Advertisment

ପୁଣି ଭାଙ୍ଗିଲା ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ସ୍ୱପ୍ନ

ଦକ୍ଷିଣ ଆଫ୍ରିକା ପୁଣିଥରେ ବିଶ୍ୱକପର ସେମିରେ ହାରିଥିବାରୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଫ୍ୟାନ୍ସମାନଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଛି। ସେହିଭଳି ଦକ୍ଷିଣ ଆଫ୍ରିକାର ଖେଳିମାନେ ମଧ୍ୟ ପରାଜୟ ପରେ ହତାଶ ହୋଇ ପଡ଼ିଆରେ ବସି ରହିଥିଲେ।

author-image
Manoj Swain

ଲିଗ ପର୍ଯ୍ୟାୟରେ ନିଜର ଦମ୍ଭ ଦେଖାଇ ପୁଣି ନକଆଉଟରେ ହାରି ଦୁଃଖଦ ବିଦାୟ ନେଇଛି ଦକ୍ଷିଣ ଆଫ୍ରିକା। ୧୯୯୯, ୨୦୦୩, ୨୦୧୫ ପରେ ୨୦୨୩ ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକା ସେମିରେ ହାରିଯାଇଛି। ଏଥିସହ ଦକ୍ଷିଣ ଆଫ୍ରିକାର ବିଶ୍ୱକପ ଫାଇନାଲ ଖେଳିବା ସ୍ୱପ୍ନ ପୁଣିଥରେ ଅଧା ରହି ଯାଇଛି। ୨୧୩ ରନର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିଥିଲା। ଶେଷ ଯାଏ ଦଳ ଲଢ଼େଇ ବି କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୧୬ ବଲ ପୂର୍ବରୁ ବିଜୟ ବାନା ଉଡ଼ାଇଛି। ଦକ୍ଷିଣ ଆଫ୍ରିକା ପୁଣିଥରେ ବିଶ୍ୱକପର ସେମିରେ ହାରିଥିବାରୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଫ୍ୟାନ୍ସମାନଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଛି। ସେହିଭଳି ଦକ୍ଷିଣ ଆଫ୍ରିକାର ଖେଳିମାନେ ମଧ୍ୟ ପରାଜୟ ପରେ ହତାଶ ହୋଇ ପଡ଼ିଆରେ ବସି ରହିଥିଲେ।

Advertisment
ICC Men’s Cricket World Cup 2023 CWC 2023