୍ଟିଭ ସ୍ମିଥ ୨ଙ୍କୁ ଆଉଟ କରିଥିଲେ। କିନ୍ତୁ ଏହାପରେ ହେଡ ଓ ଲାବୁଶେନ ସ୍ଥିତି ସମ୍ଭାଳିଥିଲା। ଫର୍ମ ପାଇଁ ସଂଘର୍ଷ କରୁଥିବା ଲାବୁଶେନଙ୍କ ବ୍ୟାଟରୁ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ୪ର୍ଥ ୱିକେଟ ପାଇଁ ୬୫ ରନ ମଧ୍ୟ ଯୋଡ଼ିଥିଲେ।

ହେଲେ ଦଳୀୟ ସ୍କୋର ୧୬୮ ଥିବା ବେଳେ ଲାବୁଶେନ(୬୪)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ ନୀତୀଶ କୁମାର ରେଡ୍ଡୀ। ମିଚେଲ ମାର୍ଶଙ୍କୁ ସାଥୀ କରି ହେଡ୍‌ ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। କିନ୍ତୁ ମାର୍ଶ କେବଳ ୯ ରନ କରି ରବି ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ। 

ଆଲେକ୍ସ କେରୀ ୧୫ ରନ କରି ସିରାଜଙ୍କ ପ୍ରଥମ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ହେଡ୍‌ ଆଟାକିଂ ଶଟ ଖେଳି ନିଜ ହୋମଗ୍ରାଉଣ୍ଡରେ ଦମଦାର ଶତକ ହାସଲ କରିଥିଲେ। ଏହାପରେ ଗିୟର ବଦଳାଇ ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ। ଦଳର ସ୍କୋର ୩୧୦ ରନ ଥିବା ବେଳେ ୧୪୦ ରନ କରିଥିବା ହେଡ୍‌ଙ୍କୁ ସିରାଜ କ୍ଲିନବୋଲ୍ଡ କରିଦେଇଥିଲେ। ଅଷ୍ଟ୍ରେଲିଆକୁ ମଧ୍ୟ ୭ମ ଝଟକା ଲାଗିଥିଲା। 

୮ମ ୱିକେଟ ପାଇଁ ଅଧିନାୟକ ପାଟ କମିନ୍ସ ଓ ମିଚେଲ ଷ୍ଟାର୍କ ୨୨ ରନ ଯୋଡ଼ିଥିଲେ। ଏତିକି ବେଳେ ବୁମ୍ରା ୧୨ ରନ କରିଥିବା କମିନ୍ସଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ। ଏଥିସହ ଦ୍ୱିତୀୟ ଦିନରେ ଟି ବ୍ରେକ ହୋଇଥିଲା।

ଟି ବ୍ରେକ ପରର ପ୍ରଥମ ବଲରେ ଷ୍ଟାର୍କ ୧୮ ରନ କରି ସିରାଜଙ୍କ ତୃତୀୟ ଶିକାର ବନିଥିଲେ। ଏହାପରେ ଦଳୀୟ ସ୍କୋର ୩୩୭ ରନ ଥିବା ବେଳେ ସିରାଜ ଶେଷ ବ୍ୟାଟର ସ୍କଟ ବୋଲାଣ୍ଡଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

Pink Ball Test Border Gavaskat Trophy Test Match India Vs Australia Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe