Advertisment

୯୨ ବର୍ଷରେ ସବୁଠାରୁ କନିଷ୍ଠ: ଭାରତ ବିପକ୍ଷରେ ସାମ କୋନଷ୍ଟାସଙ୍କ ଐତିହାସିକ ରେକର୍ଡ

କୋନଷ୍ଟାସ ୧୯ ବର୍ଷ ଓ ୮୫ ଦିନ ବୟସରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

author-image
Hemant Lenka
Sam Konstas

Sam Konstas

ଅଷ୍ଟ୍ରେଲିଆର ୧୯ ବର୍ଷୀୟ ଓପନର ସାମ କୋନଷ୍ଟାସ ପ୍ରଥମ ଟେଷ୍ଟରେ ହିଁ ସମସ୍ତଙ୍କୁ ପ୍ରଭାବିତ କରି ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବକ୍ସିଂ ଡେ ଟେଷ୍ଟରେ ସେ ଭାରତର ଯଶପ୍ରୀତ ବୁମ୍ରା ଆଣ୍ଡ କୋ ବିପକ୍ଷରେ ଦମଦାର ଇନିଂସ ଖେଳିଛନ୍ତି। କୋନଷ୍ଟାସ ଆରମ୍ଭରୁ ଆଟାକିଂ ଖେଳ ପ୍ରଦର୍ଶନ କରିବା ସହ ବୁମ୍ରାଙ୍କୁ ୨ଟି ଛକା ମଧ୍ୟ ମାରିଛନ୍ତି।

Advertisment

ସେ ୬୫ ବଲରେ ୬୦ ରନ କରିବା ପରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ। ଏହି ଇନିଂସ ପରେ କୋନଷ୍ଟାସ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଷ୍ଟ୍ରେଲିଆର ସର୍ବକନିଷ୍ଠ କ୍ରିକେଟର ଭାବେ ଭାରତ ବିପକ୍ଷ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

କୋନଷ୍ଟାସ ୧୯ ବର୍ଷ ଓ ୮୫ ଦିନ ବୟସରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କ ପୂର୍ବରୁ ଭାରତ ବିପକ୍ଷ ଟେଷ୍ଟ ଡେବ୍ୟୁରେ କେହି ବି ଏମିତି କରି ନଥିଲେ। 

Advertisment

ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ୧୯୩୨ ରେ ଖେଳିଥିଲା। ତେଣୁ ୯୨ ବର୍ଷ ମଧ୍ୟରେ କୋନଷ୍ଟାସ ପ୍ରଥମ ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ବିପକ୍ଷରେ ଡେବ୍ୟୁରେ ଅର୍ଦ୍ଧଶତକ ମାରି ପାରିଛନ୍ତି। ସେହିପରି କୋନଷ୍ଟାସ ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଟେଷ୍ଟରେ ଅର୍ଦ୍ଧଶତକ କରିଛନ୍ତି। ତାଙ୍କ ଉପରେ ଇଆନ କ୍ରେଗ ରହିଛନ୍ତି। ସେ ୧୭ ବର୍ଷ ଓ ୨୪୦ ଦିନରେ ଅଷ୍ଟ୍ରେଲିଆ ପାଇଁ କୌଣସି ଟେଷ୍ଟରେ ୫୦ କିମ୍ବା ତା’ ଠାରୁ ଅଧିକ ରନ କରିଥିଲେ।

ଭାରତ ବିପକ୍ଷରେ ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ କୌଣସି ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ତାଲିକାରେ ପାକିସ୍ତାନର ମୁସ୍ତାକ ମହମ୍ମଦ ଓ ଶାହିଦ ଆଫ୍ରିଦି ରହିଛନ୍ତି। କୋନଷ୍ଟାସଙ୍କ ତୁଳନାରେ ଆଫ୍ରିଦି ଓ ମହମ୍ମଦ ଆହୁରି କମ ବୟସ୍କରେ ଭାରତ ବିପକ୍ଷ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ କୋନଷ୍ଟାସ ଡେବ୍ୟୁ ମ୍ୟାଚ୍‌ରେ ଏପରି ରେକର୍ଡର ଅଧିକାର ହେବା ବେଶ ସ୍ୱତନ୍ତ୍ର।

କୋନଷ୍ଟାସ ଡେବ୍ୟୁ କରିବା ପୂର୍ବରୁ ବୁମ୍ରାଙ୍କୁ କେମିତି ସାମ୍ନା କରିବେ, ତା’ର ସ୍ୱତନ୍ତ୍ର ରଣନୀତି କରି ଆସିଥିଲେ। ସେ ଆରମ୍ଭରୁ ବୁମ୍ରାଙ୍କ ଲେନ୍ଥକୁ ଆକଳନ କରିଥିଲେ। ହେଲେ ୭ମ ଓଭରରେ ବୁମ୍ରାଙ୍କ ଠାରୁ ଗୋଟିଏ ଛକା ଓ ୨ଟି ଚୌକା ବଳରେ ୧୪ ରନ ଆଦାୟ କରିଥିଲେ।

Border-Gavaskar Trophy Boxing Day Test Sam Konstas