Advertisment

ସିଡ୍‌ନୀ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଘୋଷଣା କଲା ଚୂଡ଼ାନ୍ତ ଏକାଦଶ, ୩୧ ବର୍ଷୀୟ ଖେଳାଳି କରିବେ ଡେବ୍ୟୁ

ମାର୍ଶ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ସେ ୪ଟି ଟେଷ୍ଟରେ କେବଳ ୭୩ ରନ କରିପାରିଥିଲେ। ତେଣୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସିଡ୍‌ନୀ ଟେଷ୍ଟରୁ ବାଦ ଦିଆଯାଇଛି।

Team aus

Team aus

Advertisment

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ଅଷ୍ଟ୍ରେଲିଆ। ଆସନ୍ତାକାଲି ସିଡନୀରେ ମ୍ୟାଚ୍‌ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ନାଁ ସାର୍ବଜନୀନ କରିଛି। ବର୍ତ୍ତମାନ ସିରିଜ ଅଷ୍ଟ୍ରେଲିଆ ସପକ୍ଷରେ ୨-୧ରେ ରହିଛି। ଭାରତ କମବ୍ୟାକ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

ଗୁରୁତ୍ୱପୂର୍ଣ୍ଣ ସିଡନୀ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଘୋଷଣା କରିଥିବା ଚୂଡ଼ାନ୍ତ ଏକାଦଶରୁ ମିଚେଲ ମାର୍ଶ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ବେଆଉ ୱେବଷ୍ଟରଙ୍କୁ ସାମିଲ କରାଯାଇଛି। ୩୧ ବର୍ଷୀୟ ୱେବଷ୍ଟର ଅଷ୍ଟ୍ରେଲିଆ ପାଇଁ ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ୱେବଷ୍ଟର ଘରୋଇ ଟୁଣ୍ଣାମେଣ୍ଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ବେଶ ମାହିର। ତେଣୁ ମାର୍ଶଙ୍କ ବଦଳରେ ତାଙ୍କୁ ସୁଯୋଗ ମିଳିଛି।

Advertisment

ମାର୍ଶ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ସେ ୪ଟି ଟେଷ୍ଟରେ କେବଳ ୭୩ ରନ କରିପାରିଥିଲେ। ତେଣୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସିଡ୍‌ନୀ ଟେଷ୍ଟରୁ ବାଦ ଦିଆଯାଇଛି।

ଅଷ୍ଟ୍ରେଲିଆ ଦଳ: ସାମ କୋନଷ୍ଟାସ, ଉସମାନ ଖାୱାଜା, ମାର୍ନସ ଲାବୁଶେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍‌, ୱେବଷ୍ଟର, ଆଲେକ୍ସ କେରୀ(ୱିକେଟ କିପର), ପାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ।

Border-Gavaskar Trophy Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe