Advertisment

ପୁରୁଷଙ୍କ ପରେ ଅଷ୍ଟ୍ରେଲିଆ ଠାରୁ ହାରିଲେ ଭାରତୀୟ ମହିଳା ଦଳ, ପେରୀଙ୍କ ଦମଦାର ଶତକ

ଘରୋଇ ଟିମ ଭାରତୀୟ ମହିଳା ଦଳକୁ ଦ୍ୱିତୀୟ ଦିନିକିଆରେ ବୃହତ୍ତ ୧୨୨ ରନରେ ହରାଇ ଦେଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି।

IND

IND

Advertisment

ପିଙ୍କ ବଲ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଆଜି ସକାଳେ ଭାରତୀୟ ପୁରୁଷ କ୍ରିକେଟ ଟିମ ଲଜ୍ଜାଜନକ ଭାବେ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଏହି ବିଜୟ ସହ ପାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୧-୧ ସ୍ଥିତିକୁ ମଧ୍ୟ ନେଇ ଆସିଛି।

Advertisment

ପର୍ଥ ଟେଷ୍ଟରେ ଭାରତ ବୃହତ୍ତ ବିଜୟ କରିବା ପରେ ଆଡିଲେଡରେ ୧୦ ୱିକେଟରେ ପରାସ୍ତ ହେବା କ୍ରିକେଟ ଫ୍ୟାନ୍ସଙ୍କୁ ନିରାଶ କରିଛି। ଫ୍ୟାନ୍ସ ଏହାକୁ ନେଇ ମର୍ମାହତ ରହିଥିବା ବେଳେ ପୁଣିଥରେ ସେହି ଅଷ୍ଟ୍ରେଲିଆରୁ ଆସିଛି ନିରାଶ କରିବା ଭଳି ଖବର।

ପୁରୁଷ ଟିମଙ୍କ ଭଳି ଭାରତୀୟ ମହିଳା ଦଳ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛନ୍ତି। ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆର ମହିଳା ଦଳ ଦମଦାର ଢଙ୍ଗରେ ଜିତିଥିଲା। ଆଜି ମଧ୍ୟ ଘରୋଇ ଟିମ ଭାରତୀୟ ମହିଳା ଦଳକୁ ଦ୍ୱିତୀୟ ଦିନିକିଆରେ ବୃହତ୍ତ ୧୨୨ ରନରେ ହରାଇ ଦେଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି।

Advertisment

ବ୍ରିସବେନରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ତାହିଲା ମ୍ୟାଗ୍ରାଙ୍କ ଅଷ୍ଟ୍ରେଲିଆ ଜର୍ଜିଆ ଭୋଲ୍ଲଙ୍କ ୧୦୧ ଓ ଅଭିଜ୍ଞ ଏଲିସ ପେରୀଙ୍କ ୭୫ ବଲରେ ୧୦୫ ରନର ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ବିଶାଳ ୩୭୧ ରନ କରିଥିଲା। ଦଳ ପକ୍ଷରୁ ଲିଚଫିଲ୍ଡ ୬୦ ଓ ବେଥ ମୁନୀ ମଧ୍ୟ ୫୬ ରନର ଇନିଂସ ଖେଳିଥିଲେ।

ଭାରତ ପକ୍ଷରୁ ସାଇମା ଠାକୁର ସର୍ବାଧିକ ୩ଟି ନେଇଥିବା ବେଳେ ମିନୁ ମଣିଙ୍କ ଖାତାକୁ ୨ଟି ୱିକେଟ ଯାଇଛି। ସେହିପରି ରେଣୁକା ସିଂହ, ଦୀପ୍ତି ଶର୍ମା ଓ ପ୍ରିୟା ମିଶ୍ରା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

୩୭୨ ରନର ଟାର୍ଗେଟ ପାଇ ଥିବା ଭାରତୀୟ ମହିଳା ଦଳ ଆରମ୍ଭରୁ ସ୍ମୃତି ମନ୍ଧାନା(୯) ଓ ହର୍ଲିନ ଦେଓଲ(୧୨)ଙ୍କୁ ହରାଇଥିଲା। ପ୍ରଥମ ଦିନିକିଆରେ ମନ୍ଧାନାଙ୍କ ସହ ଇନିଂସ ଆରମ୍ଭ କରିଥିବା ପ୍ରିୟା ପୁନିଆ ଆଜି ମ୍ୟାଚ୍‌ ଖେଳୁଥିଲେ। କିନ୍ତୁ ଫିଲ୍ଡିଂ ବେଳେ ସେ ଆହତ ହୋଇଥିବାରୁ ବ୍ୟାଟିଂ ପାଇଁ ମଧ୍ୟ ଆସିଥିଲେ। ଏଥିପାଇଁ ସ୍ମୃତି ମନ୍ଧାନାଙ୍କ ସହ ଆଜି ରିଚା ଘୋଷ ଇନିଂସ ଆରମ୍ଭ କରିଥିଲେ।

ମନ୍ଧାନା ନିରାଶ କରିଥିଲେ ହେଁ ଅନ୍ୟତମ ଓପନର ରିଚା ଘୋଷ ଓ ଅଧିନାୟକ ହରମନପ୍ରୀତ କୌର ବେଶ କିଛି ସମୟ ଲଢ଼ିଥିଲେ। ରିଚାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ରିଚା ୫୪ ରନ କରି ଆଲାନ କିଙ୍ଗଙ୍କ ବଲରେ ଆଉଟ ହେବା ପରେ ଭାରତର ରନ ସଂଗ୍ରହ ହାର କମି ଯାଇଥିଲା।

ଦଳୀୟ ସ୍କୋର ୧୪୮ ଥିବା ବେଳେ କୌର ମଧ୍ୟ ୩୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଦୀପ୍ତି ଶର୍ମା କେବଳ ୧୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ଜେମିମା ରୋଡ୍ରିଗସ ୪୩ ରନର ଇନିଂସ ଖେଳିଥିଲେ ହେଁ ଦଳୀୟ ସ୍କୋରକୁ ୨୦୦ ପାର କରାଇ ପାରି ନଥିଲେ। ଦଳୀୟ ସ୍କୋର ୧୮୪ ଥିବା ବେଳେ ତାଙ୍କୁ ବାମହାତୀ ସ୍ପିନର ସୋଫି ମୋଲିନକ୍ସ ଆଉଟ କରି ଦେଇଥିଲେ।

ମନୁ ମଣି ଶେଷ ଯାଏ ୪୬ ରନ କରି ଅପରାଜିତ ରହିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟର ସାଥ ଦେଇ ନଥିଲେ। ସାଇମା ଠାକୁର ୭, ରେଣୁକା ସିଂହ ୧ ଓ ପ୍ରିୟା ମିଶ୍ରା ଶେଷ ବ୍ୟାଟର ଭାବେ ୫ ରନ କରି ଆଉଟ ହୋଇଥିଲେ।

ଭାରତ ୪୪.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୪୯ ରନ କରିପାରିଛି। ଫଳରେ ଅଷ୍ଟ୍ରେଲିଆ ୧୨୨ ରନରେ ମ୍ୟାଚ ସହ ସିରିଜ କବଜା କରିଛି।

Women Cricket Team India Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe