WTC ଫାଇନାଲ: ହେଡ୍‌ ଓ ସ୍ମିଥଙ୍କୁ ରୋକିବାରେ ଭାରତୀୟ ବୋଲର ବିଫଳ, ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ

ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ୩ଟି ୱିକେଟ ହରାଇ ୩୨୭ ରନ୍ କରିଛି ଅଷ୍ଟ୍ରେଲିଆ।

Head and Smith PhotoTwitter

ଟ୍ରାଭିସ ହେଡ୍ ଓ ଷ୍ଟିଭ ସ୍ମିଥ

Jitendra Garnayak
  • Published: Thursday, 08 June 2023
  • Updated: 08 June 2023, 09:34 AM IST

Sports

Latest News

ଇଂଲଣ୍ଡର ଓଭାଲରେ ଗତକାଲିଠାରୁ ଆରମ୍ଭ ହୋଇଥିବା ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC)  ଫାଇନାଲର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଛି। ଦଳ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ୩ଟି ୱିକେଟ ହରାଇ ୩୨୭ ରନ୍ କରିଛି। ଟ୍ରାଭିସ ହେଡ୍ ଶତକ କରିଥିବା ବେଳେ ଷ୍ଟିଭେନ ସ୍ମିଥ୍ ଶତକ ଠାରୁ ଆଉ ମାତ୍ର ୫ ରନ୍ ଦୂରରେ ଅଛନ୍ତି।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ୩.୪ ଓଭରରେ ଲାଗିଥିଲା ଝଟକା। ଦଳ ହରାଇଥିଲା ପ୍ରଥମ ୱିକେଟ। ଆଉଟ୍ ହୋଇଥିଲେ ଉସମାନ ଖ୍ୱାଜା। ୧୦ଟି ବଲର ସମ୍ମୁଖୀନ ହୋଇଥିଲେ ହେଁ ସେ ଖାତା ଖୋଲିପାରି ନଥିଲେ। ମହମ୍ମଦ ସିରାଜଙ୍କ ବଲରେ ୱିକେଟ କିପର ଶ୍ରୀକର ଭରତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ କ୍ରିଜକୁ ଆସିଥିଲେ ମାର୍ନସ ଲାବୁଶେନ୍‌।

ଓପନର ଡାଭିଡ ୱାର୍ଣ୍ଣର ଓ ମାର୍ନସ ଲାବୁଶେନ୍ ଇନିଂସକୁ ଆଗକୁ ନେଇଥିଲେ। ସେମାନଙ୍କ ମଧ୍ୟରେ ୬୮ ରନ୍‌ର (୧୦୮ ବଲ୍‌) ପାର୍ଟନରଶିପ ହୋଇଥିବା ବେଳେ ଆଉଟ ହୋଇଯାଇଥିଲେ ଡାଭିଡ ୱାର୍ଣ୍ଣର। ସେ ୬୦ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୪୩ ରନ୍ କରିଥିଲେ। ସେ ଶର୍ଦ୍ଦୁଳ ଠାକୁରଙ୍କ ବଲରେ ୱିକେଟ୍ କିପର ଶ୍ରୀକର ଭାରତଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ। ଭରତ ଡାଇଭ ମାରି ଏହି କ୍ୟାଚ୍ ଧରିଥିଲେ।

ୱାର୍ଣ୍ଣର ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ ଷ୍ଟିଭ ସ୍ମିଥ। ସେତେବେଳକୁ ଦଳର ସ୍କୋର ୭୧ ରନ୍‌ରେ ପହଞ୍ଚିଥିଲା। ତେବେ ଦଳୀୟ ସ୍କୋର ୭୬ ରନ୍‌ରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା ଲାଗିଥିଲା। ଲାବୁଶେନ ୨୬ ରନ୍‌ କରି ଆଉଟ ହୋଇଯାଇଥିଲେ। ୬୨ଟି ବଲ୍‌ରୁ ୩ଟି ଚୌକା ସହାୟତାରେ ୨୬ ରନ୍ କରିଥିବା ଲାବୁଶେନଙ୍କୁ ବୋଲ୍ଡ କରି ଦେଇଥିଲେ ମହମ୍ମଦ ଶାମି।

Also Read

ତା’ପରେ କ୍ରିଜ୍‌କୁ ଆସିଥିଲେ ଟ୍ରାଭିସ ହେଡ୍। ଆଉ ସେ ଆସିବା ପରେ ବଦଳି ଯାଇଥିଲା ଖେଳର ମୋଡ଼। ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ ହେଡ୍‌। ତାଙ୍କୁ ରୋକିବାରେ ବିଫଳ ହୋଇଥିଲେ ଭାରତର ସମସ୍ତ ୫ ବୋଲର। ସେହିପରି ରକ୍ଷଣାତ୍ମକ ଢଙ୍ଗରେ ଖେଳୁଥିବା ସ୍ମିଥଙ୍କୁ ମଧ୍ୟ ଆଉଟ କରିପାରି ନଥିଲେ ଭାରତୀୟ ବୋଲର। ଫଳରେ ଦୁହଁଙ୍କ ଯୋଡ଼ି କ୍ରିଜ୍‌ରେ ବେଶ୍ ଭଲ ଜମି ଯାଇଥିଲା। ଦୁହିଁଙ୍କ ମଧ୍ୟରେ ଦ୍ୱିଶତକୀୟ ଭାଗିଦାରୀ ହୋଇଛି। ସେମାନେ ୩୭୦ଟି ବଲରୁ ୨୫୧ ରନ୍ ସଂଗ୍ରହ କରିଛନ୍ତି ଓ ଅପରାଜିତ ଅଛନ୍ତି।

ହେଡ୍‌ ୧୫୬ଟି ବଲ୍‌ରୁ ୨୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୪୬ ରନ୍ କରି ଅପରାଜିତ ରହିଥିବା ବେଳେ ସ୍ମିଥ ୨୨୭ଟି ବଲରୁ ୧୪ଟି ଚୌକା ସହାୟତାରେ ୯୫ ରନ୍ କରି ଅପରାଜିତ ଅଛନ୍ତି। ଏହି ଦୁଇ ବ୍ୟାଟର ଆଜି ପୁଣି ଦଳର ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇବେ। ତେଣୁ ଟିମ୍ ଇଣ୍ଡିଆ ଆଗରେ ଅଷ୍ଟ୍ରେଲିଆ ଏକ ବଡ଼ ସ୍କୋର ଛିଡ଼ା କରିବ ବୋଲି ଆକଳନ କରାଯାଉଛି।

ଭାରତ ପକ୍ଷରୁ ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଶର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ୱେକଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story