Advertisment

ଅଷ୍ଟ୍ରେଲିଆର ଟି-୨୦ ସ୍କ୍ୱାଡ: ଫେରିଲେ ଷ୍ଟାର୍କ, କମିନ୍ସ ଓ ହେଜେଲଉଡ

୨୦୨୨ ଟି-୨୦ ବିଶ୍ୱକପ ପରଠାରୁ କମିନ୍ସ, ହେଜେଲଉଡ ଓ ଷ୍ଟାର୍କ ଆଉ ଏହି ଫର୍ମାଟରେ ନଜର ଆସି ନଥିଲେ।

AUS

AUS

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଶକ୍ତିଶାଳୀ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଦଳର ୩ ପ୍ରମୁଖ ଦ୍ରୁତ ବୋଲର ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ପ୍ରାୟ ଗୋଟିଏ ବର୍ଷର ବ୍ୟବଧାନ ପରେ ଦଳକୁ କମବ୍ୟାକ କରିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ ଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ବରିଷ୍ଠ ଖେଳାଳିମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସାମିଲ କରିଛି।

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ପରେ ହେଜେଲଉଡ କହିଥିଲେ ଯେ ଅଷ୍ଟ୍ରେଲିଆ ଟି-୨୦ ସିରିଜ ପାଇଁ ତା’ର ପ୍ରମୁଖ ଖେଳାଳିଙ୍କ ନାଁ ଘୋଷଣା କରିବ। ଏବେ ସତକୁ ସତ କ୍ରିକେଟ ଅଷ୍ଟ୍ରେଲିଆ ପୂରା ଶକ୍ତିଶାଳୀ ସ୍କ୍ୱାଡ ଘୋଷଣା କରିଛି।

୨୦୨୨ ଟି-୨୦ ବିଶ୍ୱକପ ପରଠାରୁ କମିନ୍ସ, ହେଜେଲଉଡ ଓ ଷ୍ଟାର୍କ ଆଉ ଏହି ଫର୍ମାଟରେ ନଜର ଆସି ନଥିଲେ। ବର୍ଷକରୁ ଅଧିକ ସମୟ ପରେ ଏହି ୩ ଦ୍ରୁତ ବୋଲର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ନଜର ଆସିବେ।

Advertisment

କମିନ୍ସ ସ୍କ୍ୱାଡରେ ଥିଲେ ମଧ୍ୟ ମିଚେଲ ମାର୍ଶ ଟି-୨୦ରେ ଅଷ୍ଟ୍ରେଲିଆ ଟିମର କମାଣ ସମ୍ଭାଳିବେ। ନିକଟରେ ଟେଷ୍ଟ ଓ ଦିନିକିଆରୁ ଅବସର ନେଇଥିବା ଡାଭିଡ ୱାର୍ଣ୍ଣର ମଧ୍ୟ ଟି-୨୦ ସ୍କ୍ୱାଡରେ ରହିଛନ୍ତି।

ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସମାନ ଫର୍ମାଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚୟନ କମିଟି ଅଧ୍ୟକ୍ଷ ଜର୍ଜ ବେଲୀ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛନ୍ତି।

ଦୁଇ ଦେଶ ମଧ୍ୟରେ ଫେବୃଆରୀ ୨୧ ରୁ ୨୫ ଯାଏ ଟି-୨୦ ସିରିଜ ଖେଳାଯିବ। ୱେଲିଙ୍ଗଟନ ଓ ଅକଲ୍ୟାଣ୍ଡରେ ମ୍ୟାଚ୍‌ ଗୁଡ଼ିକ ଅନୁଷ୍ଠିତ ହେବ।

ଅଷ୍ଟ୍ରେଲିଆ ସ୍କ୍ୱାଡ : ମିଚେଲ ମାର୍ଶ (ଅଧିନାୟକ), ପ୍ୟାଟ କମିନ୍ସ, ଟିମ ଡାଭିଡ, ନାଥନ ଏଲିସ, ଜୋଶ ହେଜେଲଉଡ, ଟ୍ରାଭିସ ହେଡ, ଜୋଶ ଇଂଲିସ, ଗ୍ଲେନ ମ୍ୟାକ୍ସୱେଲ, ମ୍ୟାଟ ଶର୍ଟ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡାଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା।

T20 Match T20 World Cup T20 Cricket Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe