Advertisment

ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲ୍ ନିକଟତର

ଆବୁ ଧାବି: ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲ୍ ନିକଟତର ହୋଇଛି। ଏବେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଦକ୍ଷିଣ ଆଫ୍ରିକା ବଡ଼ ବ୍ୟବଧାନରେ ବିଜୟୀ ହେବ, ତାହେଲେ ଟିମ୍ ସେମିରେ ପହଞ୍ଚିଯିବ ଏବଂ ଅଷ୍ଟ୍ରେଲିଆର ଆଶା ଧୂଳିସାତ୍ ହୋଇଯିବ। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ୍ ଚଳିତ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲ୍ ନିକଟତର

david-warner

ଆବୁ ଧାବି: ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲ୍ ନିକଟତର ହୋଇଛି। ଏବେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଦକ୍ଷିଣ ଆଫ୍ରିକା ବଡ଼ ବ୍ୟବଧାନରେ ବିଜୟୀ ହେବ, ତାହେଲେ ଟିମ୍ ସେମିରେ ପହଞ୍ଚିଯିବ ଏବଂ ଅଷ୍ଟ୍ରେଲିଆର ଆଶା ଧୂଳିସାତ୍ ହୋଇଯିବ। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ୍ ଚଳିତ ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ବିଜୟ ସହ ଅଭିଯାନ ଶେଷ କରିଛି। ଏହାସହ ଦୁଇ ଲିଜେଣ୍ଡସ୍ ଡ୍ୱେନ୍ ବ୍ରାଭୋ ଓ କ୍ରିସ୍ ଗେଲଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Advertisment

ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୬.୨ ଓଭରରେ ୨ ୱିକେଟ୍ ହରାଇ ୧୬୧ ରନ୍ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ସର୍ବାଧିକ ୮୯ (୫୬ ବଲ୍, ୯ ଚୌକା, ୪ ଛକା) ଓ ମିଚେଲ୍ ମାର୍ଶ ୫୩ (୩୨ ବଲ୍, ୫ ଚୌକା, ୨ ଛକା) ରନ୍ କରିଛନ୍ତି।

୧୫୭ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ଓପ୍ନର ୱାର୍ଣ୍ଣର ଓ କ୍ୟାପଟେନ୍ ଫିଞ୍ଚ୍ ପ୍ରଥମ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। ଇନଫର୍ମ ଫିଞ୍ଚ୍ ୯ ରନ୍ କରି ଅକିଲ୍ ହୁସେନଙ୍କ ଶିକାର ହୋଇଥିଲେ। ଏହା ପରେ ୱାର୍ଣ୍ଣରଙ୍କୁ ଭରପୂର ସାଥ୍ ଦେଇଥିଲେ ମିଚେଲ୍ ମାର୍ଶ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୨୫ ରନର ଶତକୀୟ ଭାଗିଦାରୀ କରି ଟିମର ବିଜୟ ସୁନିଶ୍ଚିତ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ମାର୍ଶଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଗେଲ୍। ସଫଳତା ପାଇବା ପରେ ଗେଲ୍ ଦୌଡ଼ି ଯାଇ ମାର୍ଶଙ୍କୁ କୁଣ୍ଢାଇ ପକାଇଥିଲେ। ପରବର୍ତ୍ତୀ ଓଭରରେ ୱାର୍ଣ୍ଣର ଚୌକା ମାରି ଅଷ୍ଟ୍ରେଲିଆକୁ ୨୨ ବଲ୍ ବାକି ଥାଇ ଜିତାଇଥିଲେ।

Advertisment

https://twitter.com/T20WorldCup/status/1456977444011872259?s=20

ପୂର୍ବରୁ ଆମନ୍ତ୍ରଣ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲା। ଟିମର ଟପ୍ ଅର୍ଡର ବ୍ୟାଟିଂ ଲାଇନ୍ ଭୁଶୁଡ଼ିବା ପରେ କ୍ୟାପଟେନ୍ କାଇରାନ୍ ପୋଲାର୍ଡ ଓ ଶେଷକ୍ରମରେ ଆନ୍ଦ୍ରେ ରସେଲ୍ ଦ୍ରୁତ ରନ୍ କରି ଦଳକୁ ୧୫୭ ରନରେ ପହଞ୍ଚାଇଥିଲେ। ଗେଲ୍ ମାତ୍ର ୯ ବଲରେ ୨ ଛକା ସହ ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଏଭିନ୍ ଲୁଇସ୍ ୨୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ନିକୋଲାସ୍ ପୁରନ୍ (୪) ଓ ରୋଷ୍ଟନ୍ ଚେଜ୍ (୦) ନିରାଶ କରିଥିଲେ।

ପୋଲାର୍ଡ ୩୧ ବଲର ସହାୟତାରେ ୪୪ (୪ ଚୌକା, ୧ ଛକା), ହେଟମେୟର୍ ୨୭, ରସେଲ୍ ଅପରାଜିତ ୧୮ (୭ ବଲ୍, ୧ ଚୌକା, ୨ ଛକା) ଓ ଡ୍ୱେନ୍ ବ୍ରାଭୋ ୧୦ ରନ୍ କରିଥିଲେ। ଅଷ୍ଟ୍ରେଲିଆର ଜୋଶ୍ ହେଜଲଉଡ୍ ସର୍ବାଧିକ ୪ଟି, ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ICCT20 World Cup 2021