Advertisment

ଅଷ୍ଟ୍ରେଲିଆ ଦେଇଥିଲା ୪୦୦ ରନର ଟାର୍ଗେଟ, ଡଚ୍‌ ଟିମ ୯୦ରେ ସଫା

ଡଚ୍‌ ଟିମ ପକ୍ଷରୁ ବାସ ଡେ ଲିଡେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୧୦ ଓଭର୍‌ରେ ୧୧୫ ରନ ଦେବା ସହ ୨ଟି ୱିକେଟ ନେଇଥିଲେ। ଲୋଗାନ ଭାନ ବୀକ ସର୍ବାଧିକ ୪ ୱିକେଟ ଦଖଲ କରିଥିଲେ।

AUS

AUS

Advertisment

ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ସର୍ବବୃହତ୍ତ ବିଜୟ ହାସଲ କରିଛି। ଭାରତରେ ଖେଳା ଯାଉଥିବା ଦିନିକିଆ ବିଶ୍ୱକପରେ ଆଜି କଙ୍ଗାରୁ ଟିମ ୩୦୯ ରନରେ ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତିବା ପାଇଁ ଡଚ୍‌ ଟିମକୁ ୪୦୦ ରନର ଟାର୍ଗେଟ ଦେଇଥିଲା। କିନ୍ତୁ ନେଦରଲ୍ୟାଣ୍ଡ୍ସ ୨୧ ଓଭର୍‌ରେ ୯୦ ରନ କରି ଅଲଆଉଟ ହୋଇଯାଇଛି। ୫ଥର ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଆଜି ବୋଲିଂ ଓ ବ୍ୟାଟିଂରେ ନିଜର ଜଲୱା ଦେଖାଇଛି।

Advertisment

ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ହ୍ୟାଟ୍ରିକ ବିଜୟ। ସେହିପରି ଦଳ ୫ ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ୪ନଂ ସ୍ଥାନରେ ପୂର୍ବଭଳି ରହିଛି। ସେହିପରି ଡଚ୍‌ ଟିମ ୫ ମ୍ୟାଚରୁ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିଛି।

ଦିଲ୍ଲୀରେ ଖେଳା ଯାଉଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଗ୍ଲେନ ମ୍ୟାକ୍ସୱେଲଙ୍କ ରେକର୍ଡ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରାଇ ୩୯୯ ରନ କରିଥିଲା। ମ୍ୟାକ୍ସୱେଲ ୪୦ ବଲରେ ଶତକ କରିଥିଲେ। ସେହିପରି ସେ ୪୩ ବଲରେ ଆଜି ୧୦୬ ରନର ଇନିଂସ ଖେଳିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି।

Advertisment

ମ୍ୟାକ୍ସୱେଲଙ୍କ ବ୍ୟତୀତ ଡାଭିଡ ୱାର୍ଣ୍ଣର ମଧ୍ୟ ଆଜି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଥିଲେ। ସେ ୯୩ ବଲରେ ୧୦୪ ରନ କରିଛନ୍ତି। ଏମାନଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ ୭୧ ଓ ମାର୍ନସ ଲାବୁଶାନେ ୬୨ ରନର ଇନିଂସ ଖେଳିଥିଲେ।

ଡଚ୍‌ ଟିମ ପକ୍ଷରୁ ବାସ ଡେ ଲିଡେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୧୦ ଓଭର୍‌ରେ ୧୧୫ ରନ ଦେବା ସହ ୨ଟି ୱିକେଟ ନେଇଥିଲେ। ଲୋଗାନ ଭାନ ବୀକ ସର୍ବାଧିକ ୪ ୱିକେଟ ଦଖଲ କରିଥିଲେ।

ଦିଲ୍ଲୀ ପିଚ୍‌ରେ ୪୦୦ ରନର ଟାର୍ଗେଟ ପାଇଥିବା ଡଚ୍‌ ଟିମ ପାଇଁ ବିକ୍ରମଜିତ ସିଂହ ଆରମ୍ଭରୁ କିଛି ଚୌକା ମାରିଥିଲେ। ତାଙ୍କୁ ମାକ୍ସ ଓ’ଡାଉଦ ସହଯୋଗ କରିଥିଲେ। କିନ୍ତୁ ବିକ୍ରମଜିତ ୨୫ ରନରେ ରନ ଆଉଟ ହେବାରୁ ନେଦରଲ୍ୟାଣ୍ଡ୍ସର ବ୍ୟାଟିଂ ଲାଇନ ଅପ ତାସର ଘର ପରି ଭୁଶୁଡ଼ି ଯାଇଥିଲା। ଓ’ଡାଉଦ ୬, କୋଲିନ ଆକେରମାନ ୧୦, ସାୟବ୍ରାଣ୍ଡ ୧୧ ଓ ଅଭିଜ୍ଞ ବାସ ଡେ ଲିଡେ ମାତ୍ର ୪ ରନ କରି ପ୍ୟାଭିଲିୟନ ‍ଫେରିଥିଲେ।

ଅଧିନାୟକ ସ୍କଟ ଏଡୱାର୍ଡସ ଗୋଟିଏ ପଟେ ୧୨ ରନ କରି ଅପରାଜିତ ରହିଥିଲେ ହେଁ ଅନ୍ୟପଟେ ଜଣଙ୍କ ପରେ ଜଣେ ଆଉଟ ହେବାରେ ଲାଗିଥିଲେ। ତେଜା ନିଦାମାନୁରୁ ୧୪, ଲୋଗାନ ଭାନ ବୀକ ୦, ରୋଲଫ ଭାନ ଡେର ମେରୱେ ୦ ଓ ଆର୍ଯ୍ୟନ ଦତ୍ତ ୧ ରନ କରିବାକୁ ସକ୍ଷମ ହୋଇଥିଲେ।

ଶେଷରେ ପଲ ଭାନ ମୀକେରନ(୦)ଙ୍କୁ ଆଉଟ କରି ଆଡାମ ଜାମ୍ପା ଡଚ୍‌ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ପୂରା ଦଳ ୯୦ ରନରେ ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆ ୩୦୯ ରନରେ ମ୍ୟାଚ୍‌କୁ କବଜା କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମିଚେଲ ମାର୍ଶ ୨ଟି ସଫଳତା ପାଇଛନ୍ତି। ସେହିପରି ମିଚେଲ ଷ୍ଟାର୍କ, ଜୋଶ ହେଜେଲଉଡ ଓ ପାଟ କମିନ୍ସଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe