Advertisment

ଚାମ୍ପିୟନ୍ସ ଟ୍ରଫିରୁ ଓହରି ଗଲେ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି, ଜାଣନ୍ତୁ କାରଣ

କମିନ୍ସ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି।

aus

aus

Advertisment

ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଆଶା ରଖିଥିବା ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ପୁଣି ଗୋଟିଏ ଝଟକା ଲାଗିଛି। ଦଳ ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ୩ ପ୍ରମୁଖ ପେସ ବୋଲରଙ୍କ ସେବାରୁ ବଞ୍ଚିତ ହେବ। ନିୟମିତ ଅଧିନାୟକ ପାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି।

Advertisment

ବେଶ କିଛି ଦିନ ପୂର୍ବରୁ ଗୋଇଠି ଜନିତ ସମସ୍ୟା ପାଇଁ କମିନ୍ସ ଓ ଗୋଡ଼ ଜନିତ ସମସ୍ୟା ଯୋଗୁ ହାଜେଲଉଡ ଚାମ୍ପିୟନ୍ସ ଟ୍ରଫି ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଏବେ ଷ୍ଟାର୍କ ବ୍ୟକ୍ତିଗତ କାରଣ ପାଇଁ ଚାମ୍ପିୟନ୍ସ ଟ୍ରଫିରୁ ନିଜ ନାଁକୁ ପ୍ରତ୍ୟାହାର କରି ନେଇଛି।

ସେ ମ୍ୟାଚ୍‌ ଖେଳିବାକୁ ଫିଟ ଥିଲେ ହେଁ କ’ଣ ପାଇଁ ଚାମ୍ପିୟନ୍ସ ଟ୍ରଫିରୁ ନିଜ ନାଁକୁ ପ୍ରତ୍ୟାହାର କଲେ, ସେକଥା ଜଣାପଡ଼ି ନାହିଁ। କୁହାଯାଉଛି ଯେ ପାରିବାରିକ କାରଣ ପାଇଁ ଷ୍ଟାର୍କ ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ନିଜ ନାଁକୁ କାଢ଼ି ନେଇଛନ୍ତି।

Advertisment

କମିନ୍ସ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି। ଶ୍ରୀଲଙ୍କା ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆର କାମ ଚଳା ଅଧିନାୟକ ଭାବେ କାମ କରୁଥିବା ଷ୍ଟିଭ ସ୍ମିଥ ଏବେ ଚାମ୍ପିୟନ୍ସ ଟ୍ରଫିରେ ଦଳର ନେତୃତ୍ୱ ନେବେ।

ଚାମ୍ପିୟନ୍ସ ଟ୍ରଫି ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଥିବା ୧୫ ଜଣିଆ ସ୍କ୍ୱାଡରେ ମାର୍କସ ଷ୍ଟୋଇନିସ ମଧ୍ୟ ନାହାନ୍ତି। କାରଣ ସେ ଗତ ସପ୍ତାହରେ ଦିନିକିଆ ଫର୍ମାଟକୁ ଅଲବିଦା କହିଥିଲେ। ଆହତ ଯୋଗୁ ଅନ୍ୟତମ ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ ବାଦ ପଡ଼ିଛନ୍ତି। ଅଷ୍ଟ୍ରେଲିଆର ୩ ପ୍ରମୁଖ ପେସର ବାଦ ପଡ଼ିଥିବାରୁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ସ୍ପେନସର ଜନସନ, ନାଥନ ଏଲିସ ଓ ବେନ ଡୱାରଶୁଇସକୁ ସ୍ଥାନ ମିଳିଛି। ଆରୋନ ହାର୍ଡିଙ୍କୁ ସିମିଂ ଅଲରାଉଣ୍ଡ ଭାବେ ସ୍କ୍ୱାଡରେ ରଖାଯାଇଛି। ତନବୀର ସଙ୍ଘା ଓ ଆଡାମ ଜାମ୍ପା ସ୍ପିନ ବୋଲର ଭାବେ ସୁଯୋଗ ପାଇଛନ୍ତି।

ଅଷ୍ଟ୍ରେଲିଆ ସ୍କ୍ୱାଡ: ଷ୍ଟିଭ ସ୍ମିଥ(ଅଧିନାୟକ), ସେନ ଆବୋଟ୍ଟ, ଆଲେକ୍ସ କେରୀ, ବେନ ଡୱାରଶୁଇସ, ନାଥନ ଏଲିସ, ଜ୍ୟାକ-ଫ୍ରାସେର ମ୍ୟାକର୍ଗ, ଆରୋନ ହାର୍ଡି, ଟ୍ରାଭିସ ହେଡ, ଜୋଶ ଇଙ୍ଗଲିସ, ସ୍ପେନସର ଜନସନ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ତନବୀର ସଙ୍ଘା, ମାଥ୍ୟୁ ଶର୍ଟ ଓ ଆଡାମ ଜାମ୍ପା।

Australia Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe