ଡ୍ର ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୮୮ ରନରେ ଆଗୁଆ ରହିଛି। ଆଜି ଭାରତ ୫୭୧ ରନ କରି ଅଲଆଉଟ୍ ହୋଇଯାଇଥିଲା। କୋହଲି ୧୮୬ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରଥମ ଇନିଂସରେ ୯୧ରନରେ ଆଗୁଆ ରହିଥିଲା ଭାରତ। ତେବେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଆଜି ୩ ରନ୍ କରିଛି।
ଆସନ୍ତାକାଲି ଟେଷ୍ଟର ଶେଷ ଦିନ ହୋଇଥିବାରୁ ଡ୍ର ହେବା ସମ୍ଭାବନା ଅଧିକ। ସେପଟେ ପ୍ରାୟ ସାଢ଼େ ତିନି ବର୍ଷ ପରେ ଟେଷ୍ଟରେ ସେଞ୍ଚୁରି ମାରିଛନ୍ତି ବିରାଟ। ଏହା ହେଉଛି ତାଙ୍କର ୨୮ତମ ଟେଷ୍ଟ ଶତକ ଓ ମୋଟ ଉପରେ ୭୫ତମ ଅନ୍ତର୍ଜାତୀୟ ଶତକ।
ଗତକାଲି ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନ୍ କରିଥିବା ଭାରତୀୟ ଦଳ ଆଜି ଏକ ବିରାଟ ସ୍କୋର ଠିଆ କରିଛି। ଦଳୀୟ ସ୍କୋର ୩୦୯ ରନ୍ ଥିବା ବେଳେ ରବିନ୍ଦ୍ର ଜାଡେଜା ୨୮ରେ ଆଉଟ୍ ହୋଇଥିଲେ। ପରେ ଶ୍ରୀକର ଭରତ ୪୪ ରନ୍ ଓ ଅକ୍ଷର ପଲେଟ ୭୯ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳି ଥିଲେ। ଶେଷ ତିନୋଟି ୱିକେଟ୍ ମାତ୍ର ୧୧ ରନ୍ ଭିତରେ ଆଉଟ୍ ହୋଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଲିୟନ୍ ଓ ଟୁଡ୍ ମୁରଫି ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟ୍ରାକ୍ ଓ ମାଥ୍ୟୁ କୁହ୍ନେମାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ମାଥ୍ୟୁ କୁହ୍ନେମାନ ଓ ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଇନିଂସ୍ ଓପନିଂ ବ୍ୟାଟିଂ ଆରମ୍ଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।