Advertisment

ଗାବାରେ ବର୍ଷା ଯୋଗୁ ବାରମ୍ବାର ଅଟକିଲା ଖେଳ: ବ୍ୟାକଫୁଟରେ ଭାରତୀୟ ଟିମ

ତୃତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫୧ ରନରେ ୪ ୱିକେଟ ହରାଇ ମ୍ୟାଚ୍‌ ବଞ୍ଚାଇବାକୁ ସଂଘର୍ଷ କରୁଛି। କେଏଲ ରାହୁଲ ୩୩ ରନ କରିଥିବା ବେଳେ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି।

author-image
Hemant Lenka
Pant

Pant

ବ୍ରିସବେନର ଗାବାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତ ପୁଣି ସଙ୍କଟରେ ପଡ଼ିଛି। ତୃତୀୟ ଦିନରେ ବର୍ଷା ଯୋଗୁ ଖେଳ ୫ଥର ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଛାଡ଼ିବା ପରେ ଖରାପ ଆଲୁଅ ଯୋଗୁ ଖେଳକୁ ଶୀଘ୍ର ବନ୍ଦ କରିବାକୁ ପଡ଼ିଥିଲା।

Advertisment

ତଥାପି ଭାରତ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ତୃତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫୧ ରନରେ ୪ ୱିକେଟ ହରାଇ ମ୍ୟାଚ୍‌ ବଞ୍ଚାଇବାକୁ ସଂଘର୍ଷ କରୁଛି। କେଏଲ ରାହୁଲ ୩୩ ରନ କରିଥିବା ବେଳେ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି।

ଏବେ ବି ଭାରତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୩୯୭ ରନ ପଛରେ ରହିଛି। ସେହିପରି ଫଲୋଅନ(୨୪୬ ରନ) ଏଡ଼ାଇବା ପାଇଁ ମଧ୍ୟ ଭାରତକୁ ୪ର୍ଥ ଦିନରେ ଅନେକ କିଛି କରିବାକୁ ପଡ଼ିବ।

Advertisment

ପିଙ୍କ ବଲ ଟେଷ୍ଟ ଭଳି ଗାବାରେ ମଧ୍ୟ ଭାରତୀୟ ବ୍ୟାଟର ସମସ୍ତଙ୍କୁ ନିରାଶ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ କରିଥିଲା। ଆଜି ଦଳ ୪୪୫ ରନ କରି ଅଲଆଉଟ ହେବା ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ହେଲେ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଭାରତ ଯୁବ ତାରକା ଯଶସ୍ୱୀ ଜୈସୱାଲ(୪)ଙ୍କୁ ହରାଇଥିଲା।

ତୃତୀୟ ଓଭରରେ ଶୁବମନ ଗିଲ ୧ ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ବନିଥିଲେ। ବିରାଟ କୋହଲି ପୁଣି ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ମାତ୍ର ୩ ରନ କରି ଜୋଶ ହାଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ।

୪ର୍ଥ ୱିକେଟ ପାଇଁ ଋଷଭ ପନ୍ତ ଓ କେଏଲ ରାହୁଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିବା ସହ ୩୦ ରନ ଯୋଡ଼ିଥିଲେ। କିନ୍ତୁ ବର୍ଷା ଯୋଗୁ ଖେଳକୁ ୨ଥର ବନ୍ଦ କରିବାକୁ ପଡ଼ିଥିଲା। ବର୍ଷା ଛାଡ଼ିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲେ ହେଁ ଭାରତର ସ୍କୋର ୪୪ ଥିବା ବେଳେ ପନ୍ତ ୯ ରନ କରି ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କ ଖାତାକୁ ଯାଇଛି। 

ରାହୁଲ ଏହା ପରେ ଗୋଟିଏ ଚୌକା ମାରିଥିଲେ ହେଁ ପୁଣି ବର୍ଷା ଆରମ୍ଭ ହୋଇଥିଲା। ମ୍ୟାଚ୍‌କୁ ବେଶ କିଛି ଘଣ୍ଟା ବନ୍ଦ କରିବାକୁ ପଡ଼ିଥିଲା। ବର୍ଷା ଛାଡ଼ିବା ପରେ ପୁଣି ୨ ଓଭର ଖେଳ ହୋଇଥିଲା। କିନ୍ତୁ ଖରାପ ଆଲୁଆ ପାଇଁ ଅମ୍ପାୟାର ଷ୍ଟମ୍ପସ ଅପସାରଣ କରିବାକୁ ବାଧ୍ୟ ହୋଇଥିଲେ।

ଭାରତ ଆଜି ମାତ୍ର ୧୭ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ ୫୧ ରନ କରିପାରିଛି। ସେହିପରି ବର୍ଷା ଯୋଗୁ ଆଜି ତୃତୀୟ ଦିନରେ କେବଳେ ୩୩.୧ ଓଭର ଖେଳ ଦେଖିବାକୁ ମିଳିଛି। ଭାରତ ୧୭ ଓଭର ବ୍ୟାଟିଂ କରିଥିବା ବେଳେ ଅଷ୍ଟ୍ରେଲିଆ ୧୬.୧ ଓଭର ବ୍ୟାଟିଂ କରିଛି। ଏହି ୧୬.୧ ଓଭରରେ ଅଷ୍ଟ୍ରେଲିଆ ଆଲେକ୍ସ କେରୀଙ୍କ ୭୦ ରନ ବଳରେ ତା’ର ପ୍ରଥମ ଇନିଂସରେ ବିଶାଳ ୪୪୫ ରନ କରିବାକୁ ସକ୍ଷମ ହୋଇଛି। 

ଭାରତ ପକ୍ଷରୁ ଗତକାଲି ୫ ୱିକେଟ ନେଇଥିବା ଯଶପ୍ରୀତ ବୁମ୍ରା ଆଜି ଆଉ ଗୋଟିଏ ସଫଳତା ପାଇଛନ୍ତି। ସେହିପରି ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କୁ ମଧ୍ୟ ଆଜି ଗୋଟିଏ ଲେଖାଏ ୱିକେଟ ମିଳିଥିଲା। 

India Vs Australia Border-Gavaskar Trophy Test Cricket Test Match