Advertisment

ଭାରତ ବିପକ୍ଷ ୪ର୍ଥ ଓ ୫ମ ଟେଷ୍ଟ ପାଇଁ ସ୍କ୍ୱାଡରେ ପରବିର୍ତ୍ତନ କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ପକ୍ଷରୁ ଶେଷ ଦୁଇ ମ୍ୟାଚ୍‌ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ୪ର୍ଥ ତଥା ବକ୍ସିଂ ଡେ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହେବ।

aus

aus

Advertisment

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଓ ୫ମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ତା’ର ସ୍କ୍ୱାଡରେ ବଡ଼ ପରବର୍ତ୍ତନ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ରହିଥିବା ଦୁଇ ଜଣ ଖେଳାଳି ଶେଷ ୨ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଭାରତ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ନାଥନ ମ୍ୟାକସ୍ୱିନୀ ୪ର୍ଥ ଓ ୫ମ ଟେଷ୍ଟରେ ନଜର ଆସିବେ ନାହିଁ। ସେ ଭାରତ ବିପକ୍ଷ ୩ଟି ମ୍ୟାଚ୍‌ ଖେଳିଥିଲେ ହେଁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ତେଣୁ ତାଙ୍କୁ ବଳକା ୨ ମ୍ୟାଚ୍‌ରୁ ବାଦ ଦିଆଯାଇଛି।

Advertisment

ଅଷ୍ଟ୍ରେଲିଆ ପକ୍ଷରୁ ଶେଷ ଦୁଇ ମ୍ୟାଚ୍‌ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ୪ର୍ଥ ତଥା ବକ୍ସିଂ ଡେ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହେବ। ମ୍ୟାକସ୍ୱିନୀଙ୍କ ବଦଳରେ ସ୍କ୍ୱାଡରେ ୧୯ ବର୍ଷୀୟ ସାମ କୋନଷ୍ଟାସଙ୍କୁ ସାମିଲ କରାଯାଇଛି। ସେ ମେଲବର୍ଣ୍ଣ ଟେଷ୍ଟରେ ଉସମାନ ଖୱାଜାଙ୍କ ସହ ଇନିଂସ ଆରମ୍ଭ କରିବେ। 

ସାମଙ୍କ ସହ ସ୍କ୍ୱାଡରେ ସ୍ପିଡଷ୍ଟାର ଝାଇ ରିଚାର୍ଡସନଙ୍କୁ ମଧ୍ୟ ସାମିଲ କରାଯାଇଛି। ସେ ୩ ବର୍ଷ ପରେ ସ୍କ୍ୱାଡକୁ ଫେରିଛନ୍ତି। ସେହିପରି ସେନ ଆବୋଟ୍ଟ ଓ ଅଲରାଉଣ୍ଡର ବି ୱେବଷ୍ଟର ବି ସ୍କ୍ୱାଡରେ ରହିଛନ୍ତି।

Advertisment

ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଶେଷ ଦୁଇ ଦିନରେ ଆହତ ହୋଇଥିବା ଜୋଶ ହାଜେଲଉଡ ମଧ୍ୟ ୪ର୍ଥ ଓ ୫ମ ଟେଷ୍ଟର ସ୍କ୍ୱାଡରେ ନାହାନ୍ତି। ଆହତ କାରଣରୁ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ ପଡ଼ିଛନ୍ତି।

ଅଷ୍ଟ୍ରେଲିଆ ସ୍କ୍ୱାଡ: ପାଟ କମିନ୍ସ(ଅଧିନାୟକ), ଟ୍ରାଭିସ ହେଡ(ଉପ ଅଧିନାୟକ), ଷ୍ଟିଭ ସ୍ମିଥ, ସେନ ଆବୋଟ୍ଟ, ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, ଜୋଶ ଇଙ୍ଗଲିସ, ଉସମାନ ଖୱାଜା, ସାମ କୋନଷ୍ଟାସ, ମାର୍ନସ ଲାବୁଶେନ, ନାଥନ ଲାୟନ, ମିଚେଲ ମାର୍ଶ, ଝାଇ ରିଚାର୍ଡସନ, ମିଚେଲ ଷ୍ଟାର୍କ ଓ ବି ୱେବଷ୍ଟର।

Australia India Vs Australia Border Gavaskat Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe