Advertisment

Women's World Cup: ଆଲାନ କିଙ୍ଗ ସ୍ପେଶାଲ: ମହିଳା ବିଶ୍ୱକପ ସେମିରେ ଭାରତ-ଅଷ୍ଟ୍ରେଲିଆ ଲଢ଼େଇ

ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଯିଏ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ହାରିନାହିଁ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ବାକି ୬ଟି ଯାକ ଲଢ଼େଇରେ ଦଳ ବାଜିମାତ କରିଛି।

ICC

ଅଷ୍ଟ୍ରେଲିଆ ଓ ଭାରତ

Advertisment

ମହିଳା ବିଶ୍ୱକପ ସେମି ଫାଇନାଲ ଲାଇନ ଅପ ଚୂଡ଼ାନ୍ତ ହୋଇଛି। ନିଜର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଏକତରଫା ଭାବେ ଜିତି ନେଇଛି। ଦକ୍ଷିଣ ଆଫ୍ରିକାକୁ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ୭ ୱିକେଟରେ ହରାଇ ଟେବୁଲ ଟପର ଭାବେ ଗ୍ରୁପ ପର୍ଯ୍ୟାୟ ଅଭିଯାନ ଶେଷ କରିଛି।

Advertisment

ଶେଷ ମ୍ୟାଚ୍‌ରେ କଙ୍ଗାରୁ ଟିମର ଆଲାନ କିଙ୍ଗ ରେକର୍ଡ ବ୍ରେକିଂ ସ୍ପେଲ ସହ ଟୁର୍ଣ୍ଣାମେଣ୍ଟ ଇତହାସରେ ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। କିଙ୍ଗ ସ୍ପେଶାଲ ଆଗରେ ଦକ୍ଷିଣ ଆଫ୍ରିକା ଧରାଶାୟୀ ହୋଇଛି। 

ଏହି ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲରେ ଭାରତ(Indian Women Cricket Team)ର ସାମ୍ନା କରିବା ନିଶ୍ଚିତ ହୋଇଛି। ଅକ୍ଟୋବର ୩୦ରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦୁଇ ଦଳ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବେ। ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌ରୁ ୧୩ ପଏଣ୍ଟ ଓ +୨.୧୦୨ ରନ ରେଟ୍‌ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। 

Advertisment

ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଯିଏ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ହାରିନାହିଁ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ବାକି ୬ଟି ଯାକ ଲଢ଼େଇରେ ଦଳ ବାଜିମାତ କରିଛି। 

King
୭ ୱିକେଟ ଦଖଲ କରିଥିବା କିଙ୍ଗ

ଭାରତ-ଅଷ୍ଟ୍ରେଲିଆ ଗୋଟିଏ ସେମି ଫାଇନାଲ ଖେଳିବାକୁ ଥିବା ବେଳେ ଆଉ ଗୋଟିଏରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଲଢ଼ିବେ। ଏହି ମ୍ୟାଚ୍‌ଟି ଅକ୍ଟୋବର ୨୯ରେ ଗୁହାଟୀର ବର୍ସାପରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। 


ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବାର ଦକ୍ଷିଣ ଆଫ୍ରିକାକୁ ଲୌରା ୱଲଭାର୍ଡଟ ଓ ତାଜମିନ ବ୍ରିଟସ ଠିକଠାକ ଆରମ୍ଭ ଦେଇଥିଲେ। ଉଭୟ ୬.୪ ଓଭର ସୁଦ୍ଧା ୩୧ ରନ ଯୋଡ଼ିଥିଲେ। ମେଗନା ସ୍କୁଟଙ୍କ ଗୋଟିଏ ଓଭରରେ ୪ଟି ଚୌକା ସହାୟତାରେ ୱଲଭାର୍ଡଟ ୧୬ ରନ ଆଦାୟ କରିତଥିଲେ। 

କିନ୍ତୁ ୭ମ ଓଭର ଠାରୁ ଅଷ୍ଟ୍ରେଲିଆ କମବ୍ୟାକ ଆରମ୍ଭ କରିଥିଲା। ୩୧ ରନ କରିଥିବା ୱଲଭାର୍ଡଟଙ୍କୁ ଆଉଟ କରି ସ୍କୁଟ ମଧୁର ପ୍ରତିଶୋଧ ନେଇଥିଲେ। ଏହାପରେ କମି ଗାର୍ଥ ଅନ୍ୟତମ ଓନନର ବ୍ରିଟସ୍‌ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହିଠାରୁ ହିଁ ତାସର ଘର ଭଳି କିଙ୍ଗ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଧ୍ୱଂସ କରିଦେଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୨୪ ଓଭରରେ ୯୭ ରନ କରି ଅଲଆଉଟ ହୋଇଯାଇଥିଲା। 


କିଙ୍ଗ ୭ ଓଭରରେ ୨ଟି ମେଡେନ ସହ ୧୮ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି। ପ୍ରଥେମ ସେ ୨.୨ ଓଭର ସୁଦ୍ଧା କୌଣସି ରନ ଦେଇ ୪ ୱିକେଟ ନେଇଥିଲେ। କିଙ୍ଗ ୭ଟି, ସ୍କୁଟ, ଗାର୍ଥ ଓ ଆଶଲେ ଗାର୍ଡନରଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

୯୮ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୧୬.୫ ଓଭରରେ ହାସଲ କରି ନେଇଛି। ଜର୍ଜିଆ ଭଲ ଅପରାଜିତ ୩୮ ରନ କରିଥିବା ବେଳେ ବେଥ ମୁନି ତୃତୀୟ ବ୍ୟାଟର ଭାବେ ୪୨ ରନ କରି ଆଉଟ ହୋଇଥିଲେ। ତାଙ୍କ ପୂର୍ବରୁ ଫୋବ ଲିଚଫିଲ୍ଡ(୫) ଓ ଏଲିସ ପେରୀ(୦) ଆଉଟ ହୋଇଥିଲେ। 

Women Cricket World Cup Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe