Advertisment

ଜାମ୍ପା ଜଲୱା, ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ

ଦୁବାଇ: ଆଡାମ ଜାମ୍ପାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଚଳିତ ଟି-୨୦ ବିଶ୍ୱକପରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତା’ର ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ଗତ ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୪ରେ ପରାସ୍ତ ହୋଇଥିଲା। କିନ୍ତୁ ଏଠାରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ବାଂଲାଦେଶକୁ ଧୂଳି ଚଟାଇଛି। ଅନ୍ୟପକ୍ଷରେ କ୍ରମାଗତ ପଞ୍ଚମ ପରାଜୟ ସହ ବାଂଲାଦେଶର ବିଶ୍ୱକପ୍ ଅଭିଯାନ ନୈରାଶ୍ୟଜନକ […]

author-image
Ranjit Kumar Jena
ଜାମ୍ପା ଜଲୱା, ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ

australia

ଦୁବାଇ: ଆଡାମ ଜାମ୍ପାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଚଳିତ ଟି-୨୦ ବିଶ୍ୱକପରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତା'ର ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ଗତ ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୪ରେ ପରାସ୍ତ ହୋଇଥିଲା। କିନ୍ତୁ ଏଠାରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ବାଂଲାଦେଶକୁ ଧୂଳି ଚଟାଇଛି। ଅନ୍ୟପକ୍ଷରେ କ୍ରମାଗତ ପଞ୍ଚମ ପରାଜୟ ସହ ବାଂଲାଦେଶର ବିଶ୍ୱକପ୍ ଅଭିଯାନ ନୈରାଶ୍ୟଜନକ ଭାବେ ଶେଷ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ଏବଂ ଟିମର ସେମି ଆଶା ମଧ୍ୟ ବଢ଼ିଛି।

Advertisment

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଘାତକ ପ୍ରଦର୍ଶନ କରି ବାଂଲାଦେଶ ଟିମକୁ ୧୫ ଓଭରରେ ମାତ୍ର ୭୩ ରନରେ ଅଲଆଉଟ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୬.୨ ଓଭରରେ ୨ ୱିକେଟ୍ ହରାଇ ୭୮ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ମାତ୍ର ୨୦ ବଲରେ ୪୦ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଇନିଂସରେ ୨ ଚୌକା ଓ ୪ ଛକା ସାମିଲ୍ ଅଛି। ସେହିପରି ଡେଭିଡ୍ ୱାର୍ଣ୍ଣର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲ୍ ମାର୍ଶ ୧୬ (୫ ବଲ୍, ୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଗୋଟିଏ ପରେ ଗୋଟିଏ ଝଟକା ଦେଇଥିଲେ ଜାମ୍ପା। ଜାମ୍ପାଙ୍କ ସ୍ପିନ୍ ଆଟାକକୁ ବୁଝିବାରେ ଅସମର୍ଥ ହୋଇଥିଲେ ବାଂଲା ବ୍ୟାଟ୍ସମ୍ୟାନ୍। ଯେଉଁ କାରଣରୁ ତିନି ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିଥିବା ବେଳେ ବାକି ନିରାଶ କରିଥିଲେ। ଶାମିମ୍ ହୋସେନ୍ ସର୍ବାଧିକ ୧୯, ମହମ୍ମଦ ନଇମ ୧୭ ଓ କ୍ୟାପଟେନ୍ ମହମଦୁଲ୍ଲା ୧୬ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୧୯ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ମିଚେଲ୍ ମାର୍ଶ ଓ ଜୋଶ୍ ହେଜଲଉଡ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment
ICCT20 World Cup 2021