Advertisment

ନୋ' ବଲ୍ ଛଡ଼ାଇ ନେଲା ବିଜୟ, ହାରିଗଲା ଭାରତ

ମେଲବର୍ଣ୍ଣ: ଶେଷ ବଲରେ ଅଷ୍ଟ୍ରେଲିଆକୁ ଦରକାର ଥିଲା ୩ ରନ୍। ଝୁଲନ୍ ଗୌସ୍ୱାମୀଙ୍କ ବଲରେ କ୍ୟାଚ୍ ହେଲେ ନିକୋଲା କ୍ୟାରୀ କ୍ୟାଚ୍ ଆଉଟ୍ ହେଲେ। ଭାରତୀୟ ମହିଳା ଟିମ୍ ବିଜୟ ଉତ୍ସବ ମନାଇବାରେ ଲାଗି ପଡ଼ିଲା। କିନ୍ତୁ ଏହି ସମୟରେ ଅମ୍ପାୟାର ସିଗନାଲ ଦେଲେ ନୋ’ ବଲ୍। ଯାହା ଫଳରେ ଅଷ୍ଟ୍ରେଲିଆ ଗୋଟିଏ ଅତିରିକ୍ତ ବଲ୍ ମିଳିଥିଲା। ଆଉ ସେହି ବଲରେ ୨ ରନ୍ ନେଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତି ନେଇଛି। ଅନ୍ୟପକ୍ଷରେ […]

author-image
Ranjit Kumar Jena
ନୋ' ବଲ୍ ଛଡ଼ାଇ ନେଲା ବିଜୟ, ହାରିଗଲା ଭାରତ

australia

ମେଲବର୍ଣ୍ଣ: ଶେଷ ବଲରେ ଅଷ୍ଟ୍ରେଲିଆକୁ ଦରକାର ଥିଲା ୩ ରନ୍। ଝୁଲନ୍ ଗୌସ୍ୱାମୀଙ୍କ ବଲରେ କ୍ୟାଚ୍ ହେଲେ ନିକୋଲା କ୍ୟାରୀ କ୍ୟାଚ୍ ଆଉଟ୍ ହେଲେ। ଭାରତୀୟ ମହିଳା ଟିମ୍ ବିଜୟ ଉତ୍ସବ ମନାଇବାରେ ଲାଗି ପଡ଼ିଲା। କିନ୍ତୁ ଏହି ସମୟରେ ଅମ୍ପାୟାର ସିଗନାଲ ଦେଲେ ନୋ' ବଲ୍। ଯାହା ଫଳରେ ଅଷ୍ଟ୍ରେଲିଆ ଗୋଟିଏ ଅତିରିକ୍ତ ବଲ୍ ମିଳିଥିଲା। ଆଉ ସେହି ବଲରେ ୨ ରନ୍ ନେଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତି ନେଇଛି। ଅନ୍ୟପକ୍ଷରେ ନୋ' ବଲରେ ଭାରତ ପରାସ୍ତ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ୯ ୱିକେଟରେ ପରାସ୍ତ ହୋଇଥିଲା।

Advertisment

ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସ୍ମୃତି ମନ୍ଧାନାଙ୍କ ଦମଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୪ ରନ୍ କରିଥିଲା। ଜବାବରେ ବେଥ୍ ମୁନୀଙ୍କ ଆକର୍ଷଣୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୨୭୫ ରନ୍ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ମୁନୀ ୧୩୩ ବଲରେ ୧୨ ଚୌକା ସହ ୧୨୫ ରନ୍ କରି ଅପରାଜିତ ଥିଲେ।

ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ମହିଳା ଟିମ୍ ଏକ ସମୟରେ ୫୨ ରନରେ ୪ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ତେବେ ମୁନୀ ଓ ତାହିଲା ମ୍ୟାକଗ୍ରା'ଙ୍କ ଶତକୀୟ (୧୨୬) ଭାଗିଦାରୀ ଅଷ୍ଟ୍ରେଲିଆ ପାଇଁ ଆଶା ସଞ୍ଚାର କରିଥିଲା। ତାହିଲା ୭୭ ବଲରେ ୯ ଚୌକା ସହ ୭୪ ରନ୍ କରି ଦୀପ୍ତି ଶର୍ମାଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲା କ୍ୟାରୀ ଦମଦାର ବ୍ୟାଟିଂ କରିଥିଲେ। ମୁନୀ ଓ କ୍ୟାରୀ ଜବରଦସ୍ତ ବ୍ୟାଟିଂ କରି ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୯୭ ରନ୍ ଯୋଡ଼ିଥିଲେ। କ୍ୟାରୀ ୩୯ ରନ୍ କରି ଅପରାଜିତ ଥିଲେ।

Advertisment

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ମନ୍ଧାନା ସର୍ବାଧିକ ୮୬ (୯୪ ବଲ୍, ୧୧ ଚୌକା) ରନ୍ କରିଥିଲେ। ସେ ଶେଫାଳୀ ବର୍ମା (୨୨)ଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ିଥିଲେ। ମିଡଲ୍ ଅର୍ଡରରେ କ୍ୟାପଟେନ୍ ମିତାଲୀ ରାଜ (୮) ଓ ୟସ୍ତିକା ଭାଟିଆ (୩) ନିରାଶ କରିଥିଲେ। ତେବେ ରିଚା ଘୋଷ (୪୪), ଦୀପ୍ତି ଶର୍ମା (୨୩), ପୂଜା ବସ୍ତ୍ରାକର (୨୯) ଓ ଝୁଲନ୍ ଗୋସ୍ୱାମୀ (୨୮*)ଙ୍କ ଦମରେ ଭାରତ ୨୭୪ ରନ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ତାହିଲା ୩ଟି ଓ ସୋଫି ମୋଲିନକ୍ସ ୨ଟି ୱିକେଟ୍ ନେଇଥିଲେ।