Advertisment

ବିରାଟଙ୍କ ବିରାଟ ଇନିଂସ୍, ପ୍ରଥମ ପାଳିରେ ଭାରତ ୮୮ ରନରେ ଆଗୁଆ

ଡ୍ର ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୮୮ ରନରେ ଆଗୁଆ ରହିଛି।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

ଡ୍ର ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୮୮ ରନରେ ଆଗୁଆ ରହିଛି। ଆଜି ଭାରତ ୫୭୧ ରନ କରି ଅଲଆଉଟ୍ ହୋଇଯାଇଥିଲା। କୋହଲି ୧୮୬ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରଥମ ଇନିଂସରେ ୯୧ରନରେ ଆଗୁଆ ରହିଥିଲା ଭାରତ। ତେବେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଆଜି ୩ ରନ୍ କରିଛି।

Advertisment

ଆସନ୍ତାକାଲି ଟେଷ୍ଟର ଶେଷ ଦିନ ହୋଇଥିବାରୁ ଡ୍ର ହେବା ସମ୍ଭାବନା ଅଧିକ। ସେପଟେ ପ୍ରାୟ ସାଢ଼େ ତିନି ବର୍ଷ ପରେ ଟେଷ୍ଟରେ ସେଞ୍ଚୁରି ମାରିଛନ୍ତି ବିରାଟ। ଏହା ହେଉଛି ତାଙ୍କର ୨୮ତମ ଟେଷ୍ଟ ଶତକ ଓ ମୋଟ ଉପରେ ୭୫ତମ ଅନ୍ତର୍ଜାତୀୟ ଶତକ।

ଗତକାଲି ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନ୍ କରିଥିବା ଭାରତୀୟ ଦଳ ଆଜି ଏକ ବିରାଟ ସ୍କୋର ଠିଆ କରିଛି। ଦଳୀୟ ସ୍କୋର ୩୦୯ ରନ୍‌ ଥିବା ବେଳେ ରବିନ୍ଦ୍ର ଜାଡେଜା ୨୮ରେ ଆଉଟ୍ ହୋଇଥିଲେ। ପରେ ଶ୍ରୀକର ଭରତ ୪୪ ରନ୍ ଓ ଅକ୍ଷର ପଲେଟ ୭୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳି ଥିଲେ। ଶେଷ ତିନୋଟି ୱିକେଟ୍ ମାତ୍ର ୧୧ ରନ୍‌ ଭିତରେ ଆଉଟ୍ ହୋଇଥିଲେ।

Advertisment

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଲିୟନ୍ ଓ ଟୁଡ୍‌ ମୁରଫି ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟ୍ରାକ୍ ଓ ମାଥ୍ୟୁ କୁହ୍ନେମାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ମାଥ୍ୟୁ କୁହ୍ନେମାନ ଓ ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଇନିଂସ୍ ଓପନିଂ ବ୍ୟାଟିଂ ଆରମ୍ଭ କରିଛନ୍ତି।

Cricket India Vs Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe