Advertisment

ବ୍ୟାନ ହେବେ କ୍ରିକେଟର ମାର୍ନସ ଲାବୁଶେନ!

ମ୍ୟାଚ୍‌ ପରେ ସେ ଅମ୍ପାୟାରଙ୍କ ପ୍ରତି ଦୁର୍ବ୍ୟବହାର ଚାର୍ଜରେ ଫସିଛନ୍ତି। କିନ୍ତୁ ଏହି ଚାର୍ଜ ଯୋଗୁ ତାଙ୍କ ଉପରେ ବଡ଼ଧରଣର ବ୍ୟାନ ଲାଗି ପାରେ।

Marnus Labuschagne

Marnus Labuschagne

Advertisment

ଅଷ୍ଟ୍ରେଲୀୟ କ୍ରିକେଟର ମାର୍ନସ ଲାବୁଶେନଙ୍କୁ ଅପ୍ରତ୍ୟାଶିତ ଢଙ୍ଗରେ କରାଯାଇପାରେ ବ୍ୟାନ। ମ୍ୟାଚ ବେଳେ ସେ ଫିଲ୍ଡି ଅମ୍ପାୟାରଙ୍କ ସହ ସବୁ ସୀମା ଡେଇଁ ଯୁକ୍ତିତର୍କ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ଟି-୨୦ ମାକ୍ସ ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍‌ରେ ଲାବୁଶେନ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ଅମ୍ପାୟାର ଦେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି। ମ୍ୟାଚ୍‌ ପରେ ସେ ଅମ୍ପାୟାରଙ୍କ ପ୍ରତି ଦୁର୍ବ୍ୟବହାର ଚାର୍ଜରେ ଫସିଛନ୍ତି। କିନ୍ତୁ ଏହି ଚାର୍ଜ ଯୋଗୁ ତାଙ୍କ ଉପରେ ବଡ଼ଧରଣର ବ୍ୟାନ ଲାଗି ପାରେ।

ବୁଧବାର ଟି-୨୦ ମାକ୍ସ ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍‌ରେ Redlands ଓ Valleys ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ ବେଳେ Valleys ବ୍ୟାଟର ହଗ ୱେଇବଗନଙ୍କ ସପକ୍ଷରେ ଫିଲ୍ଡ ଅମ୍ପାୟାର ଗୋଟିଏ ନିଷ୍ପତ୍ତି ନେଇଥିଲେ। ଏହାକୁ Redlandsର ଅଧିନାୟକ ଲାବୁଶେନ ଜୋରଦାର ବିରୋଧ କରିଥିଲେ।ଅମ୍ପାୟାର କ୍ୟାଚ୍‌କୁ ବମ୍ପ ବଲ କହିଥିବା ବେଳେ ଲାବୁଶେନ କ୍ୟାଚ୍‌ରେ କୌଣସି ତ୍ରୁଟି ନଥିବା ଯୁକ୍ତି କରିଥିଲେ। ବେଶ କିଛି ସମୟ ଧରି ସେ ଯୁକ୍ତି କରିବା ପରେ ଫିଲ୍ଡିଂ କରିବାକୁ ଯାଇଥିଲେ।

Advertisment

ତେବେ ପରବର୍ତ୍ତୀ ବଲ ପରେ ସେ ପୁଣି ଅମ୍ପାୟାରଙ୍କ ନିକଟକୁ ଆସି ଭୟଙ୍କର ଆଚରଣ ପ୍ରଦର୍ଶନ କରି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ସ୍ଥିତି ବେକାବୁ ହେବାରୁ ଅମ୍ପାୟାର ଜଣଙ୍କ ମଧ୍ୟ ରାଗି ଯାଇଥିଲେ। ସେ ତୁରନ୍ତ ଲାବୁଶେନଙ୍କୁ ପଡ଼ିଆରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ।

ଲାବୁଶେନ ବାଧ୍ୟ ହୋଇ ପଡ଼ିଆ ଛାଡ଼ିବା ପରେ ଦୁଇ ଅମ୍ପାୟାର ଓ ଭାଷ୍ୟକାରମାନେ ଏକାଠି ହୋଇ ଲାବୁଶେନଙ୍କ ଆଚରଣ ଉପରେ ଆଲୋଚନା କରିଥିଲେ। ଅମ୍ପାୟାର ଡିସେଣ୍ଟ ଚାର୍ଜର ଲେଭଲ ୨ ଚାର୍ଜରେ ଦଣ୍ଡିତ ହୋଇଥିଲେ ହେଁ ଲାବୁଶେନ ଟ୍ରିବ୍ୟୁନାଲ ଶୁଣାଣିର ସାମ୍ନା କରିବେ। ଏହି ସମୟରେ ତାଙ୍କ ଉପରେ ବ୍ୟାନ ଲଗାଯାଇପାରେ।

ତେବେ ବ୍ୟାନର ପ୍ରଭାବ ଲାବୁଶେନଙ୍କ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଉପରେ ପଡ଼ିବ ନାହିଁ। କାରଣ ସେପ୍ଟେମ୍ବର ୧୯ରୁ ଇଂଲଣ୍ଡ ବିପକ୍ଷ ୫ ଟିକିଆ ସିରିଜ ପାଇଁ ତାଙ୍କର ଚୟନ ହୋଇ ସାରିଛି। ସେ ଏହି ସିରିଜ ଖେଳିବେ।

ତେବେ କ୍ୟୁନସଲ୍ୟାଣ୍ଡ ଲାବୁଶେନଙ୍କୁ ୨୦୨୪-୨୫ ସିଜିନ ପାଇଁ ଅଧିନାୟକ ଭାବେ ଚୟନ କରିଛି। ତେଣୁ ଯଦି ତାଙ୍କ ଉପରେ ବ୍ୟାନ ଲାଗିବ, ସେ ଘରୋଇ କ୍ରିକେଟ ଖେଳିପାରିବେ ନାହିଁ।

Cricket Australia Marnus Labuschagne
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe