୩୮୯ ରନର ଟାର୍ଗେଟ ଦେଇଥିଲେ ଅଷ୍ଟ୍ରେଲିଆ, ୫ ରନ ପଛରେ ରହିଗଲା ନ୍ୟୁଜିଲ୍ୟାଣ୍ତ

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ ହେଡଙ୍କ ୧୦୯ ଓ ଡାଭିଡ ୱାର୍ଣ୍ଣରଙ୍କ ୮୧ ରନ ବଳରେ ସମସ୍ତ ୱିକେଟ ହରାଇ ୩୮୮ ରନ କରିଥିଲା।

Ranchin

ବାମରରୁ ଶତକ ହାସଲକାରୀ ରଚିନ ଓ ଅଷ୍ଟ୍ରେଲିଆ ଟିମ

Hemant Lenka
  • Published: Saturday, 28 October 2023
  • Updated: 28 October 2023, 06:38 PM IST

ଇତିହାସ ରଚିବା ଠାରୁ ୫ ରନ ଦୂରରେ ରହି ଯାଇଛି ନ୍ୟୁଜିଲ୍ୟାଣ୍ଡ। ବିଶ୍ୱକପ ଇତିହାସରେ ସବୁଠାରୁ ବଡ଼ ଟାର୍ଗେଟ ଅର୍ଥାତ ୩୮୯ ରନର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ପ୍ରଥମେ ରଚିନ ରବୀନ୍ଦ୍ର ଓ ଶେଷ ଭାଗରେ ଜିମ୍ମି ନୀଶମ ଲଢ଼େଇ କରିଥିଲେ। ହେଲେ ଦଳ ବିଜୟ ଠାରୁ ୫ ରନ ଦୂରରେ ରହି ଯାଇଛି। 

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ ହେଡଙ୍କ ୧୦୯ ଓ ଡାଭିଡ ୱାର୍ଣ୍ଣରଙ୍କ ୮୧ ରନ ବଳରେ ସମସ୍ତ ୱିକେଟ ହରାଇ ୩୮୮ ରନ କରିଥିଲା। ଏହାର ଜବାବରେ ରବୀନ୍ଦ୍ରଙ୍କ ୧୧୬ ଓ ନୀଶମଙ୍କୁ ୫୮ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ ହରାଇ ୩୮୩ ରନ କରିବାକୁ ସକ୍ଷମ ହୋଇଛି। ବିସ୍ଫୋରକ ୧୦୯ ରନ ଇନିଂସ ଖେଳିଥିବା ହେଡଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।  

ଧର୍ମଶାଳାରେ ୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ଡେଭନ କନୱେ ଓ ୱିଲ ୟଙ୍ଗ ବିସ୍ଫୋରକ ଆରମ୍ଭ କରିଥିଲେ। ୭ ଓଭର ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୬୧ ରନରେ ମଧ୍ୟ ପହଞ୍ଚାଇ ଦେଇଥିଲେ। କିନ୍ତୁ ୧୭ ବଲରେ ୨୮ ରନ କରିଥିବା କନୱେଙ୍କୁ ଜୋଶ ହେଜେଲଉଡ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ।

Also Read

ସେହିପରି ଆଉ ୧୧ ରନ ପରେ ୱିଲ ୟଙ୍କ(୩୭) ହେଜେଲଉଡଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହି ସମୟରେ ଦୁଇ ଇନଫର୍ମ ବ୍ୟାଟର ରବୀନ୍ଦ୍ର ଓ ମିଚେଲ ସ୍ଥିତି ସମ୍ଭାଳିଥିଲା। ଭାରତ ବିପକ୍ଷରେ ଶତକ ହାସଲ କରିଥିବା ମିଚେଲ ବଡ଼ବଡ଼ ଶଟ ଖେଳିଥିଲେ।

ସେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ମିଚେଲ ଆଜି ୫୧ ବଲରେ ୫୪ ରନ କରିଥିବା ବେଳେ ତାଙ୍କୁ ଆଡାମ ଜାମ୍ପା ଆଉଟ କରି ଦେଇଥିଲେ।

ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୬୮ ଥିଲା। ଏତିକି ବେଳେ ରବୀନ୍ଦ୍ରଙ୍କ ସାଥ ଦେବାକୁ ଟମ ଲାଥମ ଆସିଥିଲେ। ହେଲେ ଲାଥମ ବେଶୀ କିଛି କରି ପାରି ନଥିଲେ। ତାଙ୍କୁ ୨୧ ରନରେ ଆଉଟ କରି ଜାମ୍ପା ୨୨୨ ରନରେ କ୍ୱିୱି ଟିମକୁ ୪ର୍ଥ ଝଟକା ଦେଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ରବୀନ୍ଦ୍ର କିନ୍ତୁ ନିଜର ଜଲୱା ଦେଖା ଚାଲିଥିଲେ। ପ୍ରଥମେ ସେ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହାପରେ ଗିୟର ବଦଳାଇ ଅଷ୍ଟ୍ରେଲୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ। ତାଙ୍କୁ ଗ୍ଲେନ ଫିଲିପ୍ସ କିଛି ସମୟ ସାଥ ଦେଇଥିଲେ। ହେଲେ ଫିଲିପ୍ସ ୧୨ ରନ କରି ଆଉଟ ହେବା ପରେ ସବୁ ଚାପ ରୀବନ୍ଦ୍ରଙ୍କ କାନ୍ଧ ଉପରେ ପଡ଼ିଥିଲା। ସେ ମଧ୍ୟ ବେଶ କିଛି ସମୟ ଲଢ଼େଇ କରିଥିଲେ।

ଦଳୀୟ ସ୍କୋର ୨୯୩ ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ରବୀନ୍ଦ୍ର ବାଉଣ୍ଡରୀ ପାଖରେ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ପାଟ କମିନ୍ସଙ୍କ ଖାତାକୁ ଯାଇଛି। ଆଜି ରବୀନ୍ଦ୍ର ୮୯ ବଲରେ ୧୧୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୫ଟି ଛକା ଓ ୯ଟି ଚୌକା ରହିଛି।

ରବୀନ୍ଦ୍ର ଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଆଶା ଏକ ପ୍ରକାରର ମଉଳି ଯାଇଥିଲା। ତଥାପି ଜିମ୍ମି ନୀଶମ ଓ ମିଚେଲ ସାଣ୍ଟନର ବେଶ କିଛି ସମୟ ଲଢ଼େଇ କରିଥିଲେ। ଲାଗୁଥିଲା ଏମାନେ ଦଳକୁ ବିଜୟ ନିକଟତର କରାଇବେ। କିନ୍ତୁ ଦଳୀୟ ସ୍କୋର ୩୨୦ ଥିବା ବେଳେ ସାଣ୍ଟନର (୧୭) ଜାମ୍ପାଙ୍କ ବଲରେ ଆଉଟ ହୋଇ ଯାଇଥିଲେ।

ଏହାପରେ ନୀଶମ କାଉଣ୍ଟର ଆଟାକ କରି ୪୬ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୩୪୧ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ନୀଶମ ୩୬ ଓ ହେନରୀ ୫ ରନ କରିଥିଲେ।

୪୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ନିଜେ ଅଧିନାୟକ କମିନ୍ସ। ସେ ଏହି ଓଭର୍‌ରେ ହେନରୀ(୯)ଙ୍କ ୱିକେଟ ଦଖଲ କରିବା ସହ ମାତ୍ର ୬ ରନ ଦେଇଥିଲେ। ଶେଷ ୧୮ ବଲରେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୪୩ ରନ ଦରକାର ଥିଲା। ୪୮ତମ ଓଭର ବୋଲିଂ କରୁଥିବା ମିଚେଲ ଷ୍ଟାର୍କ ୧୧ ରନ ଦେଇଥିଲେ। 

ତେଣୁ ୧୨ ବଲରେ ନ୍ୟୁଜିଲ୍ୟାଣ୍ଡକୁ ୩୨ ରନର ଆବଶ୍ୟକ ରହିଥିଲେ। ୪୯ତମ ଓଭରର ପ୍ରଥମ ବଲରେ ଟ୍ରେଣ୍ଟ ବୋଲ୍ଟ ଲଗଅନ ଅଞ୍ଚଳରେ ହେଜେଲଉଡଙ୍କୁ ଛକା ମାରିଥିଲେ। ଦ୍ୱିତୀୟ ବଲରେ ସେ ୧ ରନ ନେଇ ନୀଶମଙ୍କୁ ଷ୍ଟ୍ରାଇକ ଦେଇଥିଲେ। ତୃତୀୟ ବଲରେ ନୀଶମ ୨ ରନ ନେଇଥିଲେ। ୪ର୍ଥ ବଲରେ ଚୌକା ମିଳିଥିଲା। ହେଲେ ପରବର୍ତ୍ତୀ ଦୁଇଟି ବଲରେ ହେଜେଲଉଡ କୌଣସି ରନ ଦେଇ ନଥିଲେ। 

ଶେଷ ୬ ବଲରେ ନ୍ୟୁଜିଲ୍ୟାଣ୍ଡକୁ ଦରକାର ଥିଲା ୧୯ ରନ। ବୋଲ୍ଟଙ୍କୁ ବୋଲିଂ କରିବାକୁ ଆସିଥିଲେ ଷ୍ଟାର୍କ। ପ୍ରଥମ ବଲରେ ସେ ୧ ରନ ନେଇଥିଲେ। ପରବର୍ତ୍ତୀ ବଲ ୱାଇଡ ସହ ଚୌକା ହୋଇଯାଇଥିଲା। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ୫ ରନ ମିଳିଥିଲା।

ଓଭର୍‌ର ୨ ଲିଗାଲ ବଲରେ ୨ ରନ ମିଳିଥିଲା। ତୃତୀୟ ବଲରେ ମଧ୍ୟ ନୀଶମ ୨ ରନ ହାସଲ କରିଥିଲେ। ୩ ବଲରୁ ଆଉ ୯ ରନ ବାକି ରହିଥିଲା। ୪ର୍ଥ ବଲରେ ପୁଣି ୨ ରନ ହୋଇଥିଲା। ୫ମ ବଲରେ ସେ ୨ ରନ ନେବା ଲୋଭରେ ରନ ଆଉଟ ହୋଇଯାଇଥିଲେ। ନୀଶମ ୫୮ ରନରେ ଆଉଟ ହେବା ସହ ନ୍ୟୁଜିଲ୍ୟାଣ୍ଡର ପରାଜୟ ନିଶ୍ଚିତ ହୋଇ ଯାଇଥିଲେ। ଷ୍ଟାର୍କ ଶେଷ ଲିଗାଲ ବଲରେ କୌଣସି ରନ ନ ଦେବାରୁ ଅଷ୍ଟ୍ରେଲିଆ ୫ ରନରେ ମ୍ୟାଚ୍‌କୁ ଜିତି ନେଇଥିଲା। ନ୍ୟୁଜିଲ୍ୟାଣ୍ତ ଶେଷ ଯାଏ ଲଢ଼େଇ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୩ କରିବାକୁ ସକ୍ଷମ ହୋଇଛି। 

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ଓ କମିନ୍ସଙ୍କୁ ୨ଟି ଲେଖାଏ ସଫଳତା ମିଳିଛି। ସେହିପରି ମ୍ୟାକ୍ସୱେଲ ଗୋଟିଏ ୱିକେଟ ନେଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story