Advertisment

ମିଚେଲ ମାର୍ଶଙ୍କ ଅପରାଜିତ ୧୭୭, ହାରିଲା ବାଂଲାଦେଶ

ବାଂଲାଦେଶ ଚଳିତ ବିଶ୍ୱକପରେ ମାତ୍ର ୨ଟି ମ୍ୟାଚ୍‌ ଜିତିଥିବା ବେଳେ ୯ଟାରେ ହାରି ନିଜର ଅଭିଯାନ ଶେଷ କରିଛି। ସେହିପରି କଙ୍ଗାରୁ ଟିମ ୯ଟି ମ୍ୟାଚ୍‌ରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି ସେମି ଫାଇନାଲ ଖେଳିବାକୁ ନିଜକୁ ପ୍ରସ୍ତୁତ କରିଛି।

Marsh

Marsh

Advertisment

ବିଶ୍ୱକପର ଶେଷ ଗ୍ରୁପ ମ୍ୟାଚ୍‌ରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟର ମିଚେଲ ମାର୍ଶଙ୍କ ବ୍ୟାଟ। ମାର୍ଶଙ୍କ ୧୩୨ ବଲରେ ଅପରାଜିତ ୧୭୭ ରନ ବଳରେ ୮ ୱିକେଟରେ ବାଂଲାଦେଶକୁ ମାତ ଦେଇଛି ଅଷ୍ଟ୍ରେଲିଆ।

Advertisment

ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ବାଂଲାଦେଶ ଆଶା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏହା କରାଇ ଦେଇନି। ବାଂଲାଦେଶ ୩୦୬ ରନ କରିଥିଲେ ବି କଙ୍ଗାରୁ ଟିମ ଠାରୁ ହାରିଛି।

ବାଂଲାଦେଶ ଚଳିତ ବିଶ୍ୱକପରେ ମାତ୍ର ୨ଟି ମ୍ୟାଚ୍‌ ଜିତିଥିବା ବେଳେ ୯ଟାରେ ହାରି ନିଜର ଅଭିଯାନ ଶେଷ କରିଛି। ସେହିପରି କଙ୍ଗାରୁ ଟିମ ୯ଟି ମ୍ୟାଚ୍‌ରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି ସେମି ଫାଇନାଲ ଖେଳିବାକୁ ନିଜକୁ ପ୍ରସ୍ତୁତ କରିଛି।

Advertisment

ଟସ୍‌ ହାରି ପୁଣେରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲା ଟାଇଗର ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରାଇ ୩୦୬ ରନ କରିଥିଲା। ଦଳର ନିୟମିତ ଅଧିନାୟକ ସାକିବ ଅଲ ହାସନ ଆହତ କାରଣରୁ ସ୍ୱଦେଶ ଫେରି ଯାଇଥିଲେ ହେଁ ବାଂଲାଦେଶ ଆଜି ବ୍ୟାଟିଂରେ ଠିକଠାକ ପ୍ରଦର୍ଶନ କରିଥିଲା। ଚଳିତ ବିଶ୍ୱକପରେ ଏହା ଦଳର ସର୍ବାଧିକ ସ୍କୋର ମଧ୍ୟ ରହିଥିଲା। ଦଳ ପକ୍ଷରୁ ତୋହିଦ ହୃଦୟ ୭୪, କମାଚଳା ଅଧିନାୟକ ନଜମୁଲ ହୁସେନ ସାଣ୍ଟ ୪୫, ତାଞ୍ଜିଦ ହାସନ ଓ ଲିଟନ ଦାସଙ୍କ ୩୬ ରନ ଲେଖାଏ ରନ କରିଥିଲେ।

ଲାଗୁଥିଲା ଅଷ୍ଟ୍ରେଲିଆକୁ ଦଳ ଅଟକାଇ ପାରିବ। ଏପରି କି ୧୨ ରନରେ ଓପନର ଟ୍ରାଭିସ ହେଡ(୧୦)ଙ୍କୁ ମଧ୍ୟ ତିସ୍କିନ ଅହମଦ ଆଉଟ କରି ଦେଇଥିଲେ। କିନ୍ତୁ ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ କାଉଣ୍ଟର ଆଟାକ ଆରମ୍ଭ କରି ଦେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରି ଦ୍ୱିତୀୟ ୱିକେଟ ପାଇଁ ୧୨୦ ରନର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୧୩୨ ଥିବା ବେଳେ ବ୍ୟକ୍ତିଗତ ୫୩ ରନ କରି ୱାର୍ଣ୍ଣର ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ମୁସ୍ତାଫିଜୁର ରହମାନ ନେଇଥିଲେ।

ବାସ ଏହି ୱିକେଟ ଯିବା ପରେ ମାର୍ଶ ତାଙ୍କ ଯାଦୁ ଦେଖାଇଥିଲେ। ତାଙ୍କୁ ଅନ୍ୟପଟେ ଷ୍ଟିଭ ସ୍ମିଥ ଭରପୂର ସାଥ ଦେଇଥିଲେ। ମାର୍ଶ ବଡ଼ବଡ଼ ଶଟ ଖେଳି ଚାଲିଥିବା ବେଳେ ସ୍ମିଥ ସୁଯୋଗ ଦେଖି ଚୌକା ମାରିବାକୁ ଆଦୌ ପଛ ଘୁଞ୍ଚା ଦେଇ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ପ୍ରଥମେ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ମାର୍ଶ ମଧ୍ୟ ୭୮ ବଲରେ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ।

ଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ବଡ଼ବଡ଼ ଶଟ ଖେଳି ସେ ଯଥାଶୀଘ୍ର ମ୍ୟାଚ୍‌ ଶେଷ କରିବାକୁ ମୁଡକୁ ଚାଲି ଆସିଥିଲେ। ସ୍ମିଥ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ସାଣ୍ଟୋ ବୋଲିଂ ଏଣ୍ଡରେ ଏକାଧିକ ପରିବର୍ତ୍ତନ କରିଥିଲେ। କିନ୍ତୁ କିଛି ବି ଲାଭ ମିଳି ନଥିଲା।

ମାର୍ଶ ପୂରା ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ସେ ୧୫୦ ରନ ପୂରଣ କରିବା ପରେ ଆଉ ସିଙ୍ଗଲ ନେବାକୁ ଇଚ୍ଛା କରି ନଥିଲେ। କେବଳ ଚୌକା ଓ ଛକା ତାଙ୍କ ବ୍ୟାଟରୁ ବାହାରି ଥିଲା। କିନ୍ତୁ ଦଳକୁ ଜିତିବା ପାଇଁ ୪ ରନ ଦରକାର ଥିବା ବେଳେ ସ୍ମିଥ ବାଂଲା ବୋଲର ମୁସ୍ତାଫିଜୁରଙ୍କୁ ଚୌକା ମାରି ଦଳକୁ ୩୨ ବଲ ପୂର୍ବରୁ ୮ ୱିକେଟରେ ବିଜୟ ଭେଟି ଦେଇଥିଲେ।

ଶେଷ ଯାଏ ମାର୍ଶ ୧୭୭ ଓ ସ୍ମିଥ ୬୪ ବଲରେ ୬୩ ରନ କରି ଅପରାଜିତ ରହିଥିଲେ। ମାର୍ଶ ତାଙ୍କ ଇନିଂସରେ ୧୭ଟି ଚୌକା ଓ ୯ଟି ବିଶାଳ ଛକା ମାରିଛନ୍ତି। ସ୍ମିଥଙ୍କ ବ୍ୟାଟରୁ ୪ଟି ଚୌକା ଓ ଗୋଟିଏ ଛକା ଦେଖିବାକୁ ମିଳିଛି।

ବିସ୍ଫୋରକ ଇନିଂସ ପାଇଁ ମାର୍ଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। ଏବେ ଅଷ୍ଟ୍ରେଲିଆ ଗୁରୁବାର ଦକ୍ଷିଣ ଆଫ୍ରିକା ସହ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ ଖେଳିବ। ପ୍ରଥମ ସେମିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe