Advertisment

ମହିଳା ଟି୨୦ ବିଶ୍ୱକପ୍: ଷଷ୍ଠ ଥର ପାଇଁ ଚାମ୍ପିଅନ୍‌ ହେଲା ଅଷ୍ଟ୍ରେଲିଆ

ଆଜି ଫାଇନାଲ୍‌ରେ ଦକ୍ଷିଣଆଫ୍ରିକାକୁ ୧୯ ରନ୍‌ରେ ହରାଇ କଙ୍ଗାରୁ ଟିମ୍ ଚାମ୍ପିଅନ୍‌ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Australia team

Australia team

କେପ୍‌ଟାଉନ୍‌: ପୁଣି ଥରେ ମହିଳା ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଛି ଅଷ୍ଟ୍ରେଲିଆ। ଆଜି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୯ ରନ୍‌ରେ ହରାଇ କଙ୍ଗାରୁ ଟିମ୍ ଚାମ୍ପିଅନ୍‌ ହୋଇଛି। ଟି-୨୦ ଫର୍ମାଟରେ ଷଷ୍ଠ ଥର ପାଇଁ ଚାମ୍ପିଅନ୍‌ ହୋଇଛି ଅଷ୍ଟ୍ରେଲିଆ ଦଳ। ଅଷ୍ଟ୍ରେଲିଆ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୫୬ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ଦଳ ଏହାକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୭ ରନ୍‌ କରିପାରିଥିଲା।

Advertisment

ଫଳରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ କେପଟାଉନ୍‌ ନ୍ୟୁଲାଣ୍ଡ ଷ୍ଟାଡିୟମରେ କଙ୍ଗାରୁ ଦଳ ୧୯ ରନ୍‌ରେ ପରାସ୍ତ କରିଛି।

ଦକ୍ଷିଣ ଆଫ୍ରିକା ପାଇଁ ପ୍ରାରମ୍ଭିକ ବ୍ୟାଟର ଲୌରା ଉଲ୍‌ଭର୍ଟ ସର୍ବାଧିକ ୬୧ ରନ୍‌ ସଂଗ୍ରହ କରିଥିଲେ। ସେ ୪୮ଟି ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି କ୍ଲୋଏ ଟ୍ରାୟନ ୨୩ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୫ ରନ୍‌ କରିଥିଲେ। ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

Advertisment
Australia teamବିଜୟୀ ଅଷ୍ଟ୍ରେଲିଆ ଟିମ୍

ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍‌ ମୁନି ଅପରାଜିତ ରହି ୭୪ ରନ୍‌ ସଂଗ୍ରହ କରିଥିଲେ। ସେ ୫୩ଟି ବଲ୍‌ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଆଲିସା ହେଲେ ୧୮ ରନ୍‌, ଆସ୍‌ଲେ ଗାର୍ଡନର ୨୯ ରନ୍‌ କରିଥିଲେ। ଅନ୍ୟମାନଙ୍କ ପ୍ରଭାବି ବ୍ୟାଟିଂ ଦେଖିବାକୁ ମିଳି ନ ଥିଲା।

Cricket T20 World Cup