Advertisment

ଅଷ୍ଟ୍ରେଲିଆରେ ଅମାନତ ହରାଇଲା ଇଂଲିଶ୍ ଟିମ୍

ହୋବାର୍ଟ: ଅଷ୍ଟ୍ରେଲିଆ ପୁଣିଥରେ ଆଶେସ୍ ଟେଷ୍ଟ ସିରିଜ୍ କବଜା କରିଛି। ହୋବାର୍ଟରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୦ରେ ଜିତି ନେଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଆଶେସରେ ସମ୍ପୂର୍ଣ୍ଣ ନିରାଶ କରିଛି। ହୋବାର୍ଟରେ ଖେଳାଯାଇଥିବା ଏହି ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିଭାଗ ଫେଲ୍ ମାରିଛି। ଅଷ୍ଟ୍ରେଲିଆ ଇଂଲଣ୍ଡ ଆଗରେ ୨୭୧ ରନର ଲକ୍ଷ୍ୟ ରଖିଥିଲା। ୨୭୧ ରନର ପିଛା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆରେ ଅମାନତ ହରାଇଲା ଇଂଲିଶ୍ ଟିମ୍

australia

ହୋବାର୍ଟ: ଅଷ୍ଟ୍ରେଲିଆ ପୁଣିଥରେ ଆଶେସ୍ ଟେଷ୍ଟ ସିରିଜ୍ କବଜା କରିଛି। ହୋବାର୍ଟରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୦ରେ ଜିତି ନେଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଆଶେସରେ ସମ୍ପୂର୍ଣ୍ଣ ନିରାଶ କରିଛି।

Advertisment

ହୋବାର୍ଟରେ ଖେଳାଯାଇଥିବା ଏହି ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିଭାଗ ଫେଲ୍ ମାରିଛି। ଅଷ୍ଟ୍ରେଲିଆ ଇଂଲଣ୍ଡ ଆଗରେ ୨୭୧ ରନର ଲକ୍ଷ୍ୟ ରଖିଥିଲା। ୨୭୧ ରନର ପିଛା କରୁଥିବା ଇଂଲଣ୍ଡ ଏକ ସମୟରେ ବିନା ୱିକେଟ୍ ହରାଇ ୬୮ ରନ୍ କରି ମଜଭୁତ୍ ସ୍ଥିତିରେ ଥିଲା। ତେବେ ପରେ ଟିମ୍ ଅଷ୍ଟ୍ରେଲିଆ ବୋଲିଂ ଆଟାକ୍ ଆଗରେ ଆତ୍ମସମର୍ପଣ କରିଦେଇଥିଲା। ଫଳରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୨୪ ରନରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ତା’ର ୧୦ ୱିକେଟ୍ ମାତ୍ର ୫୬ ରନରେ ହରାଇଥିଲା।

ଇଂଲଣ୍ଡ ପକ୍ଷରୁ ଜାକ୍ କ୍ରଲୀ ୩୬, ରୋରୀ ବର୍ନସ୍ ୨୬, ଡାୱିଡ୍ ମଲାନ୍ ୧୦, କ୍ୟାପଟେନ୍ ଜୋ ରୁମ୍ ୧୧ ଓ ମାର୍କ ଉଡ୍ ୧୧ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ୍ ପ୍ୟାଟ୍ କମିନ୍ସ, ସ୍କଟ୍ ବୋଲାଣ୍ଡ ଓ କାମେରନ୍ ଗ୍ରୀନ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment

https://twitter.com/buttsey888/status/1482675728470921220?s=20

ଉକ୍ତ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଟ୍ରେଭିସ୍ ହେଡ (୧୦୧)ଙ୍କ ଶତକ ବଳରେ ୩୦୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୮୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୫୫ ରନ୍ କରି ଅଲଆଉଟ୍ ହୋଇଥିଲା।

The England players look on after yet another defeat, Australia vs England, Men's Ashes, 5th Test, 3rd day, Hobart, January 16, 2021

ସୂଚନାଯୋଗ୍ୟ, ଚଳିତ ଆଶେସରେ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ୯ ୱିକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ୨୭୫ ରନ୍ ଏବଂ ତୃତୀୟ ଟେଷ୍ଟରେ ଇନିଂସ୍ ଓ ୧୪ ରନରେ ବିଜୟ ଲାଭ କରିଥିଲା। ତେବେ ଚତୁର୍ଥ ଟେଷ୍ଟ ଡ୍ର’ ରହିଥିଲା।