Advertisment

କମେଣ୍ଟ୍ରି କରୁଥିଲେ, ଅସୁସ୍ଥ ହୋଇପଡ଼ିଲେ: ପଣ୍ଟିଂ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ  ରିକି ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରିକି ପଣ୍ଟିଂ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସ୍ଥାନୀୟ ହସପିଟାଲ ନିଆଯାଇଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ପଣ୍ଟିଂଙ୍କ ସହଯୋଗୀମାନେ ଏବେ ତାଙ୍କ ଦେହ ସୁସ୍ଥ […]

ଅଦ୍ୟତନ ହୋଇଛି
ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲଲ୍ସ ହେଡ କୋଚ ରିକୀ ପଣ୍ଟିଂ

ricky

Advertisment

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ  ରିକି ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରିକି ପଣ୍ଟିଂ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସ୍ଥାନୀୟ ହସପିଟାଲ ନିଆଯାଇଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ପଣ୍ଟିଂଙ୍କ ସହଯୋଗୀମାନେ ଏବେ ତାଙ୍କ ଦେହ ସୁସ୍ଥ ଥିବା କହିଛନ୍ତି। ତାଙ୍କୁ ହୃଦଘାତ ହୋଇଥିବା ଆଶଙ୍କା କରାଯାଉଛି।

Advertisment

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଉଭୟ ୱାନଡେ ଏବଂ ଟେଷ୍ଟରେ ରେକର୍ଡ଼ସ୍ତରୀୟ ରନ୍‌ କରିବାରେ ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟରେ ୧୩,୩୭୮ ଏବଂ ୱାନଡେରେ ୧୩,୭୦୪ ରନ୍‌ ହାସଲ କରିବାରେ ସେ ବିଶ୍ୱରେ ଜଣେ ଧୂଆଁଧାର ବ୍ୟାଟସ୍‌ମ୍ୟାନ ଭାବେ ଜଣାଶୁଣା।  ୧୯୯୫ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅରର ସ୍ୱର୍ଣ୍ଣିମ ଅଧ୍ୟାୟ ରହିଛି।

୨୦୧୨ରେ ପଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ୭୭ ଟି ଟେଷ୍ଟ ଖେଳିଛନ୍ତି।  ସେଥିରୁ ଅଷ୍ଟ୍ରେଲିଆ ୪୮ଟି ଜିତିଛି। ବର୍ତ୍ତମାନ ସେ ଆଇପିଏଲ ଲିଗ୍‌ରେ ଦିଲ୍ଲୀ ଟିମ ତରଫରୁ ମୁଖ୍ୟ କୋଚ୍ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe