Advertisment

ଏ କେମିତିକା ସମ୍ମାନ...? ବିଶ୍ୱକପ ଟ୍ରଫି ଉପରେ ଗୋଡ ଥୋଇ ଫଟୋ ଉଠାଇଲେ ମିଚେଲ ମାର୍ଶ

ଅଷ୍ଟ୍ରେଲିଆ ଅଲରାଉଣ୍ଡର ବିଶ୍ୱକପ ଟ୍ରଫିକୁ ଗୋଡ ତଳେ ରଖି ଉଠାଇଥିବା ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
Mitchel Marsh

Mitchel Marsh

Advertisment

ପ୍ରତିଟି ପ୍ରତିଯୋଗୀ ଏବଂ କ୍ରୀଡାପ୍ରେମୀଙ୍କ ପାଇଁ ବିଶ୍ୱକପ ଏକ ସ୍ୱପ୍ନ। ଏହି କପ୍ ପାଇଁ ଟିମ୍ ପ୍ଲେୟର୍ ଯେପରି ଦିନ ରାତି ଏକ କରିଦିଅନ୍ତି କ୍ରୀଡାପ୍ରେମୀ ମଧ୍ୟ ମୁକାବିଲାକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଚଳିତ ବିଶ୍ୱକପ ଅଭିଯାନରେ ଏକ ରୋମାଞ୍ଚକର ଯାତ୍ରା ସହ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। କିନ୍ତୁ ସ୍ୱପ୍ନର ଏହି ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଯେଉଁପରି ଅସମ୍ମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ।

Advertisment

ଅଷ୍ଟ୍ରେଲିଆ ଅଲରାଉଣ୍ଡର ବିଶ୍ୱକପ ଟ୍ରଫିକୁ ଗୋଡ ତଳେ ରଖି ଉଠାଇଥିବା ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। କପ୍ ଜିତିବା ପରେ ମାର୍ଶଙ୍କ ଏପରି ବ୍ୟବହାରକୁ ସୋଶାଲ ମିଡିଆ ୟୁଜର୍ ଟ୍ରୋଲ୍ କରୁଛନ୍ତି। ମାର୍ଶଙ୍କ ଏହି ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପରେ ଅନ୍ୟାନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି। 

କମ୍ମିନ୍ସ ପୋଷ୍ଟ କରିଥିବା ଫଟୋରେ ମାର୍ଶ ଏକ ସୋଫା ଉପରେ ବସିଥିବା ଦେଖିବାକୁ ମିଳୁଛି। କିନ୍ତୁ ସେ ନିଜେ ସୋଫା ଉପରେ ବଶି ବିଶ୍ୱକପ ଟ୍ରଫିକୁ ତଳେ ରଖିଛନ୍ତି। କେବଳ ତଳେ ରଖିନାହାନ୍ତି, ଟ୍ରଫି ଉପରେ ଦୁଇ ଗୋଡ ଥୋଇ ହାତରେ ବିଅର୍ ବୋତଲ ଧରି ଫଟୋ କ୍ଲିକ୍ କରିଛନ୍ତି ମାର୍ଶ। ମାର୍ଶଙ୍କ ଏପରି ଖାମଖିଆଲ ଅନ୍ଦାଜକୁ ନାପସନ୍ଦ କରିଛନ୍ତି ନେଟିଜେନ୍ସ। ଏହି ଅଙ୍ଗଭଙ୍ଗୀକୁ ବିଶ୍ୱକପ ପ୍ରତି ଅସମ୍ମାନ ବୋଲି କହିବା ସହ ମାର୍ଶଙ୍କୁ ଟ୍ରୋଲ୍ କରିଛନ୍ତି। 

Advertisment

ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ, ଆୟୋଜକ ଭାରତ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିଥିଲା। ୬ ୱିକେଟରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ଷଷ୍ଠ ଥର ପାଇଁ ଟାଇଟଲ୍ ହାତେଇଛି। ବିଜୟ ପରେ ଡ୍ରେସିଂ ରୁମରେ ଏପରି ଫଟୋ ଉଠାଇଥିଲେ ମିଚେଲ ମାର୍ଶ।  

World Cup Trophy World Cup Mitchell Marsh ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe