Advertisment

ଆରମ୍ଭ ହେଲା ଟି-୨୦ ବିଶ୍ୱକପର ସୁପର ୧୨ ଲଢ଼େଇ, ପ୍ରଥମେ ବୋଲିଂ କରିବ ଅଷ୍ଟ୍ରେଲିଆ

ଦୁବାଇ: ଚଳିତ ଟି-୨୦ ବିଶ୍ୱକପର ମୁଖ୍ୟ ପର୍ଯ୍ୟାୟ ଅର୍ଥାତ ସୁପର-୧୨ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି। ସୁପର ୧୨ର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସୁପର ୧୨ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୁଇଟି ଲେଖାଏ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ। […]

ଅଦ୍ୟତନ ହୋଇଛି
ଆରମ୍ଭ ହେଲା ଟି-୨୦ ବିଶ୍ୱକପର ସୁପର ୧୨ ଲଢ଼େଇ, ପ୍ରଥମେ ବୋଲିଂ କରିବ ଅଷ୍ଟ୍ରେଲିଆ

ICC

Advertisment

ଦୁବାଇ: ଚଳିତ ଟି-୨୦ ବିଶ୍ୱକପର ମୁଖ୍ୟ ପର୍ଯ୍ୟାୟ ଅର୍ଥାତ ସୁପର-୧୨ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି। ସୁପର ୧୨ର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ।

Advertisment

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସୁପର ୧୨ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୁଇଟି ଲେଖାଏ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ। ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ ଠାରୁ ଜିତିଥିବା ବେଳେ ଭାରତ ଠାରୁ ପରାସ୍ତ ହୋଇଥିଲା। ସେହିପରି ଦକ୍ଷିଣ ଆଫ୍ରିକା ଅଭ୍ୟାସ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ଜିତିଛି। ତେଣୁ ଆଜିର ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ତେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପ ଖେଳୁଛି। ସେ ମଧ୍ୟ ସାମାନ୍ୟ ନର୍ଭସ ଥିବା ଟସ୍‌ ପଡ଼ିବା ବେଳେ କହିଛନ୍ତି।

ଅଷ୍ଟ୍ରେଲିଆ:ଆରୋନ ଫିଞ୍ଚ, ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱାଡେ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ଓ ଜୋଶ ହେଜେଲଉଡ।

Advertisment

ଦକ୍ଷିଣ ଆଫ୍ରିକା: ତେମ୍ବା ବାଭୁମା(ଅଧିନାୟକ), କ୍ୱିଣ୍ଟନ ଡି’ କକ, ଆଦେନ ମାର୍କମ, ରସେଇ ଭାନ ଦେର ଦୁସେନ, ଡାଭିଡ ମିଲର, ହେନରିଜ୍‌ କ୍ଲାସନ, ଡି ପ୍ରେଟୋରିୟସ, କାଗିସୋ ରାବଡା, କେଶବ ମହାରାଜ, ଅନରିଚ ନୋର୍ଜେ ଓ ଶାମସି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe