Advertisment

ଟାର୍ଗେଟ ୩୧୨, ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ

୩୧୨ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଅଦ୍ୟତନ ହୋଇଛି
AUS

AUS

Advertisment

ଭାରତ ଠାରୁ ପ୍ରଥମ ମ୍ୟାଚ୍‌ ହାରିଥିବା ୫ଥରର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଆଜି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଂଘର୍ଷ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୧୧ ରନ କରିଥିଲା। 

Advertisment

୩୧୨ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ବିପକ୍ଷରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ମିଚେଲ ମାର୍ଶ ଆଜି କେବଳ ୭ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପରେ ଡାଭିଡ ୱାର୍ଣ୍ଣର ୧୩ ରନ କରି ଲୁଙ୍ଗି ଏନଗିଡିଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି।

୨୭ ରନରେ ଦୁଇଟି ୱିକେଟ ହରାଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ଉପରେ ଭରସା କରିଥିଲା। କିନ୍ତୁ ସେ ମଧ୍ୟ ନିରାଶ କରିଛନ୍ତି। ସେ ୧୯ କରି କାଗିସୋ ରବାଡାଙ୍କ ବଲରେ ଆଉଟ ହୋଇଯାଇଛନ୍ତି।

Advertisment

ଆଲେକ୍ସ କେରୀଙ୍କ ବଦଳରେ ଆଜି ସୁଯୋଗ ପାଇଥିବା ଜୋଶ ଇଙ୍ଗଲିସ ଚୌକା ମାରିଥିଲେ ହେଁ ୫ ରନ କରି ରବାଡାଙ୍କ ବଲରେ କ୍ଲିନବୋଲ୍ଡ ହୋଇ ଯାଇଛନ୍ତି।

ଅଷ୍ଟ୍ରେଲିଆ ଏହାପରେ ମାର୍ନସ ଲାବୁଶେନ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଭରସା କରିଥିଲା। କିନ୍ତୁ ମ୍ୟାକ୍ସୱେଲ ମଧ୍ୟ ୩ ରନ କରି କେଶବ ମହାରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି। ଲାବୁଶେନ ୮ କରି ଏକାକୀ କ୍ରିଜ୍‌ରେ ସଂଘର୍ଷ କରିବାରେ ଲାଗିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୧୬.୧ ଓଭର୍‌ରେ ୫ ୱିକେଟ ହରାଇ ୬୫ ରନ କରିଛି।

ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe